ଶ୍ରୀନଗରରେ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଝଡ଼ ! ରାହୁଲଙ୍କ ଘରେ ଦିଲ୍ଲୀ ପୋଲିସ

ରାହୁଲ ଗାନ୍ଧିଙ୍କୁ ଗିରଫ କରିବ କି ଦିଲ୍ଲୀ ପୋଲିସ ? ଶ୍ରୀନଗରରେ ରାହୁଲ ଦେଇଥିବା ବୟାନ୍‌ ପାଇଁ ରାହୁଲଙ୍କ ବାସଭବନରେ ପହଞ୍ଚିଛି ଦିଲ୍ଲୀ ପୋଲିସ ।

ଶ୍ରୀନଗରରେ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଝଡ଼ ! ରାହୁଲଙ୍କ ଘରେ ଦିଲ୍ଲୀ ପୋଲିସ

ଶ୍ରୀନଗରରେ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ଝଡ଼ ! ରାହୁଲଙ୍କ ଘରେ ଦିଲ୍ଲୀ ପୋଲିସ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଘରେ ଦିଲ୍ଲୀ ପୋଲିସ (delhi police) । ରାହୁଲ ଗାନ୍ଧିଙ୍କ ବାସଭବନ ଆଗରେ ବାରିକେଡିଂ ସହ ବ୍ୟାପକ ଫୋର୍ସ (force) ମୁତୟନ ହୋଇଛନ୍ତି । ଶ୍ରୀନଗରରେ ରାହୁଲ ଦେଇଥିବା ବୟାନ୍‌କୁ ନେଇ ଦିଲ୍ଲୀ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ଏବଂ ଡିସିପି ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ (rahul gandhi) ଦିଲ୍ଲୀ ସ୍ଥିତ ବାସଭବନରେ ଉପସ୍ଥିତ ଅଛନ୍ତି । ହେଲେ ଏକ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ରାହୁଲଙ୍କୁ ଭେଟି ପାରିନାହାନ୍ତି । ରାହୁଲ ଗାନ୍ଧି ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ଏକ ବୟାନ୍‌ ଦେଇଥିଲେ । ସେ କହିଥିଲେ ଆଜି ବି ମହିଳାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି । ଏଥିନେଇ ଦିଲ୍ଲୀ ପୋଲିସ୍‌ ୧୬ ମାର୍ଚ୍ଚରେ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ ପଠାଇ ପ୍ରଶ୍ନ କରିଥିଲେ, କେଉଁ ମହିଳାଙ୍କ ସମ୍ପର୍କରେ ରାହୁଲ ଏପରି ବୟାନ୍‌ ଦେଇଛନ୍ତି । ରାହୁଲ ଗାନ୍ଧି ସେହି ମହିଳାଙ୍କ ନାଁ ପୋଲିସ୍‌ରେ ଦିଅନ୍ତୁ । ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ ରାହୁଲ ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସକୁ ଉତ୍ତର (answer) ଦେଇନାହାଁନ୍ତି । ନୋଟିସ୍‌ର କୌଣସି ଉତ୍ତର ନମିଳିବା ପରେ ଆଜି ରାହୁଲଙ୍କ ବାସଭବନରେ ହାଜର ହୋଇଯାଇଛି ପୋଲିସ୍‌ । ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧିଙ୍କୁ ନୋଟିସ ଦେବା ପରେ କେନ୍ଦ୍ରକୁ ଟାର୍ଗେଟ କରିଛି କଂଗ୍ରେସ (congress) । କଂଗ୍ରେସ କହିଛି ଯେ, ଆମେ ଆଇନ ଅନୁଯାୟୀ ଉପଯୁକ୍ତ ସମୟରେ ନୋଟିସ (notice) ର ଜବାବ ଦେବୁ । ସରକାର ଭୟଭୀତ ହୋଇ ଏପରି କରୁଥିବା କୁହାଯାଇଛି ।

ଏହି ଖବର ପଢ଼ନ୍ତୁ - http://Delivery boy: ନୂଆ ଓଡ଼ିଆ ସିନେମା 'ଡେଲିଭରୀ ବୟ'ର ରିଲିଜ୍ ଡେଟ୍ ଘୋଷଣା
Published by:Soubhagya Mishra
First published: