ଟୁରିଷ୍ଟ ସ୍ପଟ ପାଲଟିଛି ଅଭିଯୁକ୍ତ ଅଫତାବର ଘର! ସମସ୍ତେ ପଚାରୁଛନ୍ତି ଠିକଣା

ବର୍ତ୍ତମାନ ଲୋକମାନେ ଅଫତାବ ବାବଦରେ ଜାଣିବାକୁ ଚାଁହୁଛନ୍ତି। ଅଫତାଵ କେମିତି, ତାର ପ୍ରକୃତି କିପରି, ତାଙ୍କ ଘରେ କଣ ସବୁ ଘଟୁଥିଲା ଜାଣିବା ପାଇଁ ପ୍ରାୟ ସମସ୍ତେ ଆଗ୍ରହୀ ଅଛନ୍ତି।

ଟୁରିଷ୍ଟ ସ୍ପଟ ପାଲଟିଛି ଅଫତାଵଙ୍କ ଘର

ଟୁରିଷ୍ଟ ସ୍ପଟ ପାଲଟିଛି ଅଫତାଵଙ୍କ ଘର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରତିଦିନ ଅଫତାବ ଶ୍ରଦ୍ଧା ହତ୍ୟା ମାମଲାରେ ନୂଆ ଖୁଲାସା କରୁଛି। ଲୋକମାନେ ମଧ୍ୟ ଘଟଣା ବାବଦରେ ଜାଣିବାକୁ ବେଶ ଅଗ୍ରହୀ। ବର୍ତ୍ତମାନ ଲୋକମାନେ ଅଫତାବ ବାବଦରେ ଜାଣିବାକୁ ଚାଁହୁଛନ୍ତି। ଅଫତାଵ କେମିତି,ତାର ପ୍ରକୃତି କିପରି, ତାଙ୍କ ଘରେ କଣ ସବୁ ଘଟୁଥିଲା ଜାଣିବା ପାଇଁ ପ୍ରାୟ ସମସ୍ତେ ଆଗ୍ରହୀ ଅଛନ୍ତି।

ଏଥି ସହିତ ପୋଲିସ ପ୍ରତ୍ୟେକ ଦିଗରୁ ଏହି ମାମଲାର ତଦନ୍ତରେ ନିୟୋଜିତ ଅଛି। ମେହେରୁଲି ଜଙ୍ଗଲରୁ ଠୋସ୍ ପ୍ରମାଣ ସଂଗ୍ରହରେ ପୋଲିସ ନିୟୋଜିତ ଅଛି। ଅଫତାବଙ୍କ ଅଜବ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ ଅନେକ କଥା ସାମ୍ନା ଆସୁଛି, ଯାହାକୁ ଜାଣିବା ପାଇଁ ଲୋକ ଆଗ୍ରହୀ ଅଛନ୍ତି। ସମସ୍ତେ ଜାଣିବାକୁ ଚାହାଁନ୍ତି ଏହା ପରେ କଣ ହେବ? ଅଫତାବ ବର୍ତ୍ତମାନ କେଉଁ ନୂଆ ଖୁଲାସା କରିଛି? ମାମଲା ଅଗ୍ରଗତି କଲାବେଳେ ଅନେକ ରହସ୍ୟ ସାମ୍ନାକୁ ଆସୁଛି। ରହସ୍ୟମୟ ଘଟଣା ପରି ଶ୍ରଦ୍ଧାଙ୍କ ମାମଲା ସମ୍ପୂର୍ଣ୍ଣ ସମାଧାନ ହେଉଛି। ଏହା ପରେ କଣ ହେବ ତାହା କେହି ଜାଣନ୍ତି ନାହିଁ।

ଏହି ମାମଲା ଏତେ ଆଗ୍ରହ ସୃଷ୍ଟି କରିଛି ଯେ କିଛି ସ୍କୁଲ ପିଲା ଏହାକୁ ଦେଖିବା ପାଇଁ ଅଫତାବଙ୍କ ଘରକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଅଫତାବଙ୍କ ଘର କ୍ରାଇମ ସ୍ପଟ ନୁହେଁ ବରଂ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। ପିଲାମାନଙ୍କ ବ୍ୟତୀତ ପଡ଼ୋଶୀ ମହିଳାମାନେ ମଧ୍ୟ ଅଫତାବଙ୍କ ଘରର ଠିକଣା ମାଗୁଛନ୍ତି। ରାସ୍ତାରେ ରହୁଥିବା ଲୋକଙ୍କୁ ପଚରାଯାଉଛି ଏହି ନମ୍ବର ଘର କେଉଁଠାରେ ଅଛି? ଘଟଣାର ଦୁଇ ଦିନ ପରେ ଏହି ପ୍ରକ୍ରିୟା ଜାରି ରହିଥିଲା, କିନ୍ତୁ କିଛି ସମୟ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

ପୂରା ମାମଲା କଣ?

ଅଫତାବ ଓ ଶ୍ରଦ୍ଧା ଦୁହେଁ ମୁମ୍ବାଇରେ ରହୁଥିଲେ। ଏହା ପରେ ଦୁହେଁ ଦିଲ୍ଲୀ ଯାଇଥିଲେ। ଶ୍ରଦ୍ଧା ତାଙ୍କ ପିତାମାତାଙ୍କ ବିରୁଦ୍ଧରେ ଯାଇ ଦିଲ୍ଲୀର ଅଫତାବଙ୍କ ସହ ରହିବାକୁ ଲାଗିଲେ। ଦୁହେଁ ଦିଲ୍ଲୀର ମେହେରୁଲିରେ ରହୁଥିଲେ। ମଝିରେ ମଝିରେ ଶ୍ରଦ୍ଧା ଓ ଅଫତାଵଙ୍କ ମଝିରେ ଝଗଡା ହେଉଥିଲା। କିନ୍ତୁ ଏହା ଏତେ ବଢି ଯାଇଥିଲା ଯେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ୧୧ ମଇରେ ଯୋଜନା କରିଥିଲି କିନ୍ତୁ ସେହି ଦିନ ଯୋଜନା ବିଫଳ ହୋଇଥିଲା। ୧୮ ମଇ ଦିନ ଶ୍ରଦ୍ଧାକୁ ହତ୍ୟା କରିଥିଲି ବୋଲି ଅଫତାବ ସ୍ୱୀକାର କରିଛି।
Published by:Soumya Das
First published: