Budget 2022: ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା; ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ

Budget 2022: ଆଜି ଉପସ୍ଥାପନ ହୋଇଯାଇଛି ସାଧାରଣ ବଜେଟ। ବଜେଟ ୨୦୨୨-୨୩ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ।

ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ

ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଏଥର ବଦଳିବ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୈଳୀ। କାରଣ ଦେଶରେ ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ବବିଦ୍ୟାଳୟ। ଲୋକସଭାରେ ବଜେଟ୍ ଉପସ୍ଥାପନ ବେଳେ ଏନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ତାଙ୍କ ଅନୁଯାୟୀ କରୋନା ମହାମାରୀ କାଳରେ ପାଠପଢ଼ାରେ ବହୁତ କ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ଗୋଟିଏ କ୍ଲାସ ଗୋଟିଏ ଟିଭି ଚ୍ୟାନେଲକୁ ୧୨ରୁ ବୃଦ୍ଧି କରାଯାଇ ୨୦୦ କରାଯିବ।

କରୋନା ମହାମାରୀ ସମୟରେ ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପିଲାମାନଙ୍କ ଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସରକାର ପିଏମ ଇ-ବିଦ୍ୟା ଅଧିନସ୍ଥ ଗୋଟିଏ ଶ୍ରେଣୀ-ଗୋଟିଏ ଟିଭି ଚ୍ୟାନେଲ’ କାର୍ଯ୍ୟକ୍ରମର ସଂପ୍ରସାରଣ କରି ୨୦୦ ଚ୍ୟାନେଲକୁ ବୃଦ୍ଧି କରାଯିବ। ଏହା ଦ୍ବାରା ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପିଲାମାନଙ୍କୁ ଶିକ୍ଷା ଦାନରେ ସହାୟତା ମିଳିପାରି ।

ଏଥି ସହିତ ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ । ଏହା ସହ ମାନସିକ ସମସ୍ୟାର ମୁକାବିଲା ପାଇଁ ନ୍ୟାସନାଲ ଟେଲିମେଣ୍ଟାଲ ହେଲ୍ଥ ପୋଗ୍ରାମ ମଧ୍ୟ ଆରମ୍ଭ କରାଯିବ।
Published by:Lipina Das
First published: