ୟୁଜବେନ୍ଦ୍ର ଚହଲଙ୍କ ସହ ରୋମାଣ୍ଟିକ୍ ହେଲେ ଧନଶ୍ରୀ ବର୍ମା; ସମୁଦ୍ର କୂଳରେ ଏହି ଶୈଳୀରେ ଦେଲେ ପୋଜ୍

ଧନଶ୍ରୀ ବର୍ମା (Dhanshree Verma) କିଛି ଦିନ ପୂର୍ବରୁ ଦୁବାଇରେ ପହଞ୍ଚିଥିଲେ । ଯେଉଁଠାରେ କିଛି ଦିନର କ୍ୟାରାଣ୍ଟିନରେ ରହି ସାରିବା ପରେ ନିଜ ମଙ୍ଗେତର ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ଦଳକୁ ଉତ୍ସାହିତ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ । ଏଠାରେ ଧନଶ୍ରୀ ଖୁସିର ସହ ତାଳି ମାରୁଥିବାର ନଜର ଆସିଥିଲେ ।

ୟୁଜବେନ୍ଦ୍ର ଚହଲଙ୍କ ସହ ରୋମାଣ୍ଟିକ୍ ହେଲେ ଧନଶ୍ରୀ ବର୍ମା; ସମୁଦ୍ର କୂଳରେ ଏହି ଶୈଳୀରେ ଦେଲେ ପୋଜ୍
(Photo credit: instagram/@dhanshree9)
  • News18 Odia
  • Last Updated: October 20, 2020, 4:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଦୁବାଇରେ ଆଇପିଏଲ୍ ୨୦୨୦ର (IPL 2020) ମ୍ୟାଚ୍ ଖେଳାଯାଉଛି । ତେବେ କରୋନା ଭାଇରସ୍ (Coronavirus) କାରଣରୁ ଏଥର ଦର୍ଶକ ଦଳକୁ ଉତ୍ସାହିତ କରିବାକୁ ପଡ଼ିଆରେ ନାହାଁନ୍ତି । ଏଭଳି ପରିସ୍ଥିତିରେ କେବଳ ଅଳ୍ପ କିଛି ବିଶେଷ ବ୍ୟକ୍ତି ଦଳକୁ ଉତ୍ସାହିତ କରିବାକୁ ଯାଉଛନ୍ତି । ନିକଟରେ ବିରାଟ କୋହଲିଙ୍କ (Virat Kohli) ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଷ୍ଟାଡିୟମରେ ଆରସିବି ଦଳକୁ ଉତ୍ସାହିତ କରୁଥିବାର ନଜର ଆସିଥିଲେ । ଏଥି ସହିତ ଶାହରୁଖ ଖାନ (Shah Rukh Khan) ନିଜ ସନ୍ତାନ ସୁହାନା ଖାନ (Suhana Khan) ଓ ଆର୍ଯ୍ୟ ଖାନଙ୍କ (Aryan Khan) ସହ ନିଜ କେକେଆର ଦଳକୁ ଉତ୍ସାହିତ କରିବା ପାଇଁ ଆସିଥିଲେ ।

ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡା ଯାଇଛି ଓ ତାହା ହେଉଛି ଆରସିବିର ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ନାମ । ଧନଶ୍ରୀ କିଛି ଦିନ ପୂର୍ବରୁ ଦୁବାଇରେ ପହଞ୍ଚିଥିଲେ। ଯେଉଁଠାରେ କିଛି ଦିନର କ୍ୟାରାଣ୍ଟିନରେ ରହିବା ପରେ ସେ ନିଜ ପ୍ରେମିକ ୟୁଜଭେନ୍ଦ୍ର ଚହଲ ଓ ତାଙ୍କ ଦଳକୁ ଖୁସି କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ । ଏଠାରେ ଧନଶ୍ରୀ ଖୁସିରେ କରତାଳି ମରୁଥିବାର ନଜର ଆସିଥିଲେ ।








View this post on Instagram





Few things in life are as beautiful as a setting sun 🌞🌸


A post shared by Dhanashree Verma (@dhanashree9) on






ଧନଶ୍ରୀ ନିକଟରେ ଅନୁଷ୍କା ଶର୍ମା ଓ ଆରସିବି ଖେଳାଳିଙ୍କ ସହ ନିଜର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ବ୍ୟତୀତ ସେ ୟୁଜବେନ୍ଦ୍ର ଚହଲଙ୍କ ସହ ଉଠାଇଥିବା ଆଉ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଷ୍ଟାଡିୟମରେ ଥିବା ନଜର ଆସୁଥିଲେ । ବର୍ତ୍ତମାନ ସେ ଦୁବାଇରେ ୟୁଜଭେନ୍ଦ୍ର ଚହଲଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯାହା ବହୁତ ଜୋରରେ ଭାଇରାଲ୍ ହେଉଛି ।






ଏହି ଫଟୋରେ ୟୁଜଭେନ୍ଦ୍ର ଚହଲ ଓ ଧନଶ୍ରୀ ସମୁଦ୍ର କୂଳରେ ନଜର ଆସିଛନ୍ତି । ଯେଉଁଠାରେ ଦୁହେଁ ପରସ୍ପରକୁ କୋଳାଗ୍ରତ କରି ପୋଜ୍ ଦେଉଥିବାର ଦେଖାଯାଏ । ଉଭୟଙ୍କ ଏହି ଫାଟ ସେମାନଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଫଟୋରେ ଧନଶ୍ରୀ କମଳା ରଙ୍ଗର ଏକ ଛୋଟ ପୋଷାକରେ ନଜର ଆସିଛନ୍ତି । ଧନଶ୍ରୀଙ୍କ ଏହି ଫଟୋଗୁଡ଼ିକ ବହୁତ ପସନ୍ଦ ହେଉଥିବା ଦେଖିବାକୁ ମିଳୁଛି । ଧନଶ୍ରୀ ଏହି ଫଟୋକୁ କିଛି ଘଣ୍ଟା ପୂର୍ବରୁ ସେୟାର କରିଛନ୍ତି ଓ ୪ ଲକ୍ଷ ୨୫,୦୦୦ ରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ।
Published by: Jagdish Barik
First published: October 20, 2020, 4:22 PM IST
corona virus btn
corona virus btn
Loading