ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ISRO ମିଶନରେ ବାଧା ସାଜିଲା କରୋନା ମହାମାରୀ; ୧୬ଟି ମିଶନକୁ ହ୍ରାସ କରି ୫ରେ ରଖାଯାଇଛି

ISRO ମିଶନରେ ବାଧା ସାଜିଲା କରୋନା ମହାମାରୀ; ୧୬ଟି ମିଶନକୁ ହ୍ରାସ କରି ୫ରେ ରଖାଯାଇଛି

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ISRO) ଚଳିତ ବର୍ଷ ଗଗନିଆନ୍ ମିଶନ୍ ଅଧୀନରେ ପୃଥିବୀ ଉପରେ ମନିଟରିଂ କରିବାକୁ ଦୁଇଟି ଉପଗ୍ରହ, ନାଭିଗେସନ୍ ଉପଗ୍ରହ ଓ ପ୍ରଥମ ଥର ମାନବବିହୀନ ତଥା ସମ୍ପୂର୍ଣ୍ଣ ବୈଜ୍ଞାନିକ ମିଶନ୍ ଆଧାରିତ ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରୁଛି ।

ISRO ମିଶନରେ ବାଧା ସାଜିଲା କରୋନା ମହାମାରୀ; ୧୬ଟି ମିଶନକୁ ହ୍ରାସ କରି ୫ରେ ରଖାଯାଇଛି
ISRO ମିଶନରେ ବାଧା ସାଜିଲା କରୋନା ମହାମାରୀ
  • News18 Odia
  • Last Updated: September 23, 2021, 9:16 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ହୁଏତ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାର ୧୬ ସ୍ପେସ୍ ମିଶନକୁ ପାଞ୍ଚକୁ ହ୍ରାସ କରିପାରେ, କିନ୍ତୁ ଏଗୁଡ଼ିକର ସମାପ୍ତ ହେବାର ସମ୍ଭାବନା ମଧ୍ୟ ବହୁତ କମ୍ ରହିଛି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ପ୍ରଥମ ମାନବ ବିହୀନ ଗଗନିଆନ୍ ମିଶନର ଶୁଭାରମ୍ଭ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କରାଯିବ ବୋଲି କୁହାଯାଉଥିଲା, କିନ୍ତୁ ଲାଗୁଛି ଯେ ଏହି ମିଶନ ଶେଷ କରିବାକୁ ଆଉ କିଛି ଦିନ ଲାଗିପାରେ ।

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଚଳିତ ବର୍ଷ ଗଗନିଆନ୍ ମିଶନ୍ ଅଧୀନରେ ଦୁଇଟି ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ, ନାଭିଗେସନ୍ ଉପଗ୍ରହ ଓ ପ୍ରଥମ ଥର ମାନବବିହୀନ ତଥା ସମ୍ପୂର୍ଣ୍ଣ ବୈଜ୍ଞାନିକ ମିଶନ୍ ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି । ଏହି ଦୁଇଟି ମିଶନ ଉପଗ୍ରହ ଉତକ୍ଷେପଣ ପାଇଁ ନୂଆ ଲଞ୍ଚ ଯାନ ବ୍ୟବହାର କରାଯିବ । ଏହି ଲଞ୍ଚ ଯାନ ବ୍ୟବହାର କରି ଦୁଇଟି ନୂଆ ଉପଗ୍ରହ ପଠାଇବା ପାଇଁ ISRO ଏହାର ପ୍ରସ୍ତୁତି ମଧ୍ୟ ସମାପ୍ତ କରିଛି । ସୂଚନାଯୋଗ୍ୟ ଯେ ଏ ପର୍ଯ୍ୟନ୍ତ ଉତକ୍ଷେପଣ ହୋଇଥିବା ସମସ୍ତ ବାଣିଜ୍ୟିକ ଉପଗ୍ରହରେ SSLV ବ୍ୟବହୃତ ହୋଇଛି ।

ଏ ପର୍ଯ୍ୟନ୍ତ କେବଳ ଦୁଇଟି ଲଞ୍ଚ ହୋଇଛି, ସେଥିମଧ୍ୟରୁ ଗୋଟିଏ ହେଉଛି ସମ୍ପୂର୍ଣ୍ଣ ବ୍ୟବସାୟିକ PSLV C-51 ଯାହା ଫେବୃଆରୀରେ ଲଞ୍ଚ କରାଯାଇଥିଲା । ଏହା ମାଧ୍ୟମରେ ବ୍ରାଜିଲର ଆମାଜନିଆ -୧ କୁ ମହାକାଶକୁ ପଠାଯାଇଥିଲା । ଅନ୍ୟ ପଟେ ଅଗଷ୍ଟରେ GSLV-F10 ଲଞ୍ଚ ହୋଇଛି ଯାହା ଭାରତୀୟ EOS-03 କୁ ମହାକାଶକୁ ନେବାରେ ବିଫଳ ହୋଇଛି ।

ସ୍ପେସ୍ ଏଜେନ୍ସି ଚଳିତ ବର୍ଷ ଶେଷ ସୁଦ୍ଧା SSLVର ପ୍ରଥମ ବିକାଶ ଉଡ଼ାଣ ସହିତ ଆଉ ତିନୋଟି ମିଶନ୍ ପାଇଁ ପ୍ରସ୍ତୁତ ହୋଇଥିବାବେଳେ ଆଉ ଦୁଇଟି EOS-04 ଓ EOS-06 ଲଞ୍ଚ କରିବାକୁ ପ୍ରସ୍ତୁତି ଶେଷ ହୋଇଛି । ଏହି ମିଶନକୁ ସମ୍ପୂର୍ଣ୍ଣ କରିବା ପାଇଁ PSLV ବ୍ୟବହୃତ ହେବ । ତେବେ ଜଣେ ବରିଷ୍ଠ ଏଜେନ୍ସି ବୈଜ୍ଞାନିକ କହିଛନ୍ତି ଯେ ଚଳିତ ବର୍ଷ ତିନୋଟି ମିଶନ ଶେଷ ହେବା ଅସମ୍ଭବ ମନେହୁଏ ।
Published by: Lipina Das
First published: September 23, 2021, 9:15 AM IST