ଲରେନ୍ସ ବିଷ୍ଣୋଇ (ପ୍ରତୀକାତ୍ମକ ଛବି)
News18 Odia Digital
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଜଣେ ସନ୍ଦିଗ୍ଧ ତଥା ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇକୁ ଆଜି ଦିଲ୍ଲୀ ପୁଲିସ ୫ ଦିନ ରିମାଣ୍ଡ୍ରେ ନେଇଛି। ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଶାଖା ତାକୁ ଜେରା କରିବ। ପୋଲିସର ନକଲି ଏନକାଉଣ୍ଟର୍ ଦ୍ବାରା ତା’ର ମୃତ୍ୟୁ ହୋଇପାରେ ବୋଲି ସେ କୋର୍ଟର ଦ୍ୱାରସ୍ଥ ହୋଇଥିଲା।
ଆଜି ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। କୋର୍ଟ ତା’ର ଆବେଦନକୁ ଖାରଜ କରିଦେଇଛନ୍ତି। ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟର ବିଷ୍ଣୋଇର ସୁରକ୍ଷା ବୃଦ୍ଧି କରାଯାଇଛି ବୋଲି ତିହାର ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି।
ଦିଲ୍ଲୀ ପୋଲିସ ଦ୍ବାରା ଗତକାଲି ଠାରୁ ଲରେନ୍ସ ବିଷ୍ଣୋଇକୁ ଜେରା ଆରମ୍ଭ ହୋଇଛି। କାନାଡ଼ାର ଗ୍ୟାଙ୍ଗ୍ଷ୍ଟର ଗୋଲ୍ଡି ବରାର ମଧ୍ୟ ଏହି ହତ୍ୟା ମାମଲାରେ ସମ୍ପୃକ୍ତି ଥିବାରୁ ଏ ନେଇ ତଦନ୍ତ ଆରମ୍ଭ ହୋଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।