ବିସିସିଆଇର ଇନଷ୍ଚାଗ୍ରାମ ଫଟୋରୁ ଧୋନି ଗାୟବ; ପ୍ରଶଂସକ ନାରାଜ ହେଲେ; ଫେରିବେ କି ନା ଧୋନି?

କେ.ଏଲ. ରାହୁଲ ୱିକେଟ୍ କିପିଂ ସହିତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଧୋନି ତାଙ୍କ ସ୍ଥାନ ନେବା ଅସମ୍ଭବ ଲାଗୁଛି ବୋଲି କହିଛନ୍ତି ସେହୱାଗ ।

ବିସିସିଆଇର ଇନଷ୍ଚାଗ୍ରାମ ଫଟୋରୁ ଧୋନି ଗାୟବ; ପ୍ରଶଂସକ ନାରାଜ ହେଲେ; ଫେରିବେ କି ନା ଧୋନି?
ମହେନ୍ଦ୍ର ସିଂ ଧୋନି
  • News18 Odia
  • Last Updated: March 23, 2020, 6:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବିସିସିଆଇ ଭାରତୀୟ କ୍ରିକେଟ୍ ଦଳର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଥିବା ୧୩ ମିଲିୟନ୍ (ଏକ କୋଟି ୩୦ ଲକ୍ଷ) ଫଲୋଅର୍ର୍ସଙ୍କ ସହ ଏକ ଛବି ସେୟାର କରିଛି । ଏଥିରେ ମହିଳା ଓ ପୁରୁଷ ଦଳର ନଅ ଜଣ ଖେଳାଳିଙ୍କ ଫଟୋ ରଖାଯାଇଛି, କିନ୍ତୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏଥିରେ ସ୍ଥାନ ପାଇ ନାହାଁନ୍ତି । ଏହାକୁ ନେଇ ଅନୋକ ପ୍ରଶଂସକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜଣେ ପ୍ରଶଂସକ ସୋସିଆଲ ମିଡ଼ିଆରେ ଲେଖିଛନ୍ତି: ‘‘ଓ! ଧୋନି କେଉଁଠି?’’ ଆଉ ଜଣେ ପ୍ରଶଂସକ ଲେଖିଛନ୍ତି: ‘‘ଧୋନିଙ୍କ ବିନା ଟିମ୍ ଇଣ୍ଡିଆ କିଛି ନୁହେଁ ।’’

ଏହି ଚିତ୍ରରେ ସ୍ଥାନ ପାଇଥିବା ନଅ ଜଣ ଖେଳାଳିଙ୍କ ମଧ୍ୟରେ ବର୍ତ୍ତମାନର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାୱନ, କେ.ଏଲ୍. ରାହୁଲ, ଜସପ୍ରୀତ ବୁମ୍ରା ଓ ଶ୍ରେୟସ୍ ଆୟର ଅଛନ୍ତି। ମହିଳା କ୍ରିକେଟରଙ୍କ ମଧ୍ୟରେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ପୁନମ ଯାଦବ ଅଛନ୍ତି ।

ଧୋନିଙ୍କୁ ବିସିସିଆଇ ନିକଟରେ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରୁ ବାଦ ଦେଇଥିଲା । ସେବେ ଠାରୁ ତାଙ୍କ ଅବସର ନେଇଥିବାର କଳ୍ପନାଜଳ୍ପନା ତୀବ୍ର ହୋଇଥିଲା । ତେବେ ସେ ଏ ପର୍ଯ୍ୟନ୍ତ ଅବସର ନେବା ବିଷୟରେ କିଛି କହି ନାହାଁନ୍ତି । ସେ ଆଇ.ପି.ଏଲ. ଜରିଆରେ କ୍ରିକେଟ୍ ଗ୍ରାଉଣ୍ଡକୁ ଫେରିବେ ବୋଲି ଜଣା ପଡ଼ିଛି ।

ଧୋନିଙ୍କ ଭବିଷ୍ୟତ ବିଷୟରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଯେ ଆଇ.ପି.ଏଲ.ରେ ପ୍ରଦର୍ଶନ ଆଧାରରେ ଧୋନିଙ୍କର ଦଳକୁ ଫେରିବା ନିଷ୍ପତ୍ତି ନିଆଯିବ । ଲିଗ୍‌ର ଅନ୍ୟ ୱିକେଟ୍ କିପରଙ୍କ ତୁଳନାରେ ଧୋନି କିପରି ପ୍ରଦର୍ଶନ କରୁଛନ୍ତି ତା’ର ମୂଲ୍ୟାଙ୍କନ କରିବା ପରେ ହିଁ ତାଙ୍କର ଟିମ୍‌ ଇଣ୍ଡିଆକୁ ଫେରିବା ଉପରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶାସ୍ତ୍ରୀ ।

ବିସିସିଆଇ ଟିମ୍ ଇଣ୍ଡିଆର ଇନଷ୍ଟାଗ୍ରାମରେ ଲଗେଇଥିବା ଫଟୋ


ଚାରି ଦିନ ପୂର୍ବରୁ ଭାରତର ପୂର୍ବତନ ଓପନର୍ ବିରେନ୍ଦ୍ର ସେହୱାଗ କହିଥିଲେ ଯେ ଆଇ.ପି.ଏଲ.ରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଧୋନିଙ୍କର ଟିମ୍‌ ଇଣ୍ଡିଆକୁ ଫେରିବା କଷ୍ଟକର ଲାଗୁଛି । ସେହୱାଗଙ୍କ ଅନୁଯାୟୀ ପ୍ରଥମେ ବୁଝିବାକୁ ହେବ ଯେ ଥରେ ଚୟନକର୍ତ୍ତାମାନେ ଜଣେ ଖେଳାଳୀ ଛାଡ଼ି ଆଗକୁ ବଢ଼ିଯିବା ପରେ ତାଙ୍କ ଫେରିବା ସାଧାରଣତଃ ବହୁତ କଷ୍ଟକର ହୋଇଥାଏ ।

‘‘ଦ୍ୱିତୀୟ କଥାଟି ହେଉଛି ଏହା ଯେ ଯଦି ବି ସେ (ଧୋନି) ଆଇ.ପି.ଏଲ.ରେ ଭଲ ପ୍ରଦର୍ଶନ କରନ୍ତି, ସେ ଟିମ୍ ଇଣ୍ଡିଆରେ କାହା ସ୍ଥାନରେ ଆସିବେ? ବର୍ତ୍ତମାନ କେ.ଏଲ. ରାହୁଲ ୱିକେଟ୍ କିପିଂ ସହିତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁଛନ୍ତି । ଏଭଳି ପରିସ୍ଥିତିରେ ଧୋନି ତାଙ୍କ ସ୍ଥାନ ନେବା ଅସମ୍ଭବ ଲାଗୁଛି,’’ କହିଥିଲେ ସେହୱାଗ ।

ଧୋନି ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ, ଯଦିଓ ସେ ଖେଳର ଛୋଟ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ ଜାରି ରଖିଥିଲେ । ସେ ତିନୋଟି ପ୍ରମୁଖ ବିଶ୍ୱ ଟୁର୍ନାମେଣ୍ଟରେ – ବିଶ୍ୱ ଟ୍ବେଣ୍ଟି ୨୦ (୨୦୦୭), ବିଶ୍ୱ କପ୍ (୨୦୧୧) ଓ ଚାମ୍ପିଅନ୍ସ ଟ୍ରଫି (୨୦୧୩) – ଭାରତକୁ ବିଜୟୀ କରାଇଥିଲେ, କିନ୍ତୁ ୨୦୧୭ରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।
First published: March 23, 2020, 6:33 PM IST