ଦିଲ୍ଲୀରେ ଡବଲ ମର୍ଡର; ମୁଖା ପିନ୍ଧି ଆସି ଫାଇରିଂ କଲେ ଆକ୍ରମଣକାରୀ

Double Murder in Delhi: କୁହାଯାଉଛି ଯେ ମୁଖା ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ପଳାଇ ଯାଇଥିଲେ। ବର୍ତ୍ତମାନ ପୋଲିସ ବିଭିନ୍ନ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତ ଆକ୍ରମଣକାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଛି।

ଦିଲ୍ଲୀରେ ଡବଲ ମର୍ଡର

ଦିଲ୍ଲୀରେ ଡବଲ ମର୍ଡର

  • Share this:
News18 Odia Digital

Double Murder in Delhi: ଗତକାଲି ରାତିରେ ଦେଶର ରାଜଧାନୀ ଦିଲ୍ଲୀରେ ଡବଲ ମର୍ଡର ହେତୁ ଭୟର ବାତାବରଣ ସୃଷ୍ଟି ହୋଇଛି। ଦିଲ୍ଲୀର ମୁଣ୍ଡକା ପୋଲିସ ଷ୍ଟେସନ ଅଞ୍ଚଳର ଜେଜେ କଲୋନୀରେ ଗୁଳି ବିନିମୟ ହୋଇଥିଲା। ଦୁଇ ଜଣ ଜଗବିନ୍ଦର ଓ ମୋହନଲାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। କୁହାଯାଉଛି ଯେ ମୁଖା ଆକ୍ରମଣକାରୀମାନେ ଗୁଳି ଚଳାଇବା ପରେ ପଳାଇ ଯାଇଥିଲେ।

ମୃତ ଜଗବିନ୍ଦରଙ୍କ ଭାଇଙ୍କ କହିବାନୁସାରେ, ‘‘ପଡ଼ୋଶୀମାନେ ମୋତେ ଜଣାଇଥିଲେ ଯେ ଦୁଇ ଜଣ ମାସ୍କ ପିନ୍ଧି ଆସି ମୋ ଭାଇ ଓ ତାଙ୍କ ସହିତ ବସିଥିବା ଅନ୍ୟ ଦୁଇ ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ। ପୋଲିସ ଆମକୁ କହିଛି ଯେ ମୋ ଭାଇଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଗୁରୁତର ଆହତ ହୋଇଛନ୍ତି। ମୋ ଭାଇ ଭଲ ଲୋକ ଥିଲେ। ତାଙ୍କର କାହା ସହ କୌଣସି ଅର୍ଥ ହେରଫେର ସମସ୍ୟା ମଧ୍ୟ ନଥିଲା।’’
Published by:Lipina Das
First published: