ଏହି କାରଣ ପାଇଁ ଅଧ୍ୟକ୍ଷ ନିର୍ବାଚନ ରେସରୁ ବାହାରି ଗଲେ ଦିଗବିଜୟ ସିଂ

ଗେହଲଟ୍ ରେସରୁ ବାହାରିବା ପରେ ଦିଗବିଜୟ ସିଂ ଅଧ୍ଯକ୍ଷ ପଦ ପାଇଁ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଥିଲେ । ଏଥିପାଇଁ ସେ ୧୦ ଟି ନାମାଙ୍କନପତ୍ର ମଧ୍ୟ ନେଇଥିଲେ। କିନ୍ତୁ ଆଜି ପ୍ରତିଦ୍ୱନ୍ଦ୍ୱିତା ପାଇଁ ମନା କରିଦେଇଥିଲେ ।

କଂଗ୍ରେସ ନେତା ଦିଗବିଜୟ ସିଂ (ପ୍ରତୀକାତ୍ମକ ଛବି)

କଂଗ୍ରେସ ନେତା ଦିଗବିଜୟ ସିଂ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ନେତା ଦିଗ ବିଜୟ ସିଂ ଆଜି ଦଳର ସଭାପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ଓ ଏହା ବଦଳରେ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରାର୍ଥୀତ୍ୱ ପ୍ରସ୍ତାବ ଦେବେ ବୋଲି ଘୋଷଣା କରିଥିଲେ। ଏହା ସହିତ ସେ ଏହି ରେସରୁ ବାହାରିବାର କାରଣ ମଧ୍ୟ କହିଥିଲେ।

ଦିଗ ବିଜୟ ସିଂ କହିଛନ୍ତି ଯେ ସେ ତାଙ୍କ ଜୀବନରେ ତିନୋଟି ଜିନିଷ ଉପରେ କଦାପି ଆପୋଷ ବୁଝାମଣା କରିନାହାଁନ୍ତି।  ସେ କହିଛନ୍ତି, "ମୁଁ ଦଳିତ, ଆଦିବାସୀ ଓ ଓବିସି ସମ୍ବନ୍ଧୀୟ ପ୍ରସଙ୍ଗରେ ଆପୋଷ ବୁଝାମଣା କରେ ନାହିଁ। ଯେଉଁମାନେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଭଣ୍ଡୁର କରନ୍ତି ମୁଁ ସେମାନଙ୍କ ସହ ଆପୋଷ ବୁଝାମଣା କରେ ନାହିଁ ଓ ନେହେରୁ-ଗାନ୍ଧି ପରିବାର ପ୍ରତି ମୋର ପ୍ରତିବଦ୍ଧତା ଉପରେ ମୁଁ ଆପୋଷ ବୁଝାମଣା କରେ ନାହିଁ।"

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଗଣମାଧ୍ୟମ ସହ ଏକ ବାର୍ତ୍ତାଳାପରେ କହିଛନ୍ତି, "ଖଡ଼ଗେ ଜି ମୋର ନେତା ଓ ମୋର ସିନିୟର। ମୁଁ ଗତକାଲି ତାଙ୍କୁ ପଚାରିଥିଲି ଯେ ସେ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି କି ନାହିଁ। ସେ ନା କହିଥିଲେ। ମୁଁ ଆଜି ତାଙ୍କୁ ପୁଣି ଭେଟିଛି। ମୁଁ ତାଙ୍କୁ କହିଲି ଯଦି ଆପଣ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତେବେ ମୁଁ ସମ୍ପୂର୍ଣ୍ଣ ଆପଣଙ୍କ ସହ ଅଛି। ମୁଁ ଆପଣଙ୍କ ବିରୁଦ୍ଧରେ ଯିବାକୁ ମଧ୍ୟ ଭାବି ପାରିବି ନାହିଁ। ବର୍ତ୍ତମାନ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି ଓ ମୁଁ ତାଙ୍କର ପ୍ରସ୍ତାବକ ହୋଇଛି। "

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରେସରୁ ବାହାରିବା ପରେ ଦିଗବିଜୟ ସିଂ ଗତକାଲି କହିଥିଲେ ଯେ ସେ ଦଳର ଅଧ୍ଯକ୍ଷ ପଦ ପାଇଁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ଓ ଶୁକ୍ରବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଏଥିପାଇଁ ସେ ୧୦ ଟି ନାମାଙ୍କନପତ୍ର ମଧ୍ୟ ନେଇଥିଲେ।  ମଧ୍ୟପ୍ରଦେଶ କଂଗ୍ରେସର ୧୨ ଜଣ ବିଧାୟକ ମଧ୍ୟ ତାଙ୍କ ପ୍ରସ୍ତାବକ ହେବାକୁ ପ୍ରସ୍ତୁତ ଥିଲେ କିନ୍ତୁ ଆଜି ନାମାଙ୍କନପତ୍ରର ଶେଷ ଦିନରେ ୮୦ ବର୍ଷିୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରବେଶ ପରେ ଦିଗ ବିଜୟ ସିଂ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଦେଇଥିଲେ।
Published by:Soumya Das
First published: