ଦିଲ୍ଲୀ ଦଙ୍ଗା: ପୋଲିସ୍ ହେଡ଼ କନଷ୍ଟେବଳ ରତନ ଲାଲଙ୍କ ହତ୍ୟା ମାମଲାରେ ୭ ଜଣ ଗିରଫ

ମୁଶରଫ୍ ନାମକ ଜଣେ ବ୍ୟକ୍ତି ଓ ୮୫ ବର୍ଷୀୟ ଆକବରୀଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ୍ ଛଅ ଜଣଙ୍କୁ ଗିରଫ କରିଛି । ଦଙ୍ଗା ଘଟଣାଗୁଡ଼ିରେ ମୋଟ ୭୧୨ଟି ମାମଲା ରୁଜୁ ହୋଇଛି ଓ ଏ ପର୍ଯ୍ୟନ୍ତ ୨୧୫ ଜଣ ଗିରଫ ହୋଇଛନ୍ତି । ଏହି ଦଙ୍ଗାରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ।

ଦିଲ୍ଲୀ ଦଙ୍ଗା: ପୋଲିସ୍ ହେଡ଼ କନଷ୍ଟେବଳ ରତନ ଲାଲଙ୍କ ହତ୍ୟା ମାମଲାରେ ୭ ଜଣ ଗିରଫ
ରତନ ଲାଲ
  • News18 Odia
  • Last Updated: March 12, 2020, 11:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗତ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାରେ ହେଡ୍‌ କନଷ୍ଟେବଳ ରତନ ଲାଲଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ସାତ ଜଣ ଅଭିଯୁକ୍ତଙ୍କ ନାଁ ପୋଲିସ ପ୍ରକାଶ କରିଛି ।

ଦିଲ୍ଲୀ ପୋଲିସ ଏହି ଦଙ୍ଗା ଘଟଣାରେ ମୋଟ ୭୧୨ଟି ମାମଲା ରୁଜୁ କରିଥିବା ବେଳେ ୨୧୫ ଜଣଙ୍କୁ ଗିରଫ କରିଛି । ଏହି ଦଙ୍ଗାରେ ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ ।

ଫେବୃଆରୀ ୨୪ ତାରିଖରେ ୱଜିରାବାଦ ରାସ୍ତାରେ ପୋଲିସ ସହିତ ହୋଇଥିବା ସଙ୍ଘର୍ଷରେ ଲାଲଙ୍କର ମୃତ୍ୟୁ ହୋଇଥିଲା ଏହି ଘଟଣାରେ ଏକ ମାମଲା ଦୟାଲପୁର ଥାନାରେ ରୁଜୁ ହୋଇଥିଲା । ଲାଲଙ୍କ ଦେହରେ ଗୁଳି ବାଜି ତାଙ୍କ ମୃତ୍ୟୁ ହୋଇଥିଲା । ତଦନ୍ତ କରି ପୋଲିସ ସାତ ଜଣଙ୍କୁ ଗିରଫ କରିଛି । ତଦନ୍ତରୁ ଜଣାପଡିଛି ଯେ ଘଟଣା ସ୍ଥଳରେ ସିଏଏ (CAA) ବିରୋଧରେ ବିକ୍ଷୋଭ ପଦର୍ଶନ କରାଯାଉଥିଲା ଓ ପୋଲିସ ଉପରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ର କରାଯାଇଥିଲା ।

ଇଂରାଜୀ ଖବରକାଗଜ ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ’ରେ ପ୍ରକାଶିତ ଖବର ଅନୁସାରେ ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାାନଙ୍କ ନାଆଁ ହେଉଛି ସଲିମ ମଲ୍ଲିକ, ମହମ୍ମଦ ଜାଲାଲୁଦ୍ଦିନ, ମହମ୍ମଦ ଆୟୁବ, ମହମ୍ମଦ ୟୁନୁସ, ଆରିଫ ଓ ସଲିମ ଖାନ ଓ ମହମ୍ମଦ ଦାନିଶ୍‌ । ଦାନିଶକୁ ଛାଡ଼ିଦେଲେ ବାକି ସମସ୍ତେ ଲୋନି ଅନ୍ତର୍ଗତ ଚାନ୍ଦ ବାଗର ବାସିନ୍ଦା । ଦାନିଶ ଲୋନିର ବାସିନ୍ଦା ।

ଦିଲ୍ଲାରେ ଦଙ୍ଗା ସମୟରେ ମୌଜପୁରରେ ଅର୍ଦ୍ଧସାମରିକ ବଳ ମୁତୟନର ଏକ ଦୃଶ୍ୟ


ଅନ୍ୟ ଏକ ହତ୍ୟା ମାମଲାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି । ଫେବ୍ରୁଆରୀ ୨୫ ତାରିଖରେ ମୁଶରଫ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘରୁ ଟାଣିଆଣି ଦଙ୍ଗାକାରୀମାାନେ ଫୋପାଡି ଦେଇଥିବା ଅଭିଯୋଗ ହୋଇଥିଲା । ପରେ ତାଙ୍କର ମୃତ ଦେହ ଏକ ଡ୍ରେନରୁ ମିଳିଥିଲା । ଏହି ଘଟଣା ଗୋକୁଲପୁରୀ ନିକଟରେ ଘଟିଥିଲା । ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଏ ନେଇ ଅଭିଯୋଗ କରିବା ପରେ ପୋଲିସ ମୃତ ଦେହ ଉଦ୍ଧାର କରିଥିଲା । ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ କରି ଚ଼ାରି ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେମାନଙ୍କ ବିରୋଧରେ ଦଙ୍ଗା ଓ ହତ୍ୟାର ମମାଲା ରୁଜୁ କରାଯାଇଛି ।

ପୋଲିସର ମୁଖପାତ୍ର କହିଛନ୍ତି ଟେକ୍ନୋଲୋଜି ଓ ମୁହଁ ଚିହ୍ନଟ ଟେକ୍ନୋଲୋଜି ସହାୟତାରେ କେତକ ହତ୍ୟା ଓ ଘରପୋଡି ମାମଲାର ତଦନ୍ତରେ ଅଗ୍ରଗତି ହୋଇଛି ।

ଫେବ୍ରୁଆରୀ ୨୫ ତାରିଖରେ ଦଙ୍ଗାକାରୀମାନେ ୮୫ ବର୍ଷୀୟ ଆକବରୀଙ୍କ ଘରେ ନିଆଁ ଲଗାଇ ଦେବାରୁ ଘର ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାର ତଦନ୍ତ କରି ପୋଲିସ ଗମ୍ବରୀରେ ରହୁଥିବା ଦୁଇ ଭାଇ ଅରୁଣ ଓ ବରୁଣଙ୍କୁ ଗିରଫ କରିଛି ।
First published: March 12, 2020, 11:39 PM IST
corona virus btn
corona virus btn
Loading