୩ଜଣ ଆତଙ୍କବାଦୀଙ୍କୁ ମାରିବା ପରେ ଦକ୍ଷିଣ କାଶ୍ମୀରରେ ହିଜବୁଲକୁ ଶେଷ କରିବାର ନିକଟତର ବୋଲି କହିଲେ ଡିଜିପି ଦିଲବାଗ ସିଂ

ଜାମୁ ଓ କାଶ୍ମୀରର ଡିଜିପି ଦିଲବାଗ ସିଂ କହିଛନ୍ତି କି ଶୋପିଆନ ଏନକାଉଣ୍ଟରରେ ହିଜବୁଲ କମାଣ୍ଡର ବସୀମ ଅହମଦ ବାନୀ ଏବଂ ତାର ସାଥୀ ଆଦିଲ ଶେଖ, ଜାହାଙ୍ଗୀରଙ୍କୁ ମାରିଦିଆଯାଇଛି । ଆଦିଲ ପୂର୍ବରୁ ସ୍ପେଶାଲ ପୋଲିସ ଅଫିସର ଭାବେ କାର୍ଯ୍ୟ କରିସାରିଛି ।

୩ଜଣ ଆତଙ୍କବାଦୀଙ୍କୁ ମାରିବା ପରେ ଦକ୍ଷିଣ କାଶ୍ମୀରରେ ହିଜବୁଲକୁ ଶେଷ କରିବାର ନିକଟତର ବୋଲି କହିଲେ ଡିଜିପି ଦିଲବାଗ ସିଂ
ଜାମୁ ଓ କାଶ୍ମୀର ଡିଜିପି ଦିଲବାଗ ସିଂ
  • News18 Odia
  • Last Updated: January 21, 2020, 10:12 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

 ଶ୍ରୀନଗର: ହିଜବୁଲ ଆତଙ୍କବାଦୀଙ୍କ ସହିତ ନିଲମ୍ବିତ ଡିଏସପି ଦେବିନ୍ଦର ସିଂ ଗିରଫ ହେବା ପରେ ସୁରକ୍ଷାବଳ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି । ଶୋପିଆଁରେ ହୋଇଥିବା ଏନକାଉଣ୍ଟରରେ ମରିଥିବା ଏହି ୩ଜଣ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସହ ଜଡ଼ିତ ଥିଲେ । ଅପରେଶନ ସରିବା ପରେ ଜାମୁ ଓ କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି କି ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ ସୁପ୍ରିମ କମାଣ୍ଡର ବସୀମ ଅହମଦ ବାନୀର ମଧ୍ୟ ମୃତ୍ୟୁ ହୋଇଛି । ବର୍ତ୍ତମାନ ଆମେ ଦକ୍ଷିଣ କାଶ୍ମୀରରେ ହିଜବୁଲ ଆତଙ୍କବାଦୀଙ୍କୁ ଶେଷ କରିବାର ଖୁବ ନିକଟତର ବୋଲି କହିଥିଲେ ।

ମିଡିଆକୁ ସମ୍ବୋଧନ କରିବା ଅବସରରେ ଡିଜିପି ଦିଲବାଗ ସିଂ କହିଥିଲେ କି ‘ବସୀମ ଅହମଦ ବାନୀ ଦକ୍ଷିଣ କାଶ୍ମୀରରେ ୨୦୧୭ରେ ସକ୍ରିୟ ରହିଥିଲା । ତା ବିରୋଧରେ ୧୯ ଏଫଆଇଆର ରୁଜୁ ହୋଇଥିଲା । ସେହିପରି ଅନ୍ୟଜଣେ ଆତଙ୍କବାଦୀ ଆଦିଲ ଶେଖ ପୂର୍ବରୁ ସ୍ପେଷାଲ ପୋଲିସ ଅଫିସର(spo) ରହିସାରିଛି । ସେ ଶୋପିଆଁରେ ରହୁଥିଲା । ଡିଜିପି କହିଥିଲେ କି ଆଦିଲ ପ୍ରଥମେ ହିଜବୁଲରେ ସାମିଲ ହୋଇଥିଲା । ୨୯ ଡିସେମ୍ବର ୨୦୧୮ ସେ ଶ୍ରୀନଗର ତତ୍କାଳନୀ ବିଧାୟକ ଅଜାଜ ମୀରଙ୍କ ଘରୁ ୭ଟି ହତିଆର ଏବଂ ଗୋଟିଏ ପିସ୍ତଲ ଲୁଟ୍ କରିଥିଲେ । ସେହିପରି ତୃତୀୟ ଆତଙ୍କବାଦୀର ପରିଚୟ ଜାହାଙ୍ଗୀର ବୋଲି ଜଣାପଡ଼ିଛି ଏବଂ ସେ ପୁଲବାମାରେ ରହୁଥିଲା ବୋଲି ଜଣାପଡ଼ିଛି ।

ଡିଜିପି ଦିଲବା ସିଂ ପରେ ନିଲମ୍ବିତ ଡିଏସପି ଦେବିନ୍ଦର ସିଂ ମାମଲାରେ କଥା ହୋଇ ଏହାକୁ ଏନ୍ଆଇଏକୁ ଟ୍ରାନ୍ସଫର କରାଯାଇଛି । ଯାହା କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି ତାହା ଏନଆଇଏକୁ କହିଦିଆଯାଇଛି । ଦେବିନ୍ଦରଙ୍କ କଷ୍ଟଡି ମଧ୍ୟ ଯାଞ୍ଚ ଏଜେନ୍ସି ପାଖରେ ଅଛି । ତେବେ ବର୍ତ୍ତମାନ ଯାଞ୍ଚ ଠିକ୍ ଠାକ ଭାବେ ଚାଲୁଥିବାବେଳେ ପରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ଯାଞ୍ଚ  ସମୟରେ ଜଣାପଡ଼ିଥିଲା କି ଦେବିନ୍ଦରଙ୍କ ଝିଅ ବାଂଲାଦେଶର ଡାକ୍ତରୀ ପଢ଼ୁଛନ୍ତି । ତେବେ ଦେବିନ୍ଦର କେବଳ ଏହି କାରଣ ଲାଗି ବାଂଲାଦେଶ ଯାଉଥିଲେ ନା ଅନ୍ୟ କୌଣସି କାରଣ ପାଇଁ ଏହା ତଦନ୍ତ ଚାଲିଛି । ଡିଜିପି ଦିଲବାଗ ସିଂ ଜାମୁ ଓ  କାଶ୍ମୀରର ଯୁବକମାନଙ୍କୁ ମୁଖ୍ୟ ଧାରାରେ କଟ୍ଟରପନ୍ଥ ଛାଡ଼ିବା କେନ୍ଦ୍ରକୁ ସମର୍ଥନ କରିଥିଲେ । ଯଦି ଏପରି କ୍ୟାମ୍ପ ସ୍ଥାପିତ ହୁଏ ତାହାଲେ ସେ ଏହାକୁ ସମର୍ଥନ କରିବେ ବୋଲି କହିଥିଲେ । ଏହି କ୍ୟାମ୍ପ ଦ୍ବାରା ଯୁବକମାନଙ୍କୁ ସାହାଯ୍ୟ ମିଳିବ ।

 
First published: January 21, 2020, 10:12 AM IST