ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର: ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କ ଅଭିଯୋଗ

ସ୍ବାତୀ କହିଛନ୍ତି," ମୁଁ ଯେତେବେଳେ ଛୋଟ ଥିଲି, ମୋ ନିଜ ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ । ମୋତେ ବହୁତ ମାଡ଼ ମାରୁଥିଲେ ।

ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର: ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କ ଅଭିଯୋଗ

ବାପାଙ୍କ ଦ୍ବାରା ‌ଯୌନ ଶୋଷଣର ଶିକାର: ଦିଲ୍ଲୀ ମହିଳା କମିଶନ ମୁଖ୍ୟଙ୍କ ଅଭିଯୋଗ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତୀ ମାଲିୱାଲଙ୍କ ବିସ୍ଫୋରକ ବୟାନ । ତାଙ୍କ ବାପାଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ (allegation) । ସ୍ବାତୀ କହିଛନ୍ତି," ମୁଁ ଯେତେବେଳେ ଛୋଟ ଥିଲି, ମୋ ନିଜ ବାପା ମୋତେ ଯୌନ ନିର୍ଯାତନା ଦେଉଥିଲେ । ମୋତେ ବହୁତ ମାଡ଼ ମାରୁଥିଲେ । ସେ ଘରକୁ ଆସିବା ପରେ ମୁଁ ଭୟଭୀତ ହେଉଥିଲି ଏବଂ ଖଟ ତଳେ ଲୁଚି ରହୁଥିଲି ।" ଆଉ ସେହି ବିଛଣା ତଳେ ରହି ଭାବୁଥିଲି, ଏମିତି ମହିଳା ଓ ପିଲାଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କୁ କେମିତି ଉଚିତ ଶିକ୍ଷା ଦେବି ।

‘ବାପା ଯେତେବେଳେ ବି ମୋତେ ମାଡ଼ ମାରିବାକୁ ଆସନ୍ତି, ମୋ ଚୁଟିକୁ ଧରି କାନ୍ଥରେ ପିଟି ଦେଉଥିଲେ । ଏହି ମାଡ଼ ଖାଇବା ପରେ ମୋ ମୁଣ୍ଡରେ ଆଘାତ ଲାଗିବା‌ ସହ ରକ୍ତ ବି ବାହାରୁଥିଲା । ବହୁତ ଯନ୍ତ୍ରଣା ହେଉଥିଲା । ଏହାସହ କହିଛନ୍ତି, ଯେତେବେଳେ କୌଣସି ବ୍ୟକ୍ତି ଅତ୍ୟାଚାର ସହିଥାଏ, ସିଏ ହିଁ ଅନ୍ୟର କଷ୍ଟକୁ ଅନୁଭବ କରିପାରିଥାଏ। ମା’ଓ ପରିବାରର ଅନ୍ୟ ସଦସ୍ୟଙ୍କ କାରଣରୁ ସେ ଏହି ଭୟାବହ ପରିସ୍ଥିତିରୁ ମୁଁ ମୁକୁଳି ପାରିଥିଲି। ଆଉ ଆଜି ଯାହା ବି ହୋଇଛି ସବୁ ସେମାନଙ୍କ ପାଇଁ ସମ୍ଭବ ହୋଇପାରିଛି’। ମାଲିୱାଲ କହିଛନ୍ତି ଯେ, ସେ ଚତୁର୍ଥ ଶ୍ରେଣୀରେ ପଢ଼ିବା ଯାଏ ତାଙ୍କ ପିତାଙ୍କ ସହ ରହୁଥିଲେ ଏବଂ ଏହା ସେହି ସମୟ ଭିତରେ ଏମିତି ଅନେକ ଥର ତାଙ୍କ ସହ ଘଟିଥିଲା ।

ଅଭିନେତା ତଥା ନ୍ୟାସନାଲ କମିଶନ ଫର ମହିଳା (NCW) ସଦସ୍ୟ ଖୁସବୁ ସୁନ୍ଦର କହିଥିଲେ, ପିଲାବେଳେ ସେ ତାଙ୍କ ପିତାଙ୍କ ଦ୍ୱାରା ଯୌନ ଶୋଷଣର ଶୀକାର ହୋଇଥିଲେ । ତାଙ୍କୁ ୮ ବର୍ଷ ହୋଇଥିବାବେଳେ ତାଙ୍କ ବାପାଙ୍କ ଦ୍ବାରା ଯୌନ ଶୋଷଣର ଶୀକାର ହୋଇଥିଲେ । ଏହା ତାଙ୍କ ଜୀବନର କଠୋର ସମୟ ବୋଲି କହିଛନ୍ତି ଖୁସବୁ । ଯେତେବେଳେ ତାଙ୍କୁ ୧୫ ବର୍ଷ ହୋଇଥିଲା, ସେ ତାଙ୍କ ପିତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ, ଯାହା ପରେ ପରିବାରକୁ ଅଡୁଆରେ ପକାଇଥିଲେ ବୋଲି ଅଭିନେତା-ରାଜନେତା ନିକଟରେ ଜୟପୁରର ଏକ କାର୍ଯ୍ୟକ୍ରମରେ କହିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ଆପଣ ଫ୍ଲାଟ୍‌ କିଣିବାକୁ ଚାହୁଁଛନ୍ତି କି? ସରକାର ଆଣୁଛନ୍ତି ନୂଆ ନିୟମ

ସେ ଆହୁରି କହିଛନ୍ତି, ସବୁଠାରୁ କଠିନ ଜିନିଷ ଯାହା ମୋତେ ଅଧିକ ସମୟ ଲାଗିଲା, ଯାହାକୁ କେବେ ଭୁଲିବି ନାହିଁ, କ୍ଷମା କରିବି ନାହିଁ କିନ୍ତୁ ଏହାକୁ ପଛରେ ରଖିବି ଏବଂ ଆଗକୁ ବଢ଼ିବି । ଯେତେବେଳେ ଜଣେ ଶିଶୁକୁ ଦୁର୍ବ୍ୟବହାର କରାଯାଏ, ଏହା ଶିଶୁକୁ ଆଜୀବନ ଭୟଭୀତ କରେ ବୋଲି ସେ କହିଥିଲେ ଖୁସବୁ ।

https://twitter.com/ANI/status/1634502521149431808
Published by:Soubhagya Mishra
First published: