ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପ୍ରତିଥର ରୂପ ବଦଳାଏ ଏହି ବେଳାଭୂମି; ଡାଇମଣ୍ଡ ବିଚରେ ପଡ଼ିଛି ହୀରା ଖଣ୍ଡ

ପ୍ରତିଥର ରୂପ ବଦଳାଏ ଏହି ବେଳାଭୂମି; ଡାଇମଣ୍ଡ ବିଚରେ ପଡ଼ିଛି ହୀରା ଖଣ୍ଡ

ଆଇସଲ୍ୟାଣ୍ଡର ସାଉଥ କୋଷ୍ଟାରେ ଜୋକୁରସାରଲନ ଗ୍ଲାସିୟର ଲାଗୁନରେ ଏହି ସ୍ଥାନଟି ପ୍ରତିଥର ନିଜର ରୂପ ବଦଳାଇଥାଏ, ଆଉ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ବେଶ୍ ଅଦ୍ଭୁତ ଭାବେ ସୁନ୍ଦର ଲାଗିଥାଏ ।

ପ୍ରତିଥର ରୂପ ବଦଳାଏ ଏହି ବେଳାଭୂମି; ଡାଇମଣ୍ଡ ବିଚରେ ପଡ଼ିଛି ହୀରା ଖଣ୍ଡ
ଡାଇମଣ୍ଡ ବିଚ ପ୍ରତିଦିନ ଅଲଗା ନଜର ଆସେ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 10, 2021, 1:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଆଇସ୍‌ଲ୍ୟାଣ୍ଡ: ପ୍ରକୃତିର ଅନନ୍ଯ ସୃଷ୍ଟି ଆଗରେ ଆଖି ଝଲସି ଉଠିଥାଏ । ଏଭଳି ଏକ ବେଳାଭୂମି ହେଉଛି ହୀରା ବେଳାଭୂମି ବା ଡାଇମଣ୍ଡ ବିଚ୍‌ । ଏବେ ମନରେ ପ୍ରଶ୍ନ ନିଶ୍ଚୟ ଆସିବ, କଣ ବେଳାଭୂମିରେ ହୀରା ମିଳିବା ସ୍ୱାଭାବିକ କି ସମ୍ଭବ । ତେବେ ଆମେ କହିବୁ ଏହା ସମ୍ଭବ । କାରଣ ଏହିଭଳି ଏକ ବେଳାଭୂମି ରହିଛି ସ୍ୱର୍ଗର ଭୂମି, ଆଇସ୍‌ଲ୍ୟାଣ୍ଡରେ । ଏହି ବେଳାଭୂମିଟି ଦେଖିବାକୁ ବେଶ୍‌ ସୁନ୍ଦର । ସବୁଠାରୁ ବଡ଼ କଥା ହେଉଛି ପ୍ରତିଥର ଏହି ବେଳାଭୂମି ଭିନ୍ନ ଆଉ ନୂଆ ଲାଗେ । ଅର୍ଥାତ୍‌ ଗୋଟେ ସମୟରେ ଆପଣ ଏହି ବେଳାଭୂମିକୁ ଯେପରି ଦେଖିବେ, ତା ପରବର୍ତ୍ତୀ ସମୟରେ ଏହି ବେଳାଭୂମି ଭିନ୍ନ ଦୃଶ୍ୟମାନ ହୁଏ ।

ଏହି ବେଳାଭୂମିରେ କଳାବାଲିର ପରସ୍ତ ‌ଆପଣ ଦେଖିବାକୁ ପାଇବେ । ଆଉ ତା ସହ ଡାଇମଣ୍ଡ ଅର୍ଥାତ ହୀରା ଭଳି ଚମକୁଥିବା ଗ୍ଲାସିୟର ଦେଖିବାକୁ ମିଳେ । ଏହା ଆଇସଲ୍ୟାଣ୍ଡର ସାଉଥ କୋଷ୍ଟାରେ ଜୋକୁରସାରଲନ ଗ୍ଲାସିୟର ଲାଗୁନରେ ଅବସ୍ଥିତ । ଏହା ପ୍ରକୃତି ପ୍ରେମୀ, ଫଟୋଗ୍ରାଫର ତଥା ପ୍ରକୃତି ଗବେଷକମାନଙ୍କର ପ୍ରିୟ ସ୍ଥାନ ହୋଇପାରିଛି ।

ଏହି ଆଇସଲ୍ୟାଣ୍ଡରେ ଜୋକୁରସାରଲନ ଗ୍ଲାସିୟର ଲାଗୁନ ବରଫରେ ଭରପୁର । ତେବେ ଏହାର ନିଆରା ତଥା ବିଚିତ୍ର ଦୃଶ୍ୟ ଦେଖି ଏହାକୁ ଚମତ୍କାରୀ ବେଳାଭୂମି ବୋଲି ମଧ୍ୟ କୁହାଯାଏ । ଏହି ସ୍ଥାନରେ ପହଁଚିବା ପରେ ଲାଗେ ଯେପରି ଆପଣ ଭିନ୍ନ ଏକ ଦୁନିଆରେ ପହଞ୍ଚି ଯାଇଛନ୍ତି । ଏଠି ଗ୍ଲାସିୟରର ବରଫ ଗୁଡିକ ବେଳାଭୂମିରେ ହୀରାର ଭ୍ରମ ସୃଷ୍ଟି କରେ । ଏହି ସ୍ଥାନଟି ପରିଭ୍ରମଣ ପାଇଁ ବେଶ୍‌ ଉପଯୋଗୀ ଓ ସୁରକ୍ଷିତ । କେବଳ ଯେ ହୀରା ଭଳି ଦୃଶ୍ୟମାନ ହେଉଥିବା ବରଫ ଏହି ସ୍ଥାନର ବିଶେଷତ୍ତ୍ୱ ନୁହେଁ, ବରଂ ଏହି ବେଳାଭୂମିରେ ଥିବା କଳାବାଲିର ପରସ୍ତ ମଧ୍ୟ ଏହି ସ୍ଥାନକୁ ବେଶ ନିଆରା ଓ ସୁନ୍ଦର ବନାଏ ।

ଆଇସଲ୍ୟାଣ୍ଡର ସାଉଥ କୋଷ୍ଟାରେ ଜୋକୁରସାରଲନ ଗ୍ଲାସିୟର ଲାଗୁନରେ ଏହି ସ୍ଥାନଟି ପ୍ରତିଥର ନିଜର ରୂପ ବଦଳାଇଥାଏ, ଆଉ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ବେଶ୍‌ ଅଦ୍ଭୁତ ଭାବେ ସୁନ୍ଦର ଲାଗିଥାଏ । ତେଣୁ ଏହାର ସୁନ୍ଦରତାକୁ ନଜରରେ ରଖି ଏହି ସ୍ଥାନକୁ ହୀରାର ବେଳାଭୂମି ବୋଲି କୁହାଯାଏ । ଆଉ ପ୍ରତିକ୍ଷଣରେ ରୂପ ବଦଳାଉଥିବା ଏହି ଚମତ୍କାର ବେଳାଭୂମିର ବିଶେଷତ୍ତ୍ୱ ଦେଖି ଏହି ସ୍ଥାନର ନାଁ ଦିଆଗଲା ଡାଇମଣ୍ଡ ବିଚ୍‌ । ଏହି ସ୍ଥାନକୁ ଦେଖିଲେ ହିଁ ଅନୁମାନ କରିହୁଏ ଯେ, ବାସ୍ତବରେ ପ୍ରକୃତି ଠାରୁ ସୁନ୍ଦର କଳାକାର ଆଉ କିଏ ବା ଅଛି ।
Published by: Soumya Das
First published: November 10, 2021, 1:47 PM IST