Delhi: ଘରୋଇ ସ୍କୁଲ କ୍ୟାବ ଡ୍ରାଇଭରମାନଙ୍କ ଷ୍ଟ୍ରାଇକ; ସମସ୍ୟାରେ ଅଭିଭାବକ

ଦିଲ୍ଲୀର ଘରୋଇ କ୍ୟାବ ଡ୍ରାଇଭରମାନେ ସୋମବାର ଦିନ ଏକ ଦିନିଆ ଷ୍ଟ୍ରାଇକ କରି ସେମାନଙ୍କ କ୍ୟାବ ପାଇଁ ବ୍ୟବସାୟିକ ଟ୍ୟାଗ ଦାବି କରିଥିଲେ।

କ୍ୟାବ ଡ୍ରାଇଭରମାନଙ୍କ ଷ୍ଟ୍ରାଇକ

କ୍ୟାବ ଡ୍ରାଇଭରମାନଙ୍କ ଷ୍ଟ୍ରାଇକ

  • Share this:
New 18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀର ଘରୋଇ କ୍ୟାବ ଡ୍ରାଇଭରମାନେ ସୋମବାର ଦିନ ଏକ ଦିନିଆ ଷ୍ଟ୍ରାଇକ କରି ସେମାନଙ୍କ କ୍ୟାବ ପାଇଁ ବ୍ୟବସାୟିକ ଟ୍ୟାଗ ଦାବି କରିଥିଲେ। ଜାତୀୟ ରାଜଧାନୀରେ ପ୍ରାୟ ଚାରି ଲକ୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲକୁ ଆଣିବା ପାଇଁ କ୍ୟାବ ଆସି ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଇଥିଲେ। ବିରୋଧୀ ଡ୍ରାଇଭରମାନେ ବେସରକାରୀ କ୍ୟାବକୁ ବ୍ୟବସାୟିକ କାରବାରରେ ପରିଣତ କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ଦାବି କରିଛନ୍ତି।

ଦିନକ ପରେ ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗହଲୋଟ ଘରୋଇ ବିଦ୍ୟାଳୟ କ୍ୟାବ ୟୁନିଅନର ପ୍ରତିନିଧୀଙ୍କ ସହ ସାକ୍ଷାତ କରି ସେମାନଙ୍କୁ ନିଶ୍ଚିତ କରିଥିଲେ ଯେ ବିଭାଗ ସେମାନଙ୍କର ସମସ୍ତ ଆଇନଗତ ଦାବି ଉପରେ ଖୁବ୍ ଶୀଘ୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବ। ଟ୍ରାଫିକ ପୋଲିସ ଦ୍ବାରା ଜାରି ହୋଇଥିବା ଚାଲାଣ ଯୋଗୁଁ କ୍ୟାବ ଡ୍ରାଇଭରମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୟୁନିଫର୍ମ ନ ପିନ୍ଧିବା ଓ ବସିବା ସୀମା ଭଳି କାରଣରୁ ଦିଲ୍ଲୀ ପୋଲିସ ସେମାନଙ୍କ ବିରୁଦ୍ଧରେ ଜୋରିମନା ଲାଗୁ କରିଥିଲେ।

ଘରୋଇ କ୍ୟାବ ସଂଘର ସଦସ୍ୟ ଅମିତ ଦାବି କରିଥିଲେ ଯେ ଷ୍ଟ୍ରାଇକ୍ ଯୋଗୁଁ ଚାରି ଲକ୍ଷ ପିଲା ପ୍ରଭାବିତ ହେଇଥିଲେ। ସେ କହିଛନ୍ତି ଯେ ପ୍ରତ୍ୟେକ ବିଦ୍ୟାଳୟରେ ପାଖାପାଖି ହଜାର ପିଲା ଅଛନ୍ତି ଯେଉଁମାନେ ଘରୋଇ କ୍ୟାବ ସୁବିଧା ବ୍ୟବହାର କରନ୍ତି। ”ପରିବହନ ମନ୍ତ୍ରୀ ଆମକୁ ଆଶ୍ୱାସନା ଦେଇଛନ୍ତି ଯେ ଆମେ ଅନ୍ୟ ବାଣିଜ୍ୟିକ ଉଦ୍ଦେଶ୍ୟରେ ମଧ୍ୟ ଆମର ଯାନବାହାନ ଚଲାଇ ପାରିବୁ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରିପାରିବୁ। ଆଗାମୀ ମାସ ମଧ୍ୟରେ ଏକ ବ୍ୟବସାୟିକ ଯାନ ଟ୍ୟାଗ୍ ଦିଆଯିବ ବୋଲି ସେ କହିଛନ୍ତି।

ଗହଲୋଟ୍ ହିନ୍ଦୀରେ ଏକ ଟ୍ବିଟ କରି କହିଛନ୍ତି, ‘‘ଆଜି ଘରୋଇ ବିଦ୍ୟାଳୟ କ୍ୟାବ ୟୁନିଅନର ପ୍ରତିନିଧୀଙ୍କୁ ଭେଟି ସେମାନଙ୍କ କଥା ଶୁଣିଥିଲେ। ଏହି ବୈଠକରେ ମୁଖ୍ୟତଃ ପୁରୁଣା ଯାନଗୁଡ଼ିକୁ "ସ୍କୁଲ୍ କ୍ୟାବ ସ୍କିମ୍ ’’ରେ ପଞ୍ଜୀକୃତ ହେବାକୁ ଅନୁରୋଧ କରାଯାଇଥିଲା। ସେମାନଙ୍କୁ ନିଶ୍ଚିତ କରାଯାଇଥିଲା ଯେ ପରିବହନ ବିଭାଗ ଶୀଘ୍ର ସେମାନଙ୍କର ସମସ୍ତ ଆଇନଗତ ଦାବି ଉପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।’’
Published by:Soumyashree Mishra
First published: