News18 Odia Digital
ଜୟପୁର: ନିକଟରେ ବଲିଉଡ଼ ଅଭିନେତ୍ରୀ ଦିୟା ମିର୍ଜା ଏକ ଇଭେଣ୍ଟରେ ଅତ୍ୟଧିକ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ । ରାଜସ୍ଥାନର ରାଜଧାନୀ ଜୟପୁରଠାରେ ଅନୁଷ୍ଠିତ ହେଉଥି ଜୟପୁର ସାହିତ୍ୟ ମହୋତ୍ସବରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ନେଇ ହୋଇଥିବା ଚର୍ଚ୍ଚାରେ ଭାଗ ନେଇ ଦିଆ କାନ୍ଦିପକାଇଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ମାତ୍ର ଏହା ଦିୟାଙ୍କୁ ଟିକେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ଏହି କାନ୍ଦିବା ଦୃଶ୍ୟକୁ ଲୋକ ବଢ଼ିଆ ଅଭିନୟ କହି ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଏହା ସହ ଲୋକମାନେ ଦିୟାଙ୍କୁ ତାଙ୍କର ଏସୟୁଭି କାର କଥା ସ୍ମରଣ କରାଇଦେଇଛନ୍ତି ।
ଜୟପୁର ସାହିତ୍ୟ ମହୋତ୍ସବରେ ‘‘ପରିବେଶ ନେଇ ଚିନ୍ତା‘‘ ନାମକ ଏକ ଶେସନରେ ଦିୟା ସାମିଲ ହୋଇଥିଲେ । ସେଠାରେ ପରିବେଶ ଉପରେ ଚର୍ଚ୍ଚା କରିବା ଅବସରରେ ଦିୟା କାନ୍ଦିବାକୁ ଆରମ୍ଭ କରି କହିଥିଲେ ଯେ, ‘‘ସହାନୁଭୁତି ଦେଖାଇବାରେ ପଛଘୁଞ୍ଚା ଦିଅନ୍ତୁ ନାହିଁ । କାହା ଡରରେ ନିଜର କାନ୍ଦ ବନ୍ଦ କରନ୍ତୁ ନାହିଁ । ଏହାକୁ ଭଲଭାବେ ଅନୁଭବ କରନ୍ତୁ ଆପଣଙ୍କୁ ନିଶ୍ଚୟ ଭଲ ଲାଗିବ ଏବଂ ଏଥିରୁ ଶକ୍ତି ମିଳିଥାଏ ଏବଂ ଏହା ଆକ୍ଟିଂ ନୁହେଁ‘‘ । ସେହିସମୟରେ ଜଣେ ମହିଳା ଦିୟାଙ୍କୁ ଲୁହା ପୋଛିବା ପାଇଁ ଟିସୁ ପେପର ନେଇ ଦେଇଥିଲେ । ମାତ୍ର ଦିୟା ଏଥିପାଇଁ ସେହି ମହିଳାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ମୋର ପେପର ଦରକାର ନାହିଁ ବୋଲି କହିଥିଲେ । ତେବେ ପରେ ଦିୟା କହିଥିଲେ ଯେ, ବାସକେଟ ବଲ୍ ଖେଳାଳି କୋବି ବ୍ରାଏଣ୍ଟ ଏବଂ ତାଙ୍କ ଝିଅର ମୃତ୍ୟୁ ଖବର ଶୁଣି ନିଜକୁ ରୋକି ପାରିନଥିଲେ ।

ଏସୟୁଭି କାର ସହ ଦିୟା, ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି ।
ତେବେ ଦିୟାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ପ୍ରବଳମାତ୍ରାରେ ଟ୍ରୋଲ କରିଛନ୍ତି । ଅନେକ ୟୁଜର ଲେଖିଛନ୍ତି ‘‘ ପରିବେଶ ପାଇଁ କାମକରୁଥିବା ଯୁବା ଗ୍ରେଟା ଥୁନବର୍ଗଙ୍କ ‘ସସ୍ତା କପି‘ । ଏହା ସହ ଅନେକ ଲୋକ ତାଙ୍କୁ ତାଙ୍କର ଏସୟୁଭି କାର କଥା ମନେପକାଇଦେଇଥିଲେ । ଜଣେ ୟୁଜର ଟୁଇଟରରେ ଲେଖିଥିଲେ ଯେ, ‘‘ଭେଟନ୍ତୁ ଦିୟା ମିର୍ଜାଙ୍କୁ ଯିଏ ଆମରେ ଦେଶୀ ସସ୍ତା ଗ୍ରେଟା ଥୁନବର୍ଗ, ହାଓ ଡୟାର ୟୁ ପରେ ଆଇ ଡୋଣ୍ଟ ନିଡ୍ ପେପର‘‘ । ସେହିପରି ଆଉଜଣେ ୟୁଜର ଲେଖିଥିଲେ ଯେ, ନିଜ କାର୍ ସହିତ ଦିୟା ମିର୍ଜା ଯେଉଁଥିରୁ କେବଳ ଅମ୍ଳଜାନ ବାହାରିଥାଏ । ଅନ୍ୟ ଜଣେ ୟୁଜର ଲେଖିଥିଲେ ଯେ, ‘‘ ଯେତେବେଳେ ବହୁଦିନ ଧରି ଲାଇମ ଲାଇଟରୁ ଦୁରେଇଯାଉ ସେତେବେଳେ ଏମିତି ଷ୍ଟଣ୍ଟ ଆପଣାଇବାକୁ ପଡ଼େ‘‘ । ଅନ୍ୟଜଣେ ୟୁଜର ସମାଲୋଚନା କରି ଲେଖିଛନ୍ତି ‘‘ ଅତ୍ୟଧିକ ଆକ୍ଟିଂର ବି ଏକ ସୀମା ଥାଏ‘‘ ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।