News18 Odia Digital
Rs 2000 Notes: ଆସନ୍ତା ସେପ୍ଟେମ୍ବର ୨୦ ସୁଦ୍ଧା ଭାରତୀୟ ବଜାରରୁ ହଟିବ ୨୦୦୦ ଟଙ୍କିଆ ନୋଟ୍ । ଆରବିଆଇର ଏହି ଘୋଷଣା ପରେ ଏବେ ଚିନ୍ତାରେ ୨୦୦୦ ଟଙ୍କିଆ ନୋଟ ରଖିଥିବା ବ୍ୟକ୍ତି । କାରଣ ଦିନକୁ ମାତ୍ର ୧୦ଟି ନୋଟ ବ୍ୟାଙ୍କରେ ବଦଳାଇବାକୁ ନିର୍ଦ୍ଦେଶନାମା ଜାରି କରିଛି ଆରବିଆଇ । ଯାହା ପାଖରେ ଅଧିକ ୨୦୦୦ ଟଙ୍କିଆ ନୋଟ ରହିଛି ସେମାନେ ଏବେ ଚିନ୍ତାରେ ଥିବା ବେଳେ ଦିଲ୍ଲୀବାସୀଙ୍କ ପାଇଁ ଆସିଛି ଖୁସି ଖବର ।
କାରଣ ଦିଲ୍ଲୀରେ ବ୍ୟାଙ୍କକୁ ନଯାଇ ମଧ୍ୟ ଆପଣ ୨୦୦୦ ଟଙ୍କିଆ ନୋଟ ଦେଇ ସାମଗ୍ରୀ କିଣି ପାରିବେ । ଖାଲି ସେତିକି ନୁହେଁ ୨୦୦୦ ଟଙ୍କିଆ ନୋଟ ଦେଲେ ଆପଣଙ୍କୁ ମିଳିବ ୨୧୦୦ ଟଙ୍କାର ସାମଗ୍ରୀ । ଦିଲ୍ଲୀର ଏକ ମାଂସ ଦୋକାନୀ ୨୦୦୦ ଟଙ୍କିଆ ନୋଟ୍କୁ ନେଇ ଏଭଳି ଅଫର ରଖିଥିବାବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ ବଢ଼ିଛି । ଏହାଦ୍ବାରା ସଂପୃକ୍ତ ବ୍ୟବସାୟୀ ନିଜର ବ୍ୟବସାୟ ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି ।
ଦୋକାନ ଦ୍ୱାରା ଦିଆଯାଇଥିବା ଅଫରର ଏକ ଚିତ୍ର ସୁମିତ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର ପେଜ୍ରେ ସେୟାର କରିଛନ୍ତି । ଯେଉଁଥିରେ ଏକ ଫଟୋ ସେୟାର କରାଯାଇଛି । ଫଟୋରେ ଦୋକାନ ସାମ୍ନାରେ ଲେପନ ହୋଇଥିବା ଏକ ବିଜ୍ଞପ୍ତି ଗ୍ରାହକଙ୍କୁ ସୂଚିତ କରେ ଯେ ସେମାନେ ୨୦୦୦ ଟଙ୍କା ନୋଟ୍ ଦେଇ ୨୧୦୦ ଟଙ୍କା ମୂଲ୍ୟର ସାମଗ୍ରୀ କିଣି ପାରିବେ।
ଏହି ପୋଷ୍ଟର କ୍ୟାପସନରେ ଲେଖା ଅଛି, ''ଯଦି ଆପଣ ଆରବିଆଇକୁ ସ୍ମାର୍ଟ ବୋଲି ଭାବନ୍ତି, ତେବେ ପୁନର୍ବାର ଚିନ୍ତା କରନ୍ତୁ, କାରଣ ଦିଲ୍ଲୀବାସୀ ଅଧିକ ଚତୁର ଅଟନ୍ତି। ନିଜର ବିକ୍ରୟ ବୃଦ୍ଧି ପାଇଁ ଆପଣାଇଛନ୍ତି ଅନନ୍ୟ ଉପାୟ! "
ଏହି ପୋଷ୍ଟକୁ 1 ଲକ୍ଷ 74 ହଜାର ଥର ଦେଖାଯାଇଛି । ଏହି ପୋଷ୍ଟ ଉପରେ ଅନେକ କମେଣ୍ଟ ମିଳିଛି । ଏହି ଅନନ୍ୟ ଉପାୟ ଦ୍ୱାରା ଲୋକମାନେ ବହୁତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ଅନେକ ଲୋକ କିଭଳି ସେହି ଦୋକାନକୁ ଯିବେ ବୋଲି କମେଣ୍ଟରେ ପଚାରିଛନ୍ତି।
ଏକ ସର୍କୁଲାରରେ ଆରବିଆଇ କହିଛି ଯେ ସେପ୍ଟେମ୍ବର ୨୦, ୨୦୨୩ ପୂର୍ବରୁ ସମସ୍ତ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ହେବା ଉଚିତ୍। ୨୦୧୮-୧୯ ରେ ୨୦୦୦ ଟଙ୍କିଆ ନୋଟ୍ ମୁଦ୍ରଣ ବନ୍ଦ ହୋଇଥିଲା ।
ପଢନ୍ତୁ ଏହି ଖବର:
Fan Without Electricity: ବିନା ବିଦ୍ୟୁତ୍ରେ ଚାଲିବ ଫ୍ୟାନ୍...ମୂଲ୍ୟ ବି ବହୁତ୍ କମ୍ !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।