ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Delhi Flood: ବଢ଼ିଲା ଯମୁନା ନଦୀର ଜଳ ସ୍ତର; ୧୦୦ରୁ ଅଧିକ ପରିବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

Delhi Flood: ବଢ଼ିଲା ଯମୁନା ନଦୀର ଜଳ ସ୍ତର; ୧୦୦ରୁ ଅଧିକ ପରିବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ

ଶୁକ୍ରବାର ଦିନ ଦିଲ୍ଲୀ ପ୍ରଶାସନ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରି ଲୋକଙ୍କୁ ସମ୍ବେଦନଶୀଳ ସ୍ଥାନରୁ ସ୍ଥାନାନ୍ତର କରିବା କାର୍ଯ୍ୟ ଆରମ୍ଭ କରିଛି। ରବିବାର ସକାଳେ ଏହା ୨୦୫.୩୩ ମିଟର ବିପଦ ସଙ୍କେତ ତଳେ ରେକର୍ଡ କରାଯାଇଛି।

Delhi Flood: ବଢ଼ିଲା ଯମୁନା ନଦୀର ଜଳ ସ୍ତର; ୧୦୦ରୁ ଅଧିକ ପରିବାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ
ବଢ଼ିଲା ଯମୁନା ନଦୀର ଜଳ ସ୍ତର
  • News18 Odia
  • Last Updated: August 1, 2021, 2:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ଓ ଯମୁନା ନଦୀର ଉପକୂଳବର୍ତ୍ତୀ ଅଞ୍ଚଳରେ ଲଗାତାର ବର୍ଷା ହେତୁ ଯମୁନାରେ ଜଳ ସ୍ତର ପୁଣି ଥରେ ବୃଦ୍ଧି ପାଇଛି । ରବିବାର ସକାଳେ ଏହା ୨୦୫.୩୩ ମିଟର ବିପଦ ସଙ୍କେତ ତଳେ ରେକର୍ଡ କରାଯାଇଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଥିଲେ। ଅଧିକାରୀଙ୍କ କହିବାନୁସାରେ, ଯମୁନା ଜଳମଗ୍ନ ଅଞ୍ଚଳର ୧୦୦ରୁ ଅଧିକ ପରିବାରକୁ କିଛି ଦିନ ପାଇଁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନଦୀ କୂଳରେ ପ୍ରବଳ ବର୍ଷା ହେତୁ ଜଳ ସ୍ତର ୨୦୫.୩୩ ମିଟର ବିପଦ ସଙ୍କେତ ଅତିକ୍ରମ କରିଛି।

ଏହା ପରେ ଶୁକ୍ରବାର ଦିନ ଦିଲ୍ଲୀ ପ୍ରଶାସନ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରି ଲୋକଙ୍କୁ ସମ୍ବେଦନଶୀଳ ସ୍ଥାନରୁ ସ୍ଥାନାନ୍ତର କରିବା କାର୍ଯ୍ୟ ଆରମ୍ଭ କରିଛି।

ବନ୍ୟା ନିୟନ୍ତ୍ରଣ କକ୍ଷ ଅନୁଯାୟୀ, ପୁରୁଣା ରେଳ ବ୍ରିଜ ଉପରେ ଜଳ ସ୍ତର ୨୦୫.୩୦ ମିଟରରେ ସକାଳ ୯ଟା’ରେ ରେକର୍ଡ କରାଯାଇଛି। ଶୁକ୍ରବାର ଦିନ, ଯମୁନାରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରି ରାତି ୯ଟା ସୁଦ୍ଧା ଏହା ୨୦୫.୫୯ ମିଟର ସ୍ତରରେ ପହଞ୍ଚିଛି। ଶନିବାର ସନ୍ଧ୍ୟାରେ ଜଳ ସ୍ତର ୨୦୪.୮୯ ମିଟର ରେକର୍ଡ କରାଯାଇଥିଲା। ଶୁକ୍ରବାର ଦିନ ହରିୟାଣା ହାଥିନିକଣ୍ଡ ବ୍ୟାରେଜରୁ ଅଧିକ ଜଳ ଛାଡ଼ିବାକୁ ଦଷ୍ଟିରେ ରଖି ଦିଲ୍ଲୀ ପୋଲିସ ଓ ପୂର୍ବ ଦିଲ୍ଲୀ ଜିଲ୍ଲା ପ୍ରଶାସନ ରାଜଧାନୀର ଯମୁନା ବନ୍ୟା ଭୂମିରେ ରହୁଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଜଣେ ଅଧିକାରୀ କହିଛନ୍ତି ଯେ ବନ୍ୟା ପରିସ୍ଥିତି ବିପଦ ରହିଛି। ଆମେ ବିଭିନ୍ନ ଅଞ୍ଚଳରେ ଡଙ୍ଗା ନିୟୋଜିତ କରିଛୁ ଓ ଅସୁରକ୍ଷିତ ଅଞ୍ଚଳରେ ରହୁଥିବା ପରିବାରଙ୍କୁ ସାମୟିକ ଭାବେ ଦିଲ୍ଲୀର ସରକାରୀ ତମ୍ବୁ ଓ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯାଉଛି।

ଗୋଟିଏ କ୍ୟୁସେକ୍ ପ୍ରତି ସେକେଣ୍ଡରେ ୨୮.୩୨ ଲିଟର ସହିତ ସମାନ

ଯମୁନାରେ ଜଳ ସ୍ତର ୨୦୪.୫୦ ମିଟର ବିପଦ ସଙ୍କେତ ଅତିକ୍ରମ କଲା ବେଳେ ବନ୍ୟା ପରିସ୍ଥିତି ସତର୍କ ସୂଚନା ଜାରି କରାଯାଇଛି। ସକାଳ ୯ଟାରେ ଦିଲ୍ଲୀ ବନ୍ୟା ନିୟନ୍ତ୍ରଣ କକ୍ଷରେ ହରିୟାଣାର ଯମୁନାନଗର ଜିଲ୍ଲାର ହାଥିନିକଣ୍ଡ ବ୍ୟାରେଜରୁ ୧୭,୮୨୭ କ୍ୟୁସେକ୍ ଜଳ ଛାଡ଼ିବା ବିଷୟରେ ସୂଚନା ଦିଆଯାଇଛି।

ସାଧାରଣତଃ ହାଥିନିକଣ୍ଡ ବ୍ୟାରେଜରେ ପ୍ରବାହ ହାର ୩୫୨ କ୍ୟୁସେକ୍ ଥିଲା କିନ୍ତୁ ଜଳମଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଜଳ ପ୍ରବାହ ବୃଦ୍ଧି ପାଇଛି । ମଙ୍ଗଳବାର ଦିନ ନଦୀରେ ପ୍ରବାହ ୧.୬୦ ଲକ୍ଷ କ୍ୟୁସେକେ ପହଞ୍ଚିଛି, ଯାହାକି ଚଳିତ ବର୍ଷ ସର୍ବାଧିକ। ବ୍ୟାରେଜରୁ ମୁକ୍ତ ହୋଇଥିବା ଜଳ ରାଜଧାନୀରେ ପହଞ୍ଚିବା ପାଇଁ ସାଧାରଣତ ଦୁଇ ଦୁଇରୁ ତିନି ଦିନ ଲାଗେ । ଗୋଟିଏ କ୍ୟୁସେକ୍ ପ୍ରତି ସେକେଣ୍ଡରେ ୨୮.୩୨ ଲିଟର ସହିତ ସମାନ ।

୨୦୧୩ରେ ଜଳ ସ୍ତର ୨୦୭.୩୨ ମିଟରରେ ପହଞ୍ଚିଥିଲା

ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯେଉଁଥି ପାଇଁ ଏହି ଅଞ୍ଚଳ ଦେଇ ପ୍ରବାହିତ ନଦୀ ଗୁଡ଼ିକରେ ଜଳ ସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ୨୦୧୯ରେ ପ୍ରବାହ ହାର ୧୮-୧୯ ଅଗଷ୍ଟରେ ୮.୨୮ ଲକ୍ଷ କ୍ୟୁସେକେରେ ପହଞ୍ଚିଥିଲା ​​ଓ ଯମୁନାର ଜଳ ସ୍ତର ୨୦୫.୩୩ ମିଟର ବିପଦ ସଙ୍କେତ ଅତିକ୍ରମ କରି ୨୦୬.୬୦ ମିଟରରେ ପହଞ୍ଚିଥିଲା ​। ୧୯୭୮ରେ, ନଦୀରେ ଜଳ ସ୍ତର ସର୍ବକାଳୀନ ୨୦୭.୪୯ ମିଟରରେ ପହଞ୍ଚିଥିଲା । ୨୦୧୩ରେ ଜଳ ସ୍ତର ୨୦୭.୩୨ ମିଟରରେ ପହଞ୍ଚିଥିଲା ।
Published by: Lipina Das
First published: August 1, 2021, 2:37 PM IST