ଦିଲୀପ ଭେଙ୍ଗସକର BCCI କୁ ପରାମର୍ଶ ଦେଲେ; ରାହୁଲ ଦ୍ରାବିଡଙ୍କୁ ଅଷ୍ଟ୍ରେଲିଆ ପଠାଅ

ପୂର୍ବତନ ଭାରତୀୟ କ୍ରିକେଟର ତଥା ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକର (Dilip Vengsarkar) ରାହୁଲ ଦ୍ରାବିଡଙ୍କୁ (Rahul Dravid) ଯଥାଶୀଘ୍ର ଅଷ୍ଟ୍ରେଲିଆ ପଠାଇବା ପାଇଁ ଭାରତ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆକୁ (BCCI) ନିବେଦନ କରିଛନ୍ତି । ଭାରତ ଆଡିଲେଡ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୮ ୱିକେଟରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା ।

ରାହୁଲ ଦ୍ରାବିଡଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଦିଲୀପ ଭେଙ୍ଗସରକର ଦାବି କରିଛନ୍ତି (PIC: PTI)

ରାହୁଲ ଦ୍ରାବିଡଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ଦିଲୀପ ଭେଙ୍ଗସରକର ଦାବି କରିଛନ୍ତି (PIC: PTI)

  • Share this:
News18 Odia Digital
ନୂଆ ଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର ରାହୁଲ ଦ୍ରାବିଡଙ୍କୁ ଯଥାଶୀଘ୍ର ଅଷ୍ଟ୍ରେଲିଆ ପଠାଇବା ପାଇଁ ଭାରତ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆକୁ (BCCI) ନିବେଦନ କରିଛନ୍ତି । ଆଡିଲେଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ଲଜ୍ଜାଜନକ ଭାବେ ୮ ୱିକେଟରେ ପରାସ୍ତ ହୋଇଥିଲା । ଚାରି ଟେଷ୍ଟ ବିଶିଷ୍ଟ ବୋର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ଗୋଲCପୀ ବଲ ସହିତ ଦିବା-ରାତ୍ରି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତର ବ୍ୟାଟିଂ ଲାଇନ୍ଅପ୍ ଫ୍ଲପ ହୋଇଥିଲା । ଏହି ପରାଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳ, ପରିଚାଳନା, ପ୍ରଶିକ୍ଷକ ଓ ଅଧିନାୟକ ବହୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି ।

ଆଡିଲେଡ୍ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଦଳ ୬୨ ରନ୍ ଅଗ୍ରଣୀ ହାସଲ କରିଥିଲା । ତେବେ ଏହା ପରେ ପ୍ୟାଟ୍ କମିନ୍ସ ଓ ଜୋସ୍ ହାଜଲେଉଡ୍ ବୋଲିଂ ଆଗରେ ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ ଦୋହଲି ଯାଇଥିଲା । ୯ ୱିକେଟ୍ ହରାଇ ଭାରତ ମାତ୍ର ୩୬ ରନ ସ୍କୋର କରିଥିବା ବେଳେ ମହମ୍ମଦ ଶାମି ଆଘାତ ଯୋଗୁଁ ରିଟାର୍ଡ଼ ହର୍ଟ ହୋଇଥିଲା ।

ଭାରତର ନିରାଶାଜନକ ବ୍ୟାଟିଂ ପ୍ରଦର୍ଶନକୁ ସବୁ ଦିଗରୁ ସମାଲୋଚନା କରାଯାଇଥିଲା । କାରଣ ଆଡିଲେଡରେ ସ୍ବଇଙ୍ଗ ବଲ ସମ୍ମୁଖରେ ଭାରତୀୟ ବ୍ୟାଟ୍ସମ୍ୟାଙ୍କ ବେପରୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଭେଙ୍ଗସାର୍କର ରାହୁଲ ଦ୍ରାବିଡଙ୍କୁ ଅଷ୍ଟ୍ରେଲିଆ ପଠାଇବା ସହ ତାଙ୍କୁ ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ୱଇଙ୍ଗ ବଲରେ ମୁକାବିଲା କରିବାରେ ସାହାଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଅଷ୍ଟ୍ରେଲିଆ ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ରାହୁଲଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ସେ ବିସିସିଆଇକୁ କହିଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଦିଲୀପ ଭେଙ୍ଗସକର କହିଛନ୍ତି, "ଭାରତୀୟ ଦଳକୁ ସାହାଯ୍ୟ କରିବା ପାଇଁ ବିସିସିଆଇ ଶୀଘ୍ର ରାହୁଲ ଦ୍ରାବିଡଙ୍କୁ ଅଷ୍ଟ୍ରେଲିଆ ପଠାଇବା ଉଚିତ । ସେହି ଏହି ପରିସ୍ଥିତିରେ କୌଣସି ବ୍ୟାଟ୍ସମ୍ୟାନ୍ କିପରି ସ୍ୱଇଙ୍ଗ ବଲ୍ ଖେଳିବେ ସେ ବିଷୟରେ ଦ୍ରାବିଡଙ୍କ ଅପେକ୍ଷା ଭଲ ମାର୍ଗଦର୍ଶନ ଆଉ କେହି କରିପାରିବେ ନାହିଁ । ତାଙ୍କ ଉପସ୍ଥିତି ନେଟରେ ଭାରତୀୟ ଦଳକୁ ଉତ୍ସାହିତ କରିବ । ଯେକଣସି ପରିସ୍ଥିତିରେ କୋଭିଡ -୧୯ କାରଣରୁ ଗତ ନଅ ମାସ ଧରି ଏନସିଏ ବନ୍ଦ ରହିଥିଲା । ଏହାକୁ ଟିକେ ଛଡ଼ା ଯାଇପାରେ ।"

ରାହୁଲ ଦ୍ରାବିଡ ନିଜର ଦୃଢ଼ ବ୍ୟାଟିଂ କୌଶଳ ଓ ସମସ୍ତ ପରିସ୍ଥିତିକୁ ଖାପ ଖୁଆଇ ଖେଳିବା ପାଇଁ ଜଣାଶୁଣା । ସେ କହିଛନ୍ତି ଯେ ୧୪ ଦିନିଆ କ୍ୟାରାଣ୍ଟିନ ଅବଧି ସତ୍ତ୍ୱେ ବିସିସିଆଇ ଦ୍ରାବିଡଙ୍କୁ ପଠାଇବା ଉଚିତ। କାରଣ ୭ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ପୂର୍ବତନ ଅଧିନାୟକ ଦଳ ସହ କାମ କରିବାକୁ ଉପଲବ୍ଧ ହେବେ । ଭାରତୀୟ ଦଳ ସହ ଅଧିକ ଜଡିତ ହେବାକୁ ଦ୍ରାବିଡଙ୍କୁ କୁହାଯାଇଛି ।

୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଅଧିନାୟକ ବିରାଟ କୋହଲି ଓ ଆହତ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ବିନା ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ବକ୍ସିଂ ଡେ ଟେଷ୍ଟରେ ଭାରତ ପଡିଆକୁ ଓଲ୍ହାଇବା । ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷରେ ବାଉନ୍ସ ବ୍ୟାକ ଓ ଆଡିଲେଡର ଲଜ୍ଜାଜନକ ପରାଜୟକୁ ପଛରେ ଛାଡିବାକୁ ଭାରତ ଦଳର ଲକ୍ଷ୍ୟ ରହିବ।
Published by:Jagdish Barik
First published: