Disha Patani ହେଲେ ଜଳପରି; ଗଭୀର ସମୁଦ୍ରରେ ମାଛମାନଙ୍କ ସହିତ ପହଁରୁଥିବାର ନଜର ଆସିଲେ; ଭିଡିଓ ସେୟାର କଲେ
ଏହି ସମୟରେ ଦିଶା ପଟାନି (Disha Patani) ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଦିଶାଙ୍କ ଏକ ନୂଆ ଦକ୍ଷତା ଦେଖିବାକୁ ମିଳିଛି । ଦିଶା ସେୟାର କରିଥିବା ଭିଡିଓରେ ସେ ଗଭୀର ସମୁଦ୍ରରେ ପହଁରୁଥିବାର ନଜର ଆସିଛନ୍ତି ଓ ତାଙ୍କ ଚାରିପାଖରେ ମାଛମାନଙ୍କୁ ଦେଖିବାକୁ ମିଳୁଛି ।

(ଫଟୋ କ୍ରେଡିଟ୍- @dishapatani/Instagram)
- News18 Odia
- Last Updated: December 7, 2020, 4:01 PM IST
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି (Disha Patani) ନିକଟରେ ମାଲଦ୍ୱୀପ (Maldives Trip) ଯାତ୍ରା କରିଥିଲେ । ଯେଉଁଠାରୁ ସେ ନିଜର ଚମତ୍କାର ଫଟୋ ସେୟାର କରିଥିଲେ । ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଖୁବ ଧମାଲ ମଚେଇ ଥିଲା । ଅଭିନେତ୍ରୀ ମାଲଦ୍ୱୀପରୁ ନିଜର ଏକାଧିକ ଫଟୋ ସେୟାର କରିଥିଲେ । ତାଙ୍କର ଫଟୋ ଓ ଭିଡିଓ ଯୋଗୁଁ ସେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଚର୍ଚ୍ଚାରେ ରହିଥିଲେ । ବର୍ତ୍ତମାନ ଅଭିନେତ୍ରୀ ମାଲଦ୍ୱୀପ ଛୁଟିରୁ ଫେରି ସାରିଛନ୍ତି କିନ୍ତୁ ତାଙ୍କର ଫଟୋ ଓ ଭିଡିଓ ଏବେବି ଚର୍ଚ୍ଚାରେ ରହିଛି ।
View this post on Instagram
ଦିଶା ପଟାନିଙ୍କ ଏହି ଭିଡିଓ ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୯ ଲକ୍ଷ ୯୪ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି । ଦିଶାଙ୍କ ଭିଡିଓ ଉପରେ କମେଣ୍ଟ ଦେବାବେଳେ କେହି ତାଙ୍କୁ ଜଳପରି କହୁଥିବାବେଳେ ଆଉ କେହି ତାଙ୍କ ବୋଲ୍ଡନେସ ଉପରେ ମରିଯିବା କଥା କହୁଛନ୍ତି । ଭିଡିଓରେ ଦିଶା ମାଛମାନଙ୍କ ସହିତ ପହଁରୁଥିବାର ଦେଖିବାକୁ ମିଳିଛି । କାର୍ଯ୍ୟକ୍ଷେତ୍ର ବିଷୟରେ କହିବାକୁ ଗଲେ ଦିଶା ପଟାନିଙ୍କୁ ମାଲାଙ୍ଗ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।| ଏହା ବ୍ୟତୀତ ସେ ସଲମାନ ଖାନଙ୍କ ସହ 'ରାଧେ, "ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ' ରେ ନଜର ଆସିବେ ।