Dhaka Explosion: ବିସ୍ଫୋରଣରେ କମ୍ପିଲା ବାଂଲାଦେଶ; ୧୫ ମୃତ୍ୟୁ, ଅନେକ ଆହତ

Dhaka Explosion: ମଙ୍ଗଳବାର ସନ୍ଧ୍ୟାରେ ବାଂଲାଦେଶ ରାଜଧାନୀ ଢାକା ସହରର ସିଦ୍ଧିକ ବଜାର ଠାରେ ହୋଇଥିବା ବିସ୍ଫୋରଣରେ ଏକ ସାତ ମହଲା ବିଶିଷ୍ଟ କୋଠାର ତିନି ମହଲା ନଷ୍ଟ ହୋଇଯାଇଛି।

ବିସ୍ଫୋରଣରେ କମ୍ପିଲା ବାଂଲାଦେ

ବିସ୍ଫୋରଣରେ କମ୍ପିଲା ବାଂଲାଦେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Dhaka Explosion: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ। ଢାକା ଗୁଲିସ୍ତାନରେ ଥିବା ରାଜ୍ୟ ପରିବହନ ନିଗମର ବହୁତଳ ଅଫିସରେ ହୋଇଛି ବିସ୍ଫୋରଣ।

ଏଥିରେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ସନ୍ଧ୍ୟା ପାଖାପାଖି ୫ଟା ବେଳେ ହୋଇଥିଲା ବିସ୍ଫୋରଣ। ଭୟଙ୍କର ଶବ୍ଦ ହେବା ସହ କୋଠା ଜଳିଯାଇଥିଲା।

ନିଆଁ ଲିଭାଇବାକୁ ୧୧ଟି ଦମକଳ ଗାଡ଼ି ଲାଗିଥିଲା। ଆହତଙ୍କୁ ଢାକା ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ରହିଛି ।

ପ୍ରାଥମିକ ତଦନ୍ତରୁ ବିସ୍ଫୋରଣ ପଛରେ ଆତଙ୍କବାଦୀ ଆକ୍ରମଣ ଥିବା ସମ୍ଭାବନା କ୍ଷୀଣ । ତଥାପି ବାଂଲାଦେଶ ପୋଲିସ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ତଦନ୍ତ ଚଳାଇଛି।

ସେହପରି ଗତ ରବିବାର ଢାକାରେ ଗ୍ୟାସ୍ ବିସ୍ଫୋରଣ ହୋଇଥିଲା। ଶନିବାର ଦକ୍ଷିଣ ବାଂଲାଦେଶରେ ଥିବା ଅକ୍ସିଜେନ୍ ପ୍ଲାଣ୍ଟରେ ବିସ୍ଫୋରଣ ହୋଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ।
Published by:Lipina Das
First published: