News18 Odia Digital
EPFO Alert : କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ପାଣ୍ଠି (ଇପିଏଫ୍) ସାଧାରଣତଃ ଭାବରେ ମଧ୍ୟ ଜଣାଶୁଣା । ସଂଗଠିତ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଏହା ଏକ ସରକାରୀ ପ୍ରାୟୋଜିତ ସଞ୍ଚୟ ରାଶି । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଆକ୍ଟ ୧୯୫୬ ଅନୁଯାୟୀ, EPFO (କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ) ପ୍ରତିବର୍ଷ EPF ସୁଧ ହାର ହିସାବରେ ଘୋଷଣା କରେ ।
କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂସ୍ଥା ( EPFO) ମଙ୍ଗଳବାର ଦିନ ହୋଇଥିବା ବୌଠକରେ ୨୦୨୨-୨୩ ପାଇଁ ୮.୧୫ ପ୍ରତିଶତ ସୁଧ ହାର ସ୍ଥିର ହୋଇଛି । PTI ଦ୍ବାରା ଉଦ୍ଧୃତ ସୂତ୍ର ଅନୁଯାୟୀ, ଚାରି ଦଶନ୍ଧିର କମ୍ ସୁଧ ହାର ୮.୧ ପ୍ରତିଶତ ମାର୍ଚ୍ଚ ୨୦୨୨ରେ EPFO ଦ୍ବାରା ସ୍ଥିର କରାଯାଇଛି । ପ୍ରାୟ ପାଞ୍ଚ କୋଟି ଲୋକଙ୍କ ପାଇଁ ୨୦୨୦-୨୧ରେ ପ୍ରାପ୍ତ ୮.୫ ପ୍ରତିଶତ ସୁଧରୁ ଏହା କମ୍ ରହିଛି ।
ସୁଧ ପରିମାଣ ଯାହା EPFO ଦ୍ୱାରା ଗ୍ରାହକଙ୍କୁ ସ୍ଥାନାନ୍ତରିତ ହୁଏ, ଆପଣ ଏହାକୁ ଘରେ ବସି ଯାଞ୍ଚ ମଧ୍ୟ କରିପାରିବେ । EPFO ଏହାର ସଦସ୍ୟମାନଙ୍କୁ ୪ଟି ଉପାୟରେ EPF ବାଲାନ୍ସ ଯାଞ୍ଚ କରିବାର ସୁବିଧା ଦେଇଛି । ଗ୍ରାହକମାନେ ମୋବାଇଲରୁ SMS ପଠାଇବା, ମିସ୍ କଲ ଦେବା, ୱେବସାଇଟରେ ଲଗ ଇନ୍ କରି ଓ UMANG ଆପ୍ ମାଧ୍ୟମରେ EPF ଆକାଉଣ୍ଟ୍ ବାଲାନ୍ସ ମଧ୍ୟ ଯାଞ୍ଚ କରିପାରିବେ ।
EPFO ପୋର୍ଟାଲ୍କୁ ଯାଇ ଜାଣନ୍ତୁ ପ୍ରଥମେ www.epfindia.gov.in କୁ ଯାଆନ୍ତୁ ।
'ଆମର ସେବା' ଟ୍ୟାବରୁ, 'କର୍ମଚାରୀଙ୍କ ପାଇଁ' କ୍ଲିକ୍ କରନ୍ତୁ ।
'ସେବା' ଅପ୍ସନ୍ ଅନ୍ତର୍ଗତ 'ମେମ୍ବର ପାସବୁକ୍' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
UAN ଓ ପାସୱାର୍ଡ ସହିତ ଲଗ୍ଇନ୍ କରନ୍ତୁ ।
ଲଗ୍ ଇନ୍ କରିବା ପରେ, ଆପଣ ଆପଣଙ୍କର EPF ଖାତାକୁ ଯାଇ ଚେକ୍ କରିପାରିବେ ।
ମିସ୍ କଲ୍ ଦ୍ବାରା ଜାଣନ୍ତୁ ଆପଣଙ୍କର EPF ବାଲାନ୍ସ ଯାଞ୍ଚ କରିବାକୁ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ 011-22901406 କୁ ଏକ ମିସ୍ କଲ୍ ଦିଅନ୍ତୁ । ଏହି ସେବା କେବଳ ଆପଣଙ୍କର KYC ବିବରଣୀ ସହିତ ଆପଣଙ୍କର UANର ଏକୀକରଣରେ ଉପଲବ୍ଧ । ଯଦି ଆପଣ ଏହା କରିବାକୁ ଅସମର୍ଥ ତେବେ ଆପଣଙ୍କର ନିଯୁକ୍ତିଦାତା ଆପଣଙ୍କୁ ସାହାଯ୍ୟ କରିପାରିବେ ।
ପଢନ୍ତୁ ଏହି ଖବର :
Jio Recharge : JIO ଆଣିଲା ବଡ଼ ଅଫର୍; ୧୯୮ ଟଙ୍କାରେ ଅସୀମିତ ଡାଟାsms ପଠାଇ ଜାଣନ୍ତୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ, PF ବାଲାନ୍ସ ଜାଣିବା ପାଇଁ SMS - EPFOHO UAN - 7738299899 କୁ ପଠାନ୍ତୁ । ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ PF ବାଲାନ୍ସ ବିବରଣୀ ସହିତ ଏକ SMS ଆପଣ ପାଇ ପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।