Online Payment: ଦୃଷ୍ଟିହୀନଙ୍କ ପାଇଁ ଡିଜିଟାଲ୍ ସୁବିଧା ପାଇଁ ଦାବି; ନୋଟିସ ଜାରି କଲେ HC

ଦେଶର ଦୃଷ୍ଟିହୀନ ଲୋକଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ସୁନିଶ୍ଚିତ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ଆରବିଆଇ ଓ ଆଇଆଇଟିମାନଙ୍କୁ ନୋଟିସ ଜାରି କରିଛନ୍ତି।

ଦୃଷ୍ଟିବାଧିତଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସୁବିଧା କରିବାକୁ ଉଠୁଛି ଦାବି (ପ୍ରତୀକାତ୍ମକ ଛବି)

ଦୃଷ୍ଟିବାଧିତଙ୍କ ପାଇଁ ଡିଜିଟାଲ ପେମେଣ୍ଟ ସୁବିଧା କରିବାକୁ ଉଠୁଛି ଦାବି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦେଶର ଦୃଷ୍ଟିହୀନ ଲୋକଙ୍କୁ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ସୁନିଶ୍ଚିତ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ଆରବିଆଇ ଓ ଆଇଆଇଟିମାନଙ୍କୁ ନୋଟିସ ଜାରି କରିଛନ୍ତି। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଏ ବାବଦରେ ନିର୍ଦ୍ଦେଶନାମା ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ ପାଇଁ ଦାବି କରାଯାଇଥିଲା।  ଯେଉଁମାନେ ଏହି କମିଟିର ସଦସ୍ୟ ହୋଇପାରିବେ ସେମାନଙ୍କ ନାମ ପରାମର୍ଶ କରିବାକୁ କୋର୍ଟ ଆରବିଆଇ, କେନ୍ଦ୍ର ସରକାର ଓ ଆଇଟିଟି ନିର୍ଦ୍ଦେଶକଙ୍କୁ ମଧ୍ୟ କହିଛନ୍ତି।

 ଆବେଦନରେ ଏପରି ଦାବି କରାଯାଇଛି

ବାସ୍ତବରେ, ପୂର୍ବରୁ ଜର୍ଜ ଅବ୍ରହାମ ନାମକ ଜଣେ ସାମାଜିକ କର୍ମୀ ଦୃଷ୍ଟିହୀନଙ୍କ ପାଇଁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।  ଏହା ଉପରେ ଦିଲ୍ଲୀ ହାଇକୋର୍ଟ ଆରବିଆଇକୁ ନୋଟିସ ଜାରି କରି ଏହାର ଉତ୍ତର ମାଗିଥିଲେ। ଅଗଷ୍ଟ ୨୦୨୦ ରେ ଦାଖଲ ହୋଇଥିବା ଉତ୍ତରରେ ଆରବିଆଇ କହିଛି ଯେ ଏ ବାବଦରେ ବ୍ୟାଙ୍କଗୁଡ଼ିକୁ ସର୍କୁଲାର ଜାରି କରିଛି ଓ ଏହାକୁ କାର୍ଯ୍ୟକାରୀ କରିବା ବ୍ୟାଙ୍କଗୁଡ଼ିକର ଦାୟିତ୍ଵ ଅଟେ।

ଆରବିଆଇ ନିର୍ଦ୍ଦେଶାବଳୀ ଅନୁସରଣ କରୁନାହାଁନ୍ତି କି?

ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଏହାର ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବା ନିଶ୍ଚିତ କରିବାକୁ ଆରବିଆଇର ସମସ୍ତ ଅଧିକାର ରହିଛି। କିନ୍ତୁ ଏହା ସତ୍ତ୍ୱେ ସେଗୁଡ଼ିକ କାର୍ଯ୍ୟକାରୀ କରାଯାଉନାହିଁ।  ଯେଉଁ କାରଣରୁ ଲକ୍ଷ ଲକ୍ଷ ଦୃଷ୍ଟିହୀନ ଲୋକ ଏଟିଏମ୍ ବ୍ୟାଙ୍କିଙ୍ଗ୍ ଆପ୍ ଓ ଡିଜିଟାଲ୍ ପେଟିଏମ୍ ୱାଲେଟ୍ ଭଳି ସୁବିଧା ବ୍ୟବହାର କରିବାରେ ଅସମର୍ଥ ଅଟନ୍ତି।

ଏହି ଲୋକମାନେ କମିଟିରେ ଯୋଗ ଦେଇ ପାରିବେ

ଏହି ଲୋକଙ୍କ ନିକଟରେ ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ମଧ୍ୟ ପାଇବା ପାଇଁ ବହୁତ ସହଜ ଉପାୟ ହୋଇପାରିବ ବୋଲି ଆବେଦନକାରୀ କହିଛନ୍ତି।  ଯେଉଁଥିପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯିବା ଉଚିତ୍। ଏହି କମିଟିରେ କେନ୍ଦ୍ର ସରକାରଙ୍କ ପ୍ରତିନିଧୀ, ଆଇଆଇଟିର ପ୍ରଫେସର ତଥା ଦୃଷ୍ଟିହୀନ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ଆବେଦନକାରୀ ମତ ଦେଇଛନ୍ତି।
Published by:Soumya Das
First published: