ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା
ଶୁଭେନ୍ଦୁ ଅଧିକାରୀଙ୍କ ସହାୟକ ଥିବା ପ୍ରଳୟ ପାଲ୍ ଦାବି କରିଛନ୍ତି ଯେ ମମତା ବାନାର୍ଜୀ ତାଙ୍କୁ ନିଜେ ଫୋନ୍ କରି ନନ୍ଦିଗ୍ରାମରେ ତୃଣମୂଳ କଂଗ୍ରେସକୁ ଜିତାଇବା ପାଇଁ ସାହାଯ୍ୟ ମାଗିଛନ୍ତି । ଅଡ଼ିଓଟି ଭାଇରାଲ୍ ହେଉଛି ।

ଏକ ନିର୍ବାଚନୀ ସଭାରେ ମମତା ବାନାର୍ଜୀ
- News18 Odia
- Last Updated: March 27, 2021, 7:03 PM IST
କୋଲକାତା / ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ (West Bengal Assembly Elections 2021) ଏ ଥର ମମତା ବାନାର୍ଜୀ (Mamata Banerjee) ନିଜ ପାରମ୍ପରିକ ଆସନ ଛାଡି ନନ୍ଦିଗ୍ରାମରୁ ଲଢ଼ୁଛନ୍ତି । କିନ୍ତୁ ମମତା ବାନାର୍ଜୀ ନନ୍ଦିଗ୍ରାମରେ ଜିତିବେ ବୋଲି ବିଶ୍ୱାସ କରନ୍ତି ନାହିଁ କି? ବିଜେପି ଏହି ପ୍ରଶ୍ନ ତୃଣମୂଳ କଂଗ୍ରେସକୁ ପଚାରିଛି । ଜଣେ ବିଜେପି ନେତା ଦାବି କରିଛନ୍ତି ଯେ ମମତା ବାନାର୍ଜୀ ତାଙ୍କୁ ଡାକି ନନ୍ଦିଗ୍ରାମରେ ଜିତିବା ପାଇଁ ସାହାଯ୍ୟ ମାଗିଥିଲେ ।
ଏହି ବିଜେପି ନେତା ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ କଲ୍ ରେକର୍ଡିଂ ଶେୟାର୍ କରିଛନ୍ତି ଯେଉଁଥିରେ ମମତା ବାନାର୍ଜୀ ତାଙ୍କୁ ନନ୍ଦିଗ୍ରାମ ଆସନରୁ ଜିତିବାରେ ସାହାଯ୍ୟ କରିବାକୁ କହୁଥିବା ଶୁଣାଯାଉଛି । ଶୁଭେନ୍ଦୁ ଅଧିକାରୀଙ୍କ ସହାୟକ ଥିବା ପ୍ରଳୟ ପାଲ୍ ଦାବି କରିଛନ୍ତି ଯେ ମମତା ବାନାର୍ଜୀ ତାଙ୍କୁ ନିଜେ ଫୋନ୍ କରି ନନ୍ଦିଗ୍ରାମରେ ତୃଣମୂଳ କଂଗ୍ରେସକୁ (Trinamool Congress, TMC) ଜିତାଇବା ପାଇଁ ସାହାଯ୍ୟ ମାଗିଛନ୍ତି ।
ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ଓଡ଼ିଶା ସରକାର; କାରଣ ବେକାବୁ କରୋନା
ନନ୍ଦିଗ୍ରାମରେ ବିଜୟ ହାସଲ କରିବା ବିଷୟରେ ପ୍ରଳୟ ପାଲ୍ ଓ ମମତା ବାନାର୍ଜୀଙ୍କ ମଧ୍ୟରେ ହୋଇଥିବା ଏହି କଥିତ ଫୋନ୍ ବାର୍ତ୍ତାଳାପର ଏକ ଅଡି଼ଓ ସୋସିଆଲ୍ ମିଡି଼ଆରେ ଭାଇରାଲ୍ ହେବାରେ ଲାଗିଛି । ନ୍ୟୁଜ୍୧୮ ନେଟୱର୍କ ସେହି ଅଡିଓକୁ ନିଶ୍ଚିତ କରେ ନାହିଁ ।
ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲା
ଶୁଭେନ୍ଦୁ ଅଧିକାରୀଙ୍କ ସହ ବିଜେପିରେ ଯୋଗ ଦେଇଥିବା ପ୍ରଳୟ ପାଲ୍ କହିଛନ୍ତି, ‘‘ମମତା ବାନାର୍ଜୀ ଚାହୁଁଛନ୍ତି ଯେ ମୁଁ ତୃଣମୂଳ କଂଗ୍ରେସକୁ ଫେରି ପୁଣି ତାଙ୍କ ଦଳ ପାଇଁ କାମ କରେଁ । ମୁଁ ଦୀର୍ଘ ଦିନ ଧରି ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ପରିବାର ସହ ଜଡିତ ଅଛି ଏବଂ ବର୍ତ୍ତମାନ ବିଜେପିରେ କାମ କରୁଛି । ରାଜ୍ୟରେ ବାମପନ୍ଥୀ ଶାସନ ସମୟରେ ସିପିଆଇ(ଏମ୍) ନନ୍ଦିଗ୍ରାମର ଲୋକଙ୍କୁ ନିର୍ଯାତନା ଦେଉଥିଲା । ସେତିକି ବେଳେ ଅଧିକାରୀ ପରିବାର ଆମ ପାଖରେ ଠିଆ ହୋଇଥିଲା । ମୁଁ ତାଙ୍କ ବିପକ୍ଷରେ କେବେ ବି ଯାଇ ନାହିଁ କିମ୍ବା ଯିବି ନାହିଁ ।’’
ଏହି କଥିତ ଅଡିଓ ସାମ୍ନାକୁ ଆସିବା ପରେ ବିଜେପିର ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି । ଅମିତ ମାଲବୀୟ କହିଛନ୍ତି, ‘‘ଇଏ ବଡ଼ କଥା! ମମତା ବାନାର୍ଜୀ ନନ୍ଦିଗ୍ରାମରେ ବିଜେପି ଜିଲ୍ଲା ଉପାଧ୍ୟକ୍ଷ ପ୍ରଳୟ ପାଲଙ୍କୁ ଫୋନ୍ କରିଛନ୍ତି ଓ ସେଠାରେ ଜିତିବା ପାଇଁ ତାଙ୍କ ଠାରୁ ସାହାଯ୍ୟ ମାଗିଛନ୍ତି । ପ୍ରଳୟ ତାଙ୍କୁ କହିଛନ୍ତି ଯେ ତାଙ୍କୁ ତୃଣମୂଳ କଂଗ୍ରେସ ଅପମାନିତ କରିଥିଲା, ଆଉ ସେ ଓ ତାଙ୍କ ପରିବାର କେବେ ବି ବିଜେପି ସହ ବିଶ୍ୱାସଘାତକତା କରିବେ ନାହିଁ । ନନ୍ଦିଗ୍ରାମରେ ନିଶ୍ଚିତ ଭାବେ ପିସି ହାରୁଛି ଓ ପଶ୍ଚିମ ବଙ୍ଗରେ ତୃଣମୂଳ କଂଗ୍ରେସ ନିଶ୍ଚିତ ଭାବେ ହାରୁଛି ।’’