୧୧୮ ବର୍ଷର ରେକର୍ଡ଼ ଭାଙ୍ଗି ଦିଲ୍ଲୀରେ ୧.୭ ଡିଗ୍ରୀକୁ ଖସିଲା ତାପମାତ୍ରା; ନୂଆ ବର୍ଷରେ ବର୍ଷାର ସମ୍ଭାବନା

ଏହା ପୂର୍ବରୁ ୧୯୦୧ରେ ଦିଲ୍ଲୀରେ ଏଭଳି ଭୟଙ୍କର ଶୀତ ଲହର ଦେଖାଯାଇଥିଲା । ୧୧୮ ବର୍ଷର ବ୍ୟବଧାନ ପରେ ଏହା ହେଉଛି ଦ୍ବିତୀୟ ଡିସେମ୍ବର ଯେଉଁଥିରେ ଏଭଳି ହାଡ଼ଭଙ୍ଗା ଶୀତ ଦେଖିବାକୁ ମିଳିଛି । ପୁଣି ନୂଆ ବର୍ଷ ଦିନ ରେ ସ୍ଥିତି ଆହୁରି ଖରାପ ହେବା ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୧୧୮ ବର୍ଷର ରେକର୍ଡ଼ ଭାଙ୍ଗି ଦିଲ୍ଲୀରେ ୧.୭ ଡିଗ୍ରୀକୁ ଖସିଲା ତାପମାତ୍ରା; ନୂଆ ବର୍ଷରେ ବର୍ଷାର ସମ୍ଭାବନା
ଘନ କୁହୁଡ଼ି ଭିତରେ ଦିଲ୍ଲୀର ରାଜ ପଥ
  • News18 Odia
  • Last Updated: December 28, 2019, 10:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ନୂଆ ଦିଲ୍ଲୀ: ଦେଶର ରାଜଧାନୀ ନୂଆ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଭୟଙ୍କର ଶୀତର ପ୍ରଭାବ ଅନୁଭୂତ ହେଉଛି । ଥଣ୍ଡା ଏବଂ ଜାଡ଼ର ମାତ୍ରା ଏତେ ଅଛି ଯେ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି ।

ଚଳିତ ବର୍ଷର ଥଣ୍ଡା ୧୧୮ ବର୍ଷର ରେକର୍ଡ଼ ଭାଙ୍ଗିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପାଣିପାଗ ବିଭାଗର ଘୋଷଣା ଅନୁଯାୟୀ ୨୮ତାରିଖ ସକାଳ ସାଢ଼େ ୮ଟାରେ ଦିଲ୍ଲୀର ଲୋଧି ରୋଡ଼ରେ ସର୍ବନିମ୍ନ ୧.୭ ଡିଗ୍ରୀ ରେକର୍ଡ଼ କରାଯାଇଛି । ସେହିପରି ସଫଦରଜଂଗ ଏନକ୍ଲେଭ ଅଞ୍ଚଳରେ ୨.୪, ପାଲମରେ ୩.୧ ଏବଂ ଆୟା ନଗରରେ ୧.୯ ଡିଗ୍ରୀ ରହିଥିଲା ।

କେମିତି ଥିଲା ଥଣ୍ଡାର ମାତ୍ରା

ଏହା ପୂର୍ବରୁ ୨୮ତାରିଖ ସକାଳ ୬ଟା ୧୦ରେ ଦିଲ୍ଲୀର ନ୍ୟୁନତମ ତାପମାତ୍ରା ୨.୪ ଡିଗ୍ରୀ ସେଲସିଅସ୍ ରେକର୍ଡ଼ କରାଯାଇଥିବାବେଳେ ୨୭ ତାରିଖରେ ସେଠାକାର ତାପମାତ୍ରା ୪.୨ ଡିଗ୍ରୀ ରହିଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ ଏହା ପୂର୍ବରୁ ୧୯୦୧ରେ ଦିଲ୍ଲୀରେ ୧୯୦୧ରେ ଏଭଳି ଭୟଙ୍କର ଶୀତ ଲହର ଦେଖାଯାଇଥିଲା । ୧୧୮ ବର୍ଷର ବ୍ୟବଧାନ ପରେ ଏହା ହେଉଛି ଦ୍ବିତୀୟ ଡିସେମ୍ବର ଯେଉଁଥିରେ ଏଭଳି ହାଡ଼ଭଙ୍ଗା ଶୀତ ଦେଖିବାକୁ ମିଳିଛି । ପୁଣି ନୂଆବର୍ଷ ଅବସରରେ ସ୍ଥିତି ଆହୁରି ଖରାପ ହେବା ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଥଣ୍ଡାର କାରଣ

ହିମାଳୟ କ୍ଷେତ୍ରରେ ଲଗାତାର ହେଉଥିବା ବରଫପାତ ଏବଂ ଜୋର ପବନ ଯୋଗୁଁ ଥଣ୍ଡା ବଢ଼ିଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପୂର୍ବରୁ  ଦିଲ୍ଲୀବାସୀ ପ୍ରଦୂଷଣର ମାତ୍ରା ବଢ଼ିବା ଯୋଗୁଁ ଅସୁବିଧା ଭୋଗୁଥିବା ବେଳେ ଏବେ ଶୀତ ପ୍ରକୋପ ବୃଦ୍ଧି ଚିନ୍ତାର କାରଣ ହୋଇଛି ।

ଗତ ୨୭ ତାରିଖରେ ଇଣ୍ଡିଆ ଗେଟ୍ ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୬୭ ରେକର୍ଡ଼ କରାଯାଇଥିଲା, ଯାହାକି ଅତ୍ୟନ୍ତ ଖରାପ ଅଟେ ।

ନୂଆ ଦିଲ୍ଲୀରେ ବିଗତ ୧୩ଦିନ ମଧ୍ୟରେ ତାପମାତ୍ରା କମିବାରେ ଲାଗିଛି । ଗତ ୨୬ତାରିଖରେ ରାଜଧାନୀରେ ସର୍ବାଧିକ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ଼ କରାଯାଇଥିଲା । ଶେଷଥର ପାଇଁ ୧୯୯୭ରେ ଲଗାତାର ୧୭ ଦିନ ପର୍ଯ୍ୟନ୍ତ ତାପମାତ୍ରା କମିଥିଲା ।

୧୯୧୯, ୧୯୨୯, ୧୯୬୧ ଏବଂ ୧୯୯୭ ଡିସେମ୍ବରରେ ଦିଲ୍ଲୀରେ ୨୦ ଡିଗ୍ରୀରୁ କମ୍ ତାପମାତ୍ରା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଡିସେମ୍ବରରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୧୯.୮୫ ରହିଥିଲା ଯାହାକି ୩୧ ତାରିଖ ସୁଦ୍ଧା ୧୯.୧୫କୁ କମିବାର ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ୧୯୦୧(୧୭.୩ ଡିଗ୍ରୀ) ପରେ ଏହା ସର୍ବାଧିକ ଥଣ୍ଡା ପଡ଼ିଥିବା ଡିସେମ୍ବର ଭାବେ ବିବେଚିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Published by: Anand Shankar Thankur Das
First published: December 28, 2019, 7:47 AM IST
corona virus btn
corona virus btn
Loading