ଖୋଲିବ ଆବାସ୍ ପ୍ଲସ୍ ପୋର୍ଟାଲ; ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟିଲେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗ୍ରାମୀଣ ଗୃହ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ‘ଆୱାସ୍’ ପୋର୍ଟାଲକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଖୋଲିବ ଆବାସ୍ ପ୍ଲସ୍ ପୋର୍ଟାଲ

ଖୋଲିବ ଆବାସ୍ ପ୍ଲସ୍ ପୋର୍ଟାଲ

  • Share this:
News 18 Odia Digital

ଭୁବନେଶ୍ୱର: ଗ୍ରାମୀଣ ଗୃହ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ‘ଆୱାସ୍’ ପୋର୍ଟାଲକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ତଥା ପଞ୍ଚାୟତ ରାଜ ଗିରିରାଜ ସିଂଙ୍କୁ ଭେଟି ଏ ସମ୍ପର୍କରେ ଏକ ଚିଠି ଦାଖଲ କରିଛନ୍ତି । ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ରୁରାଲ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ପରମାନେଟ୍ ଓ୍ୱେଟିଂ ଲିଷ୍ଟକୁ ସ୍ଥାନାନ୍ତର କରାଯାଉ ଏବଂ ଓଡ଼ିଶାକୁ ସୁଯୋଗ ଦିଆଯାଉ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି ।

ଗରିବ, ମହିଳା, ଦିବ୍ୟାଙ୍ଗ, ଏସସି, ଏସଟି, ଓବିସି, ସଂଖ୍ୟାଲଘୁ ଏବଂ ଆର୍ଥିକ ଦୁର୍ବଳ ଦୃଷ୍ଟିରୁ ପଛୁଆ ଲୋକଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ୨.୯୫ କୋଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଅନୁଦାନ ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି ।

“ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ ବାତ୍ୟା ଏବଂ ବନ୍ୟା ଦ୍ୱାରା ପ୍ରଭାବିତ ପରିବାରମାନେ ଗୃହ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବା ପାଇଁ ଅପେକ୍ଷା କରିଛନ୍ତି। ସେହିଭଳି ଜିଓ ଟ୍ୟାଗିଂ ଏବଂ ଅନ୍ୟାନ୍ୟ ସମସ୍ୟା ହେତୁ ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ଅନେକ ପରିବାର PMAY-G ଅଧୀନରେ ଘର ପାଇପାରୁ ନାହାଁନ୍ତି ବୋଲି ପ୍ରଧାନ ତାଙ୍କ ଚିଠିରେ କହିଛନ୍ତି ।
Published by:Soumyashree Mishra
First published: