Taj Mahal: ତାଜମହଲର ନାମ 'ତେଜୋ ମହାଲୟ' ନାମରେ ନାମିତ କରିବାକୁ ଦାବି

ତାଜମହଲର ନାମ 'ତେଜୋ ମହାଲୟ' ନାମରେ ବଦଳାଇବାକୁ ଦାବି ଉଠିଛି। ବିଜେପି କାଉନସିଲର ଶୋଭରାମ ରାଠୋର ବୁଧବାର ମ୍ୟୁନିସିପାଲିଟି କର୍ପୋରେସନ ଵୈଠକରେ ଏକ ପ୍ରସ୍ତାବ ଆଣିବାକୁ କହିଛନ୍ତି।

ତାଜମହଲର ନାମ 'ତେଜୋ ମହାଲୟ' ନାମରେ ନାମିତ କରିବାକୁ ଦାବି

ତାଜମହଲର ନାମ 'ତେଜୋ ମହାଲୟ' ନାମରେ ନାମିତ କରିବାକୁ ଦାବି

  • Share this:
News 18 Odia Digital

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ ପରେ ଅନେକ ଜିଲ୍ଲାର ନାମ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ତାଜମହଲର ନାମ 'ତେଜୋ ମହାଲୟ' ନାମରେ ବଦଳାଇବାକୁ ଦାବି ଉଠିଛି। ବିଶ୍ୱର ସାତୋଟି ଚମତ୍କାରିତା ମଧ୍ୟରୁ ତାଜମହଲ ଅନ୍ୟତମ। ତାଜମହଲ ନାମ ପରିବର୍ତ୍ତନ କରିବାକୁ ବିଜେପି କାଉନସିଲର ଶୋଭରାମ ରାଠୋର ବୁଧବାର ମ୍ୟୁନିସିପାଲିଟି କର୍ପୋରେସନ ଵୈଠକରେ ଏହା ଉପରେ ଏକ ପ୍ରସ୍ତାବ ଆଣିବାକୁ କହିଛ।

ଏହି ପ୍ରସ୍ତାବ ଗୃହରେ ପଢାଯିବ ଓ ସମସ୍ତ ଦିଗ ଉପରେ ବିଚାର କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି। ବିଜେପି କାଉନସିଲର ଶୋଭରାମ ରାଠୋର କହିଛନ୍ତି ଯେ ବର୍ତ୍ତମାନ ତାଜମହଲର ନାମ ବଦଳାଇବାର ସମୟ ଆସିଛି। ଏଥି ସହିତ ଶୋଭରାମଙ୍କ ଏହି ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। ମାର୍ବଲ ସୌନ୍ଦର୍ଯ୍ୟର ନିର୍ମାଣ ତାଜମହଲକୁ ନେଇ ଅନେକ ବିବାଦ ମଧ୍ୟ ଲାଗି ରହିଛି।

ମ୍ୟୁନିସିପାଲିଟି କର୍ପୋରେସନ୍ ହାଉସରେ ଆଲୋଚନା ହେବ


କେତେବେଳେ ତାଜମହଲରେ ପ୍ରବେଶକୁ ନେଇ ବିବାଦ ଦେଖା ତ ଆଉ କେତେବେଳେ ତାଜ ନାମକୁ ନେଇ ବିବାଦ ଲାଗି ରହିଥାଏ। ଦୁନିଆର ଅନ୍ୟତମ ସୁନ୍ଦର ଅଟ୍ଟାଳିକା ତାଜମହଲର ନାମ ପରିବର୍ତ୍ତନ କରିବାର ଦାବିକୁ ନେଇ ବର୍ତ୍ତମାନ ଚର୍ଚ୍ଚା। ବୁଧବାର ଅନୁଷ୍ଠିତ ହୋଇଥିବା ମ୍ୟୁନିସିପାଲିଟି କର୍ପୋରେସନ ଵୈଠକରେ ବିଜେପି କାଉନସିଲର ଶୋଭରାମ ରାଠୋର ଏକ ପ୍ରସ୍ତାବ ପ୍ରସ୍ତୁତ କରିବାକୁ କହିଛନ୍ତି।

ବିଜେପି କାଉନସିଲର ଶୋଭାରାମ ରାଠୋର କ’ଣ କହିଲେ?

ଆଗ୍ରା ତାଜଗଞ୍ଜ ଅଞ୍ଚଳର ବିଜେପି କାଉନସିଲର ଶୋଭରାମ ରାଠୋର କହିଛନ୍ତି ଯେ ତାଜମହଲର ନାମ ପରିବର୍ତ୍ତନ କରିବାର ସମୟ ଆସିଛି । ପୌରପାଳିକା ଅଧିକାରୀ ମାନେ ଏହା ଉପରେ ନୀରବ ରହିଛନ୍ତି, ଗୃହରେ ଏକ ପ୍ରସ୍ତୁତ ପ୍ରସ୍ତାବ ରଖାଯିବ ଏବଂ ସମସ୍ତ ଦିଗ ଉପରେ ବିଚାର କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ଭବ ହେବ।
Published by:Sujit Swain
First published: