News18 Odia Digital
ଭୁବନେଶ୍ୱର : ଯେଉଁମାନଙ୍କର ମଧୁମେହ ସମସ୍ୟା ଥାଏ, ସେମାନଙ୍କୁ ମଧୁମେହ ଜନିତ କିଡନୀ ରୋଗ ମଧ୍ୟ ହୋଇପାରେ। ମଧୁମେହ କିଡନୀ ରୋଗରେ କିଡନୀ ଫେଲ୍ ହେବାର ବେଶୀ ସମ୍ଭାବନା ଥାଏ । ତେଣୁ ମୁହଁରେ କୌଣସି ଲକ୍ଷଣ ଦେଖାଦେଲେ ତାକୁ ଅଣଦେଖା କରନ୍ତୁ ନାହିଁ । ଯେତେବେଳେ ବି କୌଣସି ବ୍ୟକ୍ତିଙ୍କୁ କିଛି ରୋଗ ହୁଏ, ସେତେବେଳେ ଶରୀରରେ କିଛି ଲକ୍ଷଣ ଦେଖାଯାଇଥାଏ । ସେହି ଲକ୍ଷଣରୁ ଜଣାପଡ଼ିଯାଇଥାଏ କି କିଛି ତ ଗଡ଼ବଡ଼ ଅଛି । ଏହା ପରେ ସେ ସେହି ରୋଗର ଲକ୍ଷଣ ଆଧାରରେ ଚିକିତ୍ସା କରାଯାଏ। କିଛି ଏମିତି ରୋଗ ମଧ୍ୟ ଅଛି ଯାହାର ଲକ୍ଷଣ ଶୀଘ୍ର ଜଣାପଡ଼ିନଥାଏ କିମ୍ବା ଦୀର୍ଘ ସମୟ ପରେ ଲକ୍ଷଣ ଦେଖାଯାଏ।
ମଧୁମେହ ମଧ୍ୟ ଏପରି ଏକ ରୋଗ ଯାହାର ଲକ୍ଷଣ ଏତେ ଶୀଘ୍ର ଦେଖାଯାଏ ନାହିଁ। ମଧୁମେହ କାରଣରୁ କିଡନୀ ସମସ୍ୟା ମଧ୍ୟ ହୋଇପାରେ, ଯାହାକୁ ଡାଇବେଟିକ କିଡନୀ ରୋଗ କୁହାଯାଏ। ମଧୁମେହରେ ଆକ୍ରାନ୍ତ ପ୍ରତ୍ୟେକ ୩ ଜଣଙ୍କ ମଧ୍ୟରୁ ପ୍ରାୟ ଜଣଙ୍କର କିଡନୀ ରୋଗ ହୋଇଥାଏ। ଡାଇବେଟିକ କିଡନୀ ରୋଗ ସେତେବେଳେ ହୁଏ, ଯେତେବେଳେ କିଡନୀର ଫିଲ୍ଟର୍ (ଗ୍ଲୋମେରୁଲି) ନଷ୍ଟ ହୋଇଯାଏ ଓ କିଡନୀ, ରକ୍ତ ସହ କିଛି ପରିମାଣର ପ୍ରୋଟିନ୍ ପରିସ୍ରାରେ ଛାଡିଥିାଏ। ଏହି ଅବସ୍ଥା ଶରୀର ପାଇଁ ବିପଦଜନକ ହୋଇପାରେ। ଯଦି ଠିକ ସମୟରେ ଚିକିତ୍ସା କରା ନ ଯାଏ ତେବେ କିଡନୀ ଫେଲ୍ ମଧ୍ୟ ହୋଇପାର। ଯଦିଓ ମଧୁମେହର ଲକ୍ଷଣ ଆରମ୍ଭରୁ ଏତେ ବିପଜ୍ଜନକ ନଥାଏ କିନ୍ତୁ ସମୟ ସହିତ ସ୍ୱାସ୍ଥ୍ୟବସ୍ଥା ଗୁରୁତର ବି ହୋଇପାରେ। ଯଦି ଡାଇବେଟିସରେ ବେଶି ଗୁରୁତର ହୁଅନ୍ତି, ତେବେ ଏହାର ଲକ୍ଷଣ ମୁହଁରେ ବି ଦେଖାଯାଏ।
ବିଶେଷଜ୍ଞଙ୍କ ଅନୁଯାୟୀ, ଡାଇବେଟିକ କିଡନୀ ରୋଗର ଲକ୍ଷଣ ମଧ୍ୟ ଚକ୍ଷୁର ଆଖପାଖରେ ଦେଖାଯାଏ। ଯଦି କାହାର ମଧୁମେହ ରୋଗ ବଢେ, ତେବେ ଆଖି ଫୁଲୁଥିବା ଦେଖାଯାଏ। ଏହି ଲକ୍ଷଣରୁ ଆପଣ ବୁଝିଯିବେକି ମଧୁମେହ କାରଣରୁ କିଡନୀ ପ୍ରଭାବିତ ହେଉଛି ଓ ମଧୁମେହିକ କିଡନୀ ରୋଗ ଆରମ୍ଭ ହୋଇ ଯାଇଛି। ଏହା ସହିତ କୌଣସି ଜିନିଷ ଚିନ୍ତା କରିବାରେ ସମସ୍ୟା, ଭୋକ ନଲାଗିବା , ଓଜନ ହ୍ରାସ, ଚର୍ମ ଶୁଖିଲା ଲାଗିବା ବା କୁଣ୍ଡେଇ ହେବା, ମାଂସପେଶୀରେ କଷ୍ଟ ଅନୁଭୂତ ହେବା । ପାଦ ଓ ଗୋଡରେ ଫୁଲିବା, ବାରମ୍ବାର ପରିସ୍ରା ଲାଗିବା, ପରିସ୍ରାର ହଳଦିଆ ଦେଖାଯିବା , ଶରୀର ବାରମ୍ବାର ଅସୁସ୍ଥ ହେବା ଇତ୍ୟାଦି ଲକ୍ଷଣ ଦେଖାଦେଇ ଥାଏ।
ଡାକ୍ତରଙ୍କ ପରାମର୍ଶ ନିଅନ୍ତୁଯଦି କେହି ଉପରୋକ୍ତ ଲକ୍ଷଣଗୁଡିକ ଦେଖନ୍ତି, ତେବେ ଯଥାଶୀଘ୍ର ଡାକ୍ତରଙ୍କ ସହ କଥାହେବା ଉଚିତ୍। କିଡନୀ ସମସ୍ୟା ଦେଖାଦେବା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ବାହାରିବ। ଅନ୍ୟପକ୍ଷରେ, କିଡନୀ ଫେଲ୍ ଆରମ୍ଭ ହେବା ପରେ ଏହା ଅବସ୍ଥା ଗୁରୁତର ବି ହୋଇପାରେ।
ଦ୍ୱିତୀୟ ଷ୍ଟେଜରେ ଥିବା ମଧୁମେହ ରୋଗୀମାନେ ପ୍ରଥମ ଡାଇବେଟିସ୍ ରୋଗୀଙ୍କ ଅପେକ୍ଷା କିଡନୀ ସମ୍ବନ୍ଧୀୟ ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି। ଟାଇପ୍-୧ ମଧୁମେହ ରୋଗୀଙ୍କଠାରେ ମଧୁମେହ କିଡନୀ ରୋଗ ଏକ ସାଧାରଣ କଥା, କିନ୍ତୁ ଟାଇପ୍-୨ ମଧୁମେହ ରୋଗୀଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ। ମଧୁମେହ କିଡନୀ ରୋଗ କିଡନୀ ଫେଲର ମୁଖ୍ୟ କାରଣ ହୋଇପାରେ। ଯେଉଁମାନେ ଡାଏଲିସିସରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ମଧୁମେହ ଜନିତ କିଡନୀ ରୋଗରେ ଆକ୍ରାନ୍ତ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।