IPL 2020: ହେଉଛି କ’ଣ? ପଞ୍ଚମ ଥର ହାରିଲା ଧୋନୀଙ୍କ ଟିମ୍; ପୁଣି କମାଲ୍ କଲେ କୋହଲି ଓ ଟିମ୍‌

ଧୋନିଙ୍କ ଟିମର ଦୁର୍ବଳ ବ୍ୟାଟିଂ ତାଙ୍କ ଟିମକୁ ପୁଣି ଥରେ ହରାଇ ଦେଇଛି । ବିରାଟ କୋହଲି ୫୨ ବଲରୁ ଅପରାଜିତ ୯୦ ରନ୍ କରିଥିଲେ । ଏହି ଇନିଂସରେ ସେ ଚାରିଟି ଚୌକା ଓ ଚାରିଟି ଛକ୍କା ମାରିଥିଲେ ।

IPL 2020: ହେଉଛି କ’ଣ? ପଞ୍ଚମ ଥର ହାରିଲା ଧୋନୀଙ୍କ ଟିମ୍; ପୁଣି କମାଲ୍ କଲେ କୋହଲି ଓ ଟିମ୍‌
ଧୋନୀଙ୍କ ଟିମ୍ ପୁଣି ଥରେ ହାରିଗଲା ମ୍ୟାଚ୍; (ଡାହାଣ) ଧୋନୀ
  • News18 Odia
  • Last Updated: October 11, 2020, 12:46 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ (Chennai super Kings - CSK) ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ରେ (IPL2020) ନିଜ ଖରାପ ପ୍ରଦର୍ଶନ ଜାରି ରଖିଛି । ଚେନ୍ନାଇ ସୁପର କିଙ୍ଗ୍ସକୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore - RCB) ବିପକ୍ଷରେ ଏକ ମ୍ୟାଚରେ ପରାଜୟର ସାମନା କରିବାକୁ ପଡ଼ିଛି (CSK vs RCB) ।

ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ଚେନ୍ନାଇକୁ ୧୭୦ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଚେନ୍ନାଇ ୩୭ ରନରେ ମ୍ୟାଚ୍ ହାରିଯାଇଛି । ଧୋନିଙ୍କ (Mahendra Singh Dhoni) ଟିମର ଦୁର୍ବଳ ବ୍ୟାଟିଂ ତାଙ୍କ ଟିମକୁ ପୁଣି ଥରେ ହରାଇ ଦେଇଛି । ଏହି ସିଜନରେ ଚେନ୍ନାଇ ସୁପର କିଙ୍ଗସ୍‌ ପଞ୍ଚମ ଥର ପରାଜୟର ସାମନା କରିଛି ।

ବାଙ୍ଗାଲୋର (Royal Challengers Bangalore - RCB) ୨୦ ଓଭରରେ ୧୬୯ ରନ୍ ସ୍କୋର କରିଥିଲା, ​​କିନ୍ତୁ ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୩୨ ରନ୍ କରିପାରିଥିଲା । ଚେନ୍ନାଇର ବ୍ୟାଟିଂ ପୁଣି ଥରେ ଫ୍ଲପ୍ ପ୍ରମାଣିତ ହୋଇଥିଲା । ୱାଟସନ୍ ୧୪ ଓ ଡୁପ୍ଲେସି ୮ ରନ୍ କରି ଆଉଟ୍ ହୋଇଥିଲେ । ରାୟୁଡୁ ୪୨ ରନ୍ ସ୍କୋର କରିଥିଲେ, କିନ୍ତୁ ଏଥି ପାଇଁ ସେ ୪୦ଟି ବଲ ଖେଳିଥିଲେ । ଜଗଦୀଶନ୍ ୩୩ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଧୋନି ୧୦ ରନ୍ କରିଥିଲେ । ଜାଡେଜା ଓ ବ୍ରାଭୋ ୭-୭ ରନ୍ ସ୍କୋର କରିଥିଲେ ।

କୋହଲି ୯୦ ରନ୍ କରିବା ପରେ ତାଙ୍କୁ ସ୍ୱାଗତ କରୁଛନ୍ତି ଡ୍ୱାଏନ୍ ବ୍ରୋଭୋ ।


ଚଳିତ ସିଜନରେ ବାଙ୍ଗାଲୋର ପାଇଁ ପ୍ରଥମ ମ୍ୟାଚ୍ ଖେଳୁଥିବା ଅଲରାଉଣ୍ଡର କ୍ରିସ୍ ମରିସ ୪ ଓଭରରେ ୧୯ ରନ୍ ଦେଇ ତିନିଟି ୱିକେଟ୍ ନେଇଥିଲେ । ୧୬ ରନ୍ ଦେଇ ସୁନ୍ଦର ଦୁଇଟି ୱିକେଟ୍ ନେଇଥିଲେ । ଉଡ଼ାନା ଓ ଚହଲଙ୍କୁ ଗୋଟିଏ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

ଚେନ୍ନାଇ ଚିତ୍‌ ହେଲା, ବାଙ୍ଗାଲୋର ସୁପରହିଟ୍

୧୭୦ ରନର ଟାର୍ଗେଟକୁ ପାର୍‌ କରିବା ପାଇଁ ଉଦ୍ୟମ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସର ଆରମ୍ଭ ଭଲ ନ ଥିଲା । ଚତୁର୍ଥ ଓଭରରେ ଡୁପ୍ଲେସି ମାତ୍ର ୮ ରନ୍ ସ୍କୋର କରି ୱାଶିଂଟନ୍ ସୁନ୍ଦରଙ୍କୁ ନିଜ ୱିକେଟ୍ ଦେଇଦେଇଥିଲେ । ଶେନ୍‌ ୱାଟସନଙ୍କର ବି ଠିକ୍‌ ସେମିତି ପ୍ରଦର୍ଶନ ଥିଲା । ସେ ୧୮ଟି ବଲ୍‌ ଖେଳି ମାତ୍ର ୧୪ ରନ୍ ସ୍କୋର କରିପାରିଥିଲେ ।

ରାୟୁଡୁ ଓ ଜଗଦୀଶନଙ୍କ ଯୋଗୁଁ ଟିମର ଧୀର ଆରମ୍ଭ ଆହୁରି ଅଧିକ ମନ୍ଥର ହୋଇଥିଲା । ଦୁହେଁ ମିଶି ୬୪ ରନ୍‌ କରିଥିଲେ, କିନ୍ତୁ ଏଥି ପାଇଁ ଉଭୟ ୫୨ଟି ବଲ୍ ଖେଳିଥିଲେ । ଏହି ଠାରୁ ହିଁ ଆବଶ୍ୟକ ରନ୍ ହାର ବୃଦ୍ଧି ପାଇଥିଲା ଓ ମ୍ୟାଚ୍ ଚେନ୍ନାଇର ହାତରୁ ଖସିଯାଇଥିଲା ।

ଏହା ବି ପଢ଼ନ୍ତୁ Gold Price - ରୂପା ହେଲା ୨୫୦୦ ଟଙ୍କା ମହାଙ୍ଗା; ସୁନା ଦର ମଧ୍ୟ ୧.୩% ବୃଦ୍ଧି ପାଇଲା

ଏହା ବି ପଢ଼ନ୍ତୁ IPL 2020: ଆଜିଠାରୁ ଆରମ୍ଭ ହୋଇପାରେ 'ଅସଲି' ଚୌକା-ଛକାର ବର୍ଷା; ଦଳକୁ ଫେରିବେ କ୍ରିସ୍ ଗେଲ୍!

ବାଙ୍ଗାଲୋରର ବୋଲରମାନେ କମାଲ୍‌ କଲେ

ବେଙ୍ଗାଲୁରୁର ବୋଲରମାନେ ଚେନ୍ନାଇର ବ୍ୟାଟ୍ସମ୍ୟାନମାନଙ୍କୁ ଆଦୌ ନିଜ ହାତ ଖୋଲିବାକୁ ଦେଇ ନ ଥିଲେ । ଚାରି ଓଭରରେ ମାତ୍ର ୧୯ ରନ୍ ଦେଇ କ୍ରିସ୍ ମରିସ ୩ଟି ୱିକେଟ୍ ନେଇଥିଲେ। ନବଦୀପ ସାଇନି ଗୋଟିଏ ବି ୱିକେଟ୍ ନେଇ ନ ଥିଲେ, ହେଲେ ସେ ଚାରି ଓଭରରେ ମାତ୍ର ୧୮ ରନ୍ ଦେଇଥିଲେ। ୱାଶିଂଟନ୍ ସୁନ୍ଦର ପୂର୍ବ ପରି ୩ ଓଭରରେ ୧୬ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଉଡ଼ାନା ଓ ୟୁଜବେନ୍ଦ୍ର ଚହଲଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା ।



କୋହଲି ବିଜୟର ହିରୋ ହେଲେ

ଏହା ପୂର୍ବରୁ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି (Virat Kohli) ନିଜ ଦଳକୁ ୧୬୯ ରନ୍‌ ସ୍କୋରରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ । ବିରାଟ କୋହଲି ୫୨ ବଲରୁ ଅପରାଜିତ ୯୦ ରନ୍ କରିଥିଲେ । ଏହି ଇନିଂସରେ କୋହଲି ଚାରିଟି ଚୌକା ଓ ଚାରିଟି ଛକ୍କା ମାରିଥିଲେ । ଦେବଦତ୍ତ ପ୍ୟାଡିକଲ ବି ୩୩ ରନ୍‌ ସ୍କୋର୍‌ କରିଥିଲେ । ଦୁବେ ୧୪ଟି ବଲରୁ ଅପରାଜିତ ୨୨ ରନ୍ କରିଥିଲେ ।
Published by: Anand Shankar Thankur Das
First published: October 11, 2020, 12:46 AM IST
corona virus btn
corona virus btn
Loading