ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଆମେରିକା କ’ଣ ଆଫଗାନିସ୍ତାନରେ ତାଲିବାନର ଶାସନକୁ ମାନ୍ୟତା ଦେବାକୁ ରାଜି ହୋଇଗଲା?

ଆମେରିକା କ’ଣ ଆଫଗାନିସ୍ତାନରେ ତାଲିବାନର ଶାସନକୁ ମାନ୍ୟତା ଦେବାକୁ ରାଜି ହୋଇଗଲା?

Speculation high about USA approval for Taliban rune in Afghanistan | ଆମେରିକାର ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ୍ ପ୍ରାଇସଙ୍କ ବିବୃତି ପରେ ଆମେରିକାର ମାନ୍ୟତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ସେ କହିଛନ୍ତି ଯେ ତାଲିବାନ ଜାରି କରିଥିବା ବିବୃତ୍ତି ମଧ୍ୟରୁ କିଛି ସକରାତ୍ମକ ଓ କିଛି ଗଠନମୂଳକ ରହିଛି ।

ଆମେରିକା କ’ଣ ଆଫଗାନିସ୍ତାନରେ ତାଲିବାନର ଶାସନକୁ ମାନ୍ୟତା ଦେବାକୁ ରାଜି ହୋଇଗଲା?
କାବୁଲରେ ଆଫଗାନିସ୍ତାନର ଗୃହ ମନ୍ତ୍ରାଳୟ ମୁଖ୍ୟାଳୟରେ ତାଲିବାନ ସୁରକ୍ଷାକର୍ମୀମାନେ (ଏ.ଏଫ୍.ପି. ଫଟୋ)
  • News18 Odia
  • Last Updated: August 28, 2021, 7:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍: ଆମେରିକା କହିଛି ଯେ ତାଲିବାନକୁ କୂଟନୈତିକ ଭାବେ ସ୍ୱୀକୃତି ଦେବା ପାଇଁ ସେ ଏହି ସଂସ୍ଥା ସହ “କଥାବାର୍ତ୍ତା ନୁହେଁ, କାମ” ଚାହେଁ ଓ ତାଲିବାନ ନିଜ ପ୍ରତିଶୃତି ଅନୁଯାୟୀ କାର୍ଯ୍ୟ କରିବା ବୋଲି ଆଶା କରେ । ଆମେରିକାର ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଲିବାନ ଏହା ସ୍ପଷ୍ଟ କରିଛି ଯେ ସେମାନେ ଆଫଗାନିସ୍ତାନରେ ‘‘ଆମେରିକାର କୂଟନୈତିକ ଉପସ୍ଥିତି ବଜାୟ ରହୁ’’ ବୋଲି ଚାହାଁନ୍ତି ।

‘‘ସେମାନେ (ତାଲିବାନ) ସ୍ପଷ୍ଟ ଓ ଖୋଲାଖୋଲି ଭାବେ କହିଛନ୍ତି ଯେ ସେମାନେ ଚାହୁଁଛନ୍ତି ଅନ୍ୟ ଦେଶମାନେ ସେଠାରେ (ଆଫଗାନିସ୍ତାନରେ) ନିଜ କୂଟନୈତିକ ମିଶନ୍‌ ବଜାୟ ରଖନ୍ତୁ । ତାଲିବାନର ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ ସେମାନେ ଦେଶରେ ଖୋଲା ରହିଥିବା ଦୂତାବାସଗୁଡ଼ିକ ପାଇଁ ସେହି ଦେଶମାନଙ୍କୁ ପ୍ରଶଂସା କରୁଛନ୍ତି । ସେମାନେ ସେହି ଦୂତାବାସମାନଙ୍କୁ ସେମାନଙ୍କ ସୁରକ୍ଷା ବିଷୟରେ ନିଶ୍ଚିତ କରିଛନ୍ତି,’’ କହିଛନ୍ତି ନେଡ୍‌ ପ୍ରାଇସ୍‌ ।

ଏହା ବି ପଢ଼ନ୍ତୁ | ଖୋର୍ଦ୍ଧାରେ ‘ମାନବବାଦ ସଙ୍ଗଠନ’ର ସଦସ୍ୟମାନେ ବାପ-ପୁଅଙ୍କୁ ନିସ୍ତୁକ ପିଟୁଥିବା VIDEO ଭାଇରାଲ୍‌ ହେଲା

ସେ ଆହୁରି କହିଛନ୍ତି ଯେ ଆମେରିକା ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇ ନାହିଁ, କିନ୍ତୁ "ଏହା ଏମିତି ଏକ ମାମଲା ଯାହା ଉପରେ ଆମେ ନିଜ ଅଂଶୀଦାରମାନଙ୍କ ସହ ସକ୍ରିୟ ଭାବରେ ଆଲୋଚନା କରୁଛୁ ।’’

‘‘ଆଜି ଆମେ ସେମାନଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ନାହୁଁ, ବିଶେଷ କରି ଆଇଥି ପାଇଁ ଯେ ଆମେ ତାଲିବାନର ଅନେକ ବିବୃତ୍ତି ଶୁଣିଛୁ। ସେଥି ମଧ୍ୟରୁ କିଛି ବିବୃତି ସକରାତ୍ମକ ରହିଛି, କିଛି ଗଠନମୂଳକ ରହିଛି, କିନ୍ତୁ ପରିଶେଷରେ ଆମେ ଯାହା ଖୋଜୁଛୁ ଓ ଆମର ଆନ୍ତର୍ଜାତୀୟ ଅଂଶୀଦାରମାନେ ଯାହା ଖୋଜୁଛନ୍ତି ତାହା କେବଳ କଥା ନୁହେଁ,’’ କହିଛନ୍ତି ପ୍ରାଇସ୍‌ ।

ଏହା ବି ପଢ଼ନ୍ତୁ | ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢ଼ିଲା; ମାହାଙ୍ଗା ଡବଲ ମର୍ଡ଼ରର ସାନି ତଦନ୍ତ ଆଦେଶ ଆସିଲା

ସେ ଆହୁରି କହିଛନ୍ତି, ‘‘ଭବିଷ୍ୟତର କୂଟନୈତିକ ଉପସ୍ଥିତି, ସ୍ୱୀକୃତିର କୌଣସି ପ୍ରଶ୍ନ ଓ ସାହାଯ୍ୟର କୌଣସି ପ୍ରଶ୍ନ ପାଇଁ ଆମେ ଯାହା ଉପରେ ଧ୍ୟାନ ଦେବାକୁ ଯାଉଛୁ ତାହା ହେଉଛି ସେମାନେ ଦେଇଥିବା ପ୍ରତିଶୃତିର ଅନୁପାଳନ, ଖାଲି କଥା ନୁହେଁ ।’’

ଏହା ବି ପଢ଼ନ୍ତୁ | ବଲାଙ୍ଗୀରରେ ରୋଗୀ ଦେହରେ ଏକ୍ସପାୟାର୍ଡ଼ ଡେଟ୍ ସାଲାଇନ୍ ଚଢ଼ାଇବା ପରେ ଚାଲିଛି ତଦନ୍ତ

ଆମେରିକା ତରଫରୁ କୁହାଯାଇଥିବା ଏମିତି କଥାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଶନିବାର ଦିନ ସକାଳେ ଆମେରିକା ନିଜକୁ ଇସଲାମିକ୍ ଷ୍ଟେଟ୍ (US Drone Strike ISIS) ବୋଲି କହୁଥିବା ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଡ୍ରୋନ୍ ଷ୍ଟ୍ରାଇକ୍ କରିଥିଲା । ଏହି ଆକ୍ରମଣ କରି ଆଫଗାନିସ୍ତାନର କାବୁଲ ବିମାନ ବନ୍ଦର ନିକଟରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ନେଇଥିଲା ଆମେରିକା ।

ଏହା ବି ପଢ଼ନ୍ତୁ | ସୌମ୍ୟଙ୍କ ମୃତ୍ୟୁ: ‘‘ମନ୍ତ୍ରୀଙ୍କ PS ବଦଦିଳେ, ହେଲେ ଅଭିଯୁକ୍ତ DFOଙ୍କ ବିରୁଦ୍ଧରେ ଆକ୍ସନ୍ ହେଉନି କାହିଁକି?’’

ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୬୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ୧୩ ଜଣ ଆମେରିକୀୟ ସୈନିକ ମଧ୍ୟ ଥିଲେ । ଇସଲାମିକ୍ ଷ୍ଟେଟ୍ ଆଇଏସ୍ଆଇଏସ୍-କେର ଖୋରାସାନ୍ ମଡେଲ୍ ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଥିଲା। ଏଥି ସହିତ ଆମେରିକା କାବୁଲ ବିମାନବନ୍ଦରରେ ଆଉ ଏକ ଆକ୍ରମଣ ହେବାର ସମ୍ଭାବନା ପ୍ରକାଶ କରିସାରିଥିଲା ଓ ଏହାର ନାଗରିକମାନଙ୍କୁ ତୁରନ୍ତ ଯିବାକୁ ଅନୁରୋଧ କରିଥିଲା।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମର୍ମନ୍ତୁଦ ଦୁର୍ଘଟଣା: ପଶ୍ଚିମ ବଙ୍ଗରୁ ରାଉରକେଲା ଫେରିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ସହ ଦୁଇ ଶିଶୁ ମୃତ

‘ନ୍ୟୁୟର୍କ ଟାଇମ୍ସ’ ଖବରକାଗଜର ଏକ ରିପୋର୍ଟ ଅନୁଯାୟୀ ନାନଗହର ପ୍ରଦେଶରେ ସେନା ଏହି ଆକ୍ରମଣ କରିଥିଲା । ସୁରକ୍ଷା ଦୃଷ୍ଟିରୁ ଆମେରିକାର ନାଗରିକମାନଙ୍କୁ ବିଭିନ୍ନ ଫାଟକ ଦେଇ ତୁରନ୍ତ ବିମାନବନ୍ଦର ଛାଡ଼ିବାକୁ କୁହାଯାଇଥିଲା । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖପାତ୍ର କ୍ୟାପଟେନ ବିଲ ଅର୍ବନ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଆମେରିକାର ସାମରିକ ବାହିନୀ ଆଇଏସଆଇଏସ-କେ ଆତଙ୍କବାଦ ବିରୋଧୀ ଅପରେସନ କରିଥିଲା ।



କାବୁଲ ବିମାନ ବନ୍ଦରରେ ହୋଇଥିବା ଆକ୍ରମଣ ପାଇଁ ‘ଇସଲାମିକ୍ ଷ୍ଟେଟ୍ ଖୋରାସାନ୍’ ଦାୟୀ ବୋଲି ଦାବି କରିଛି । ଏହି ଡ୍ରୋନ୍ ଆକ୍ରମଣରେ କାବୁଲ ବିସ୍ଫୋରଣର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଆମେରିକାର ଅଧିକାରୀମାନେ ନିହତ କରିଥିବା ଦାବି କରିଛନ୍ତି ।
Published by: Anand S.T. Das
First published: August 28, 2021, 7:10 PM IST