କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ପୁଣି ତୀବ୍ର; ସମ୍ପ୍ରତି ବିବାଦକୁ ନେଇ ଚିନ୍ତାରେ ବିଜେପିର ବରିଷ୍ଠ ନେତା

ପୁଣିଥରେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନର ଗନ୍ଧ ତୀବ୍ର ହୋଇଛି । ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୩ ନିର୍ବାଚନ ପୂର୍ବରୁ ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ବିଚାର କରିପାରନ୍ତି ।

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ପୁଣି ତୀବ୍ର

କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ଚର୍ଚ୍ଚା ପୁଣି ତୀବ୍ର

  • News18 Odia
  • Last Updated :
  • Karnataka
  • Share this:
News 18 Odia Digital

ନୂଆଦିଲ୍ଲୀ; ପୁଣିଥରେ କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନର ଗନ୍ଧ ତୀବ୍ର ହୋଇଛି । ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୩ ନିର୍ବାଚନ ପୂର୍ବରୁ ସରକାରରେ ନେତୃତ୍ୱ ପରିବର୍ତ୍ତନକୁ ବିଚାର କରିପାରନ୍ତି । ନ୍ୟୁଜ୍18 ଜାଣିବାକୁ ପାଇଛି ଯେ ଅଗଷ୍ଟ ୧୫ ପରେ ବିଜେପି ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇଙ୍କ ସ୍ଥାନରେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ ବଦଳାଇପାରେ । ଅନୁମାନ କରାଯାଉଛି କି କର୍ଣ୍ଣାଟକ ରାଜ୍ୟ ବିଜେପି ସଭାପତି ନାଲିନ କୁମାର କେଟେଲଙ୍କ ନିଜ ଜିଲ୍ଲା ଦକ୍ଷିଣ କନ୍ନଡରେ ଅନେକ ବିବାଦର ମୁକାବିଲା କରିବାରେ ବିଫଳ ହୋଇଥିବାରୁ ବିଜେପି ହାଇକମାଣ୍ଡ ଖୁସି ନାହାଁନ୍ତି । ସାମ୍ପ୍ରଦାୟିକ ଉତ୍ତେଜନା ଯୋଗୁଁ ଦକ୍ଷିଣ କନ୍ନଡରେ ବିବାଦ ସୃଷ୍ଟି ହୋଇଥିଲା ।

ପୂର୍ବତନ ବିଧାୟକ ସୁରେଶ ଗୌଡା ସୂଚାଇ ଦେଇଛନ୍ତି ଯେ ଖୁବ୍ ଶୀଘ୍ର ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ସେ କହିଛନ୍ତି ଯେ ହାଇକମାଣ୍ଡ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇ ପାରନ୍ତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଏଥିସହ ସେ କହିଛନ୍ତି ଯେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ହେବ କି ନାହିଁ ସେ ନିଶ୍ଚିତ ନୁହଁନ୍ତି । କିନ୍ତୁ ଏହି ନିଷ୍ପତ୍ତି ଯଦି ଦଳ ଗ୍ରହଣ କରେ, ତେବେ ଏହାକୁ ରାଜ୍ୟରେ ସ୍ୱାଗତ କରାଯିବ । ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ଭଲ କାମ କରୁଛନ୍ତି । ତାଙ୍କ କାର୍ଯ୍ୟକାଳରେ ଅନେକ ଭଲ କାର୍ଯ୍ୟ କରାଯାଇଛି । ସେ କହିଛନ୍ତି ଯେ ଦଳର ନିଷ୍ପତ୍ତିରେ ଆମେ ବନ୍ଧା।

ତୁମକୁରୁ ଗ୍ରାମୀଣ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସୁରେଶ ଗୌଡା କହିଛନ୍ତି ଯେ ନିର୍ବାଚନର ୬, ୮ଓ ୧୦ମାସ ପୂର୍ବରୁ ମଧ୍ୟ ବିଜେପିରେ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରାଯାଇଛି, କିନ୍ତୁ ଏହା କେନ୍ଦ୍ରୀୟ ନେତୃତ୍ୱ ଉପରେ ଛାଡି ଦିଆଯାଇଛି କି ସେମାନେ କେବେ ମୁଖ୍ୟମନ୍ତ୍ରୀ ବଦଳାଇବାକୁ ଚାହୁଁଛନ୍ତି । ଆମେ ଏହା ସ୍ଥିର କରିପାରିବୁ ନାହିଁ । କିଛି ସମୟ ଧରି ରାଜ୍ୟ ବିଜେପିରେ ନେତୃତ୍ୱ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଚାଲିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତ ପରେ ଏହି କଳ୍ପନାଜଳ୍ପନା ତୀବ୍ର ହୋଇଛି।ଗତ ସପ୍ତାହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବାସଭରାଜ ବମ୍ମାଇ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା ଓ ରାଜ୍ୟର ବିଜେପିର ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଏହି ବୈଠକରେ ସାମ୍ପ୍ରତିକ ବିକାଶ, ସାଂଗଠନିକ ପ୍ରସଙ୍ଗ, ସରକାରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଏବଂ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା ହୋଇଥିବା କୁହାଯାଉଛି ।
Published by:Soubhagya Mishra
First published: