News18 Odia Digital
ଶିବସେନା ବିଧାୟକ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନିଷ୍ପତ୍ତିକୁ ନେଇ ଥିବା ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ସେ ହିଁ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ । ସେ ନିଜେ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ । କିନ୍ତୁ ଆଦର୍ଶଗତ କାରଣରୁ ସେ ଏକନାଥଙ୍କ ନାଁ ପ୍ରସ୍ତାବ ଦେଇଥିଲେ ।
ଫଡ଼ନବିସ କହିଛନ୍ତି," ମୋତେ ସରକାରରେ ସାମିଲ ହେବାକୁ କେନ୍ଦ୍ରୀୟ ନେତୃତ୍ବ ନିର୍ଦ୍ଦେଶ ଦେଇଥିଲେ । ମୁଁ ସରକାରରେ ନ ରହିଲେ ସରକାର ଚାଲିବ ନାହିଁ ବୋଲି କେନ୍ଦ୍ରୀୟ ନେତୃତ୍ବଙ୍କ ହୃଦବୋଧ ହେବାପରେ ମୁଁ ସରକାରରେ ସାମିଲ ହୋଇଥିଲେ" ।
ଏକନାଥ ସିନ୍ଦେ ଗତ ମାସରେ ଶିବସେନା ବିରୁଦ୍ଧରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିଲେ। ତାଙ୍କ ଶିବିରରେ ୩୫ ରୁ ଅଧିକ ବିଧାୟକ ଥିଲେ। ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ସଙ୍କଟ ପରେ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଥିଲେ। ଫଡନବିସ୍ କହିଛନ୍ତି ଯେ ଏହି ସରକାର ଅଢ଼େଇ ବର୍ଷ ଚାଲିବ ଓ ନୂତନ ସଂଖ୍ୟାଗରିଷ୍ଠତା ସହ ସରକାରକୁ ଫେରିବେ।
ସେ କହିଛନ୍ତି ଯେ ଶିବସେନାରେ ଏକ ବଡ଼ ପ୍ରତିବାଦ ଥିଲା। କ୍ରୋଧିତ ବିଧାୟକମାନେ କହୁଥିଲେ ଆମେ କିପରି ଜନସାଧାରଣଙ୍କ ସାମ୍ନାରେ ଯିବା। ସେହି ଲୋକମାନେ ଆମ କାନ୍ଧରେ ଚଢି ଶକ୍ତିଶାଳୀ ହେଉଛନ୍ତି। ତା’ପରେ ଆମେ ସ୍ଥିର କଲୁ ଯେ ଆମେ ସେମାନଙ୍କୁ ସାହାଯ୍ୟ କରିବୁ, ତା’ପରେ ଶିବସେନାର ଏକନାଥ ସିନ୍ଦେ ପ୍ରସ୍ତୁତ ହେଲେ ଓ ୪୦ଜଣ ବିଧାୟକ ତାଙ୍କ ସହିତ ଠିଆ ହେଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।