News18 Odia Digital
ନୂଆଦିଲ୍ଲୀ: ଦିଲ୍ଲୀର ଦୁର୍ଘଟଣାର ପୁନରାବୃତ୍ତି। ବାଇକ ସହ ଧକ୍କା ପରେ ଜଣେ ଡେଲିଭେରୀ ଵୟଙ୍କୁ ୫୦୦ମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଛନ୍ତି। ଏଭଳି ଘଟଣା ଘଟିଛି ଦିଲ୍ଲୀ ନଏଡ଼ାରେ।
ରବିବାର ଦିନ ନଏଡାଠାରେ ଗୋଟିଏ କାର ଡେଲିଭେରୀ ଏଜେଣ୍ଟଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଏଜେଣ୍ଟଙ୍କ ଦୁଇ ଚକିଆ ଯାନ ସହ ପ୍ରାୟ ୫୦୦ ମିଟର ଘୋଷାରି ଯାଇଛି । ଯେଉଁଥିରେ ଡେଲିଭରି ଏଜେଣ୍ଟଙ୍କର ମୃତ୍ୟୁ ଘଟିଛି।
ସ୍ୱିଗିରେ କାମ କରୁଥିବା କୌଶଲ ନୂଆ ବର୍ଷ ରାତିରେ ଡେଲିଭରି ପାଇଁ ବାହାରକୁ ଯାଇଥିଲେ। ଫେରୁଥିବା ସମୟରେ ନଏଡା ସେକ୍ଟର ୧୪ ର ଫ୍ଲାଏ ଓଭର ନିକଟରେ ଏକ କାର ତାଙ୍କ ଦୁଇ ଚକିଆ ଯାନକୁ ଧକ୍କା ଦେଇଥିଲା ବୋଲି ପୋଲିସ କହିଛି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଦୁର୍ଘଟଣାସ୍ଥଳଠାରୁ ପ୍ରାୟ ୫୦୦ ମିଟର ଦୂରରେ ଡ୍ରାଇଭର ଏକ ମନ୍ଦିର ନିକଟରେ କାରକୁ ଅଟକାଇ କୌଶଲଙ୍କ ମୃତଦେହ ଛାଡି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ରବିବାର ଦିନ ୧ଟାରେ କୌଶଲଙ୍କ ଭାଇ ଅମିତ ତାଙ୍କୁ ଫୋନ କରିଥିବା ବେଳେ ଜଣେ ଯାତ୍ରୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।
ଅଧିକାରୀ କହିଛନ୍ତି ଯେ ଅମିତଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରାଯାଇଛି ଓ ତଦନ୍ତ ଚାଲିଛି।ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ଆମେ ଏହି ଅଞ୍ଚଳରେ ସ୍ଥାପିତ ସିସିଟିଭି ସ୍କାନ କରୁଛୁ ବୋଲି ଜଣେ ଅଧିକାରୀ କହିଛନ୍ତି।
୫ ଦିନ ତଳେ ଦିଲ୍ଲୀର ଜଣେ ୨୦ ବର୍ଷ ଝିଅକୁ କାରକୁ ଧକ୍କା ଦେଇ ପ୍ରାୟ ୧୩ କିଲୋମିଟର ଦୂରକୁ ଘୋଷରି ନେବାର କିଛି ଘଣ୍ଟା ପରେ ଏହି ଦୁର୍ଘଟଣା ଘଟିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।