ପୁଣି ଅଡୁଆରେ ରାହୁଲ ଗାନ୍ଧି; ନୋଟିସ ପଠାଇଲା ଦିଲ୍ଲୀ ବିଶ୍ୱବିଦ୍ୟାଳୟ

 ହଠାତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପ୍ରବେଶ କରି ଫସିଲେ ରାହୁଲ ଗାନ୍ଧି । ନୋଟିସ ପଠାଇଲା ଦିଲ୍ଲୀ ବିଶ୍ୱବିଦ୍ଯାଳୟ। 

 ରାହୁଲ ଗାନ୍ଧି

ରାହୁଲ ଗାନ୍ଧି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ : ହଠାତ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ପ୍ରବେଶ କରି ଫସିଲେ ରାହୁଲ ଗାନ୍ଧି । ନୋଟିସ ପଠାଇଲା ଦିଲ୍ଲୀ ବିଶ୍ୱବିଦ୍ଯାଳୟ। ହଷ୍ଟେଲ ମୁଖ୍ୟ କେ. ପି. ସଂହ ରାହୁଲ ଗାନ୍ଧିଙ୍କ ନିକଟକୁ ୨ ପୃଷ୍ଠା ସମ୍ବଳିତ ଏହି ନୋଟିସରେ ପଠାଇଛନ୍ତି ।

କଂଗ୍ରେସ ନେତା ରାହୁଳ ଗାନ୍ଧିଙ୍କୁ ଦିଲ୍ଳୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୋଟିସ ଜାରି ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପିଜି ମେନ୍ସ ହଷ୍ଟେଲ ଏହି ନୋଟିସ ରାହୁଳ ଗାନ୍ଧିଙ୍କୁ ପଠାଇଛି । ନୋଟିସରେ ଲେଖାଯାଇଛି ହଠାତ୍‌ ଏପରି ହଷ୍ଟେଲ ଭିତରକୁ ଆସିବା ମର୍ଯ୍ୟାଦା ବହିର୍ଭୁତ । ‘ଜେଡ୍-ପ୍ଲସ୍’ ସୁରକ୍ଷା ପାଇଥିବା ତଥା ଏକ ଜାତୀୟ ରାଜନୈତିକ ଦଳ ନେତାଙ୍କର ଏଭଳି ଆଚରଣ ମର୍ଯ୍ୟାଦା ବହିର୍ଭୂତ ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏଭଳି ଆକସ୍ମିକ ଆଗମନ ବିନା ଅନୁମତିରେ ପ୍ରବେଶ ଓ ଦାୟିତ୍ବହୀନ ଆଚରଣ ସହିତ ସମାନ। ୩ଟି ଗାଡ଼ି ନେଇ ହଷ୍ଟେଲ୍ ପରିସରକୁ ରାହୁଲ୍ ଭାବେ ପ୍ରବଶେ କରିଥିଲେ । ଭବିଷ୍ୟତରେ ଏଭଳି ପଦକ୍ଷେପ ନ ନେବାକୁ ନୋଟିସରେ ବାରଣ କରାଯାଇଛି ।

Published by:Soumya Das
First published: