ଗୋବରରେ ତିଆରି କଲେ ଚପଲ ଓ ଅନ୍ୟ ଜରୁରୀ ଜିନିଷ; ଭେଟନ୍ତୁ ଗୋବର ଗବେଷକ ଦିବ୍ୟକାନ୍ତ ଦୁବେଙ୍କୁ

ଗୋବରରେ ତିଆରି ଏହି ଚପଲଗୁଡ଼ିକୁ ମଜବୁତ ଓ ସେଗୁଡ଼ିକୁ ପିନ୍ଧି ଭଲଭାବେ ଚାଲିହେବ । ଅଧ ଘଣ୍ଟା ପାଣିରେ ରଖିଲେ ବି ସେଗୁଡ଼ିକ ଖରାପ ହୁଏ ନାହିଁ କି ଭାଙ୍ଗି ମିଳାଇଯାଏ ନାହିଁ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗୋବରରେ ତିଆରି ଏହି ଚପଲ ବହୁତ ଭଲ ।

ଗୋବରରେ ତିଆରି କଲେ ଚପଲ ଓ ଅନ୍ୟ ଜରୁରୀ ଜିନିଷ; ଭେଟନ୍ତୁ ଗୋବର ଗବେଷକ ଦିବ୍ୟକାନ୍ତ ଦୁବେଙ୍କୁ
ଗୋବରରେ ତିଆରି ଚପଲ
  • News18 Odia
  • Last Updated: January 15, 2021, 9:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗୋବର ((Cow Dung)) ଶବ୍ଦଟି ଶୁଣିବା ମାତ୍ରେ ଅଧିକାଂଶ ଲୋକ ନାକ କୁଞ୍ଚାନ୍ତି । କେହି ଯଦି କହେ ଯେ ଜଣେ ଗୋବର ଉପରେ ଗବେଷଣା କରୁଛନ୍ତି, ତାହେଲେ ଲୋକେ ଖାଲି ହସନ୍ତି ନାହିଁ, ବରଂ ତାଙ୍କୁ ଗୋବର ଗଣେଶ କହି ଅପମାନ ବି ଦିଅନ୍ତି । କିନ୍ତୁ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଗୋବର ଉପରେ ଗବେଷଣା କରୁଛନ୍ତି ତାହା ନୁହେଁ, ବରଂ ଗୋବରରୁ ଏପରି ଜିନିଷ ତିଆରି କରୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜାଣନ୍ତୁ ଅହମଦାବାଦ ନିବାସୀ ଦିବ୍ୟକାନ୍ତ ଦୁବେଙ୍କୁ (Divyakant Dubey) ଓ ତାଙ୍କର ଗୋବରରେ ତିଆରି ପଦାର୍ଥ ସବୁକୁ ।

ଦୁବେଙ୍କ ବୟସ ୫୫ ବର୍ଷ । ସେ ଗତ ଆଠ-ଦଶ ବର୍ଷ ଧରି ଗୋବରକୁ ନେଇ କାମ କରୁଛନ୍ତି । ଦଶମ ଶ୍ରେଣୀ ପାସ୍ କରିଥିବା ଦିବ୍ୟକାନ୍ତ ବୃତ୍ତିରେ ଜଣେ ଚିତ୍ରକର । ସାଇନ୍ ବୋର୍ଡ ରଙ୍ଗ କରି ଓ ମୂର୍ତ୍ତି ତିଆରି କରି ସେ ରୋଜଗାର କରନ୍ତି । କିନ୍ତୁ ଗୋବରରେ କାମ କରି ସେ ଆନନ୍ଦ ପାଆନ୍ତି । ସେ ଗୋବରରୁ ଅନେକ ବସ୍ତୁ ତିଆରି କରିଛନ୍ତି । ଏବେ ସେ ଗୋବରରେ ଚପଲ୍ ତିଆରି କରିଛନ୍ତି । ଏହି ଚପଲ୍‌ ଶକ୍ତିଶାଳୀ, ସ୍ଥାୟୀ ଓ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ଏହାକୁ ବ୍ୟବହାର କରୁଥିବା ଲୋକଙ୍କୁ ବହୁତ ଆନନ୍ଦ ମିଳୁଛି । ଲୋକେ ଏହି ଚପଲକୁ ବହୁତ ପସନ୍ଦ କରୁଛନ୍ତି ।

ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ

ଦୁବେ କହିଛନ୍ତି ଯେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ଗୋବରରେ ତିଆରି ଚପଲ ବହୁତ ଭଲ । ଏହା ପଛରେ ତାଙ୍କର ଯୁକ୍ତି ହେଉଛି ଯେ ପୁରାତନ କାଳରେ ଲୋକେ ଗୋବରରେ ଲିପା ହୋଇଥିବା ଘରେ ଖାଲି ପାଦରେ ରହୁଥିଲେ, ଯାହାକି ସେମାନଙ୍କ ସ୍ୱାସ୍ଥ୍ୟକୁ ସିଧାସଳଖ ଉପକୃତ କରୁଥିଲା । ବର୍ତ୍ତମାନ ଗୋବରରେ ଘର ଲିପିବା ତ ସମ୍ଭବ ନୁହେଁ, କିନ୍ତୁ ଗୋବରରେ ତିଆରି ଚପଲ ପିନ୍ଧି ଶରୀରକୁ ସେହି ସବୁ ସ୍ୱାସ୍ଥ୍ୟଗତ ଲାଭ ଯୋଗାଇ ଦିଆଯାଇପାରେ । ଗୋବରରେ ତିଆରି ଏହି ଚପଲଗୁଡ଼ିକୁ ଅଧ ଘଣ୍ଟା ପାଣିରେ ରଖିଲେ ବି ସେଗୁଡ଼ିକ ଖରାପ ହୁଏ ନାହିଁ କିମ୍ବା ଭାଙ୍ଗି ମିଳାଇଯାଏ ନାହିଁ ।

ଗୋବରରେ ଦୁବେ ତିଆରି କରିଥିବା ଚପଲ


ଚପଲଙ୍କ ବ୍ୟତୀତ ଦିବ୍ୟକାନ୍ତ ଗୋବରର ମୂର୍ତ୍ତି ବି ତିଆରି କରିଛନ୍ତି । ଗଣେଶ, ଲଡୁ ଗୋପାଳ, ରାଧା କୃଷ୍ଣ, ସରସ୍ୱତୀ, ରାମ ଓ ସୀତା ଇତ୍ୟାଦି ଅନେକ ମୂର୍ତ୍ତି ସେ ଗୋବରରେ ତିଆରି କରିଛନ୍ତି । ସେ କହିଛନ୍ତି ଯେ ଗୋବରରେ ତିଆରି ହୋଇଥିବାରୁ ଏହି ମୂର୍ତ୍ତି ପରିବେଶକୁ ଶୁଦ୍ଧ କରିଥାଏ । ଏହି ମୂର୍ତ୍ତି ସବୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ଓ ଜୈବିକ । ଯେଉଁଠି ଏହି ମୂର୍ତ୍ତିକୁ ବିସର୍ଜନ କରାଯାଏ ଏଗୁଡ଼ିକ ବୁଡ଼ି ଯାଆନ୍ତି ଓ ପାଣିରେ ମିଶିଯାଆନ୍ତି ଓ ଜମିକୁ ଉପକୃତ କରନ୍ତି । ସେ ତିଆରି କରିଥିବା ମୂର୍ତ୍ତିଗୁଡ଼ିକ ଛଅ ଇଞ୍ଚରୁ ଆରମ୍ଭ କରି ଅନେକ ଫୁଟ ପର୍ଯ୍ୟନ୍ତ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ଏହା ବ୍ୟତୀତ ଆଉ ଏକ ଲାଭଦାୟକ ପଦାର୍ଥ ଦିବ୍ୟକାନ୍ତ ଦୁବେ ଗୋବରରେ ତିଆରି କରିଛନ୍ତି । ତାହା ହେଉଛି ମୋବାଇଲ୍ ଫୋନ୍ ପଛରେ ଲଗାଯାଉଥିବା ଆଣ୍ଟି-ରେଡିଏସନ୍ ଉପକରଣ । ଅତି ଛୋଟ ଗାଈର ଗୋବରରେ ତିଆରି ଏହି ଉପକରଣକୁ ମୋବାଇଲ ଫୋନର ପଛ ପଟେ ଲଗେଇଲେ ସେଥିରୁ ବାହାରୁଥିବା ବିକିରଣ ପ୍ରଭାବହୀନ ହୋଇଯାଏ । ଏହାର ଦାମ୍‌ ବି ମାତ୍ର ୧୦ ଟଙ୍କା ରଖାଯାଇଛି ।

ଗୋବରରେ ଦୁବେ ତିଆରି କରିଥିବା ଗଣେଶ ମୂର୍ତ୍ତି


ଗୁଜୁରାଟ ବିଶ୍ୱବିଦ୍ୟାଳୟ ବି ଏହି ଆଣ୍ଟି-ରେଡିଏସନ ଉପକରଣକୁ ପ୍ରଭାବଶାଳୀ ବୋଲି ବିବେଚନା କରିଛି ବୋଲି ଦୁବେ କହିଛନ୍ତି । ତାଙ୍କର ଏହି ଗବେଷଣାକୁ ଗୁଜରାଟ ୟୁନିଭର୍ସିଟି ଅନୁମୋଦନ ବି କରିଛି ।

ଏହା ବ୍ୟତୀତ ଗୋବରରୁ ଧୂପ କାଠି, ଆସନ (ଚଟେଇ), ଦୀପ, ସାଜସଜ୍ଜା ସାମଗ୍ରୀ ମଧ୍ୟ ସେ ତିଆରି କରିଛନ୍ତି । ଦିବ୍ୟକାନ୍ତ ଦୁବେ କହିଛନ୍ତି ଯେ ସେ ପ୍ରତି ଦିନ ସେ ଗୋଶାଳାକୁ ଯାଆନ୍ତି ଓ ଗୋବର ଉପରେ ତାଙ୍କର ଗବେଷଣା କାର୍ଯ୍ୟ କରନ୍ତି । ସେ ତ ଏବେ ଗୋବରରେ ବିଭିନ୍ନ ବସ୍ତୁ ତିଆରି କରିବା ପାଇଁ ଅନେକ ମେସିନ୍ ବି ତିଆରି କରିସାରିଲେଣି ।

ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’

ଧୀରେ ଧୀରେ ଲୋକେ ତାଙ୍କର ଗୋବରକୁ ନେଇ ଚାଲିଥିବା କାର୍ଯ୍ୟରେ ଯୋଗ ଦେଉଛନ୍ତି । ତଥାପି ଏହି ଜିନିଷଗୁଡ଼ିକ ବଜାରରେ ଏ ପର୍ଯ୍ୟନ୍ତ ପହଞ୍ଚି ନାହିଁ । ଅହମଦାବାଦରେ ତ ଅନେକ ସ୍ଥାନରେ ଗୋବରରେ ବିଭିନ୍ନ ଜିନିଷ ତିଆରି କରିବା କାର୍ଯ୍ୟ ଚାଲିଛି ।

ଗୋବରରେ ତିଆରି ପେଣ୍ଟିଂକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।


‘‘ମୁଁ ଗାଈମାନଙ୍କୁ ଭଲ ପାଏ । କ୍ଷୀର ଦେଉ ନ ଥିବା ଗାଈଗୁଡ଼ିକୁ ସାଧାରଣତଃ ଲୋକେ ଅଦରକାରୀ ବିବେଚନା କରନ୍ତି ଓ ସେମାନଙ୍କୁ ମରିବାକୁ ଛାଡ଼ି ଦିଅନ୍ତି । ମୁଁ ଗୋବର ଉପରେ ଏଇଆ ଭାବି କାମ କରିବା ଆରମ୍ଭ କଲି ଯେ ଲୋକେ ଅନ୍ତତଃ ଗୋବର ପାଇଁ ଗାଈମାନଙ୍କୁ ରଖିବା ଆରମ୍ଭ କରିବେ ଓ ସେମାନଙ୍କୁ ଅନାବଶ୍ୟକ ମନେ କରିବେ ନାହିଁ । କେତେକ ରାଜ୍ୟର ସରକାର ଗାଈ ସମ୍ବନ୍ଧରେ ଆଇନ୍‌ ପ୍ରଣୟନ କରୁଛନ୍ତି, କିନ୍ତୁ ସେହି ଆଇନଗୁଡ଼ିକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି,’’ କହିଛନ୍ତି ଦୁବେ ।

ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ

ସେ କହିଛନ୍ତି ଯେ ଗୋବରକୁ ଲୋକେ ବର୍ଜ୍ୟ ବସ୍ତୁ ବୋଲି ଭାବନ୍ତି, ହେଲେ ଏହା ଏକ ମୂଲ୍ୟବାନ ଜିନିଷ । ସେ ଆଶାବାଦୀ ଯେ ଧୀରେ ଧୀରେ ଲୋକେ ଗୋବରର ମହତ୍ତ୍ୱ ବୁଝିବେ ଓ ସେଥିରୁ ନିର୍ମିତ ଜିନିଷଗୁଡ଼ିକର ଲାଭ ଉଠାଇବେ ।



‘‘ମୋ’ ଗବେଷଣା ପାଇଁ ମୋତେ ବହୁତ ପଢ଼ିବାର ଆବଶ୍ୟକତା ନ ଥିଲା । ମୁଁ ଗୋବରରେ ତିଆରି ଜିନିଷ ସୋସିଆଲ ମିଡ଼ିଆରେ ଛାଡ଼ିଲେ ଲୋକେ ସେଗୁଡ଼ିକୁ ବହୁତ ପସନ୍ଦ କରୁଥିବା ଦେଖୁଛି । ଅବଶ୍ୟ ଅନ୍ୟାନ୍ୟ ଜିନିଷ ପରି ଗୋବରରେ ତିଆରି ଦ୍ରବ୍ୟର ଚାହିଦା ହେବାରେ ସମୟ ଲାଗିବ,’’ ସେ କହିଛନ୍ତି ।
Published by: Anand Shankar Thankur Das
First published: January 15, 2021, 9:17 PM IST