ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମିରଟରୁ ବୁଲନ୍ଦସହର ପର୍ଯ୍ଯନ୍ତ ନିର୍ମାଣ ହେବ ଗଙ୍ଗା ଏକ୍ସପ୍ରେସ ୱେ; ଅନ୍ତିମ ପର୍ଯ୍ଯାୟରେ ପ୍ରସ୍ତୁତି

ମିରଟରୁ ବୁଲନ୍ଦସହର ପର୍ଯ୍ଯନ୍ତ ନିର୍ମାଣ ହେବ ଗଙ୍ଗା ଏକ୍ସପ୍ରେସ ୱେ; ଅନ୍ତିମ ପର୍ଯ୍ଯାୟରେ ପ୍ରସ୍ତୁତି

ଗଙ୍ଗା ଏକ୍ସପ୍ରେସୱେ ନିର୍ମାଣ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ନିର୍ମାଣ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏହା ମିରଟରୁ ବୁଲନ୍ଦସହର ପର୍ଯ୍ୟନ୍ତ ପ୍ରାୟ ୫୯ କିଲୋମିଟର ପର୍ଯ୍ୟନ୍ତ ହେବ ।

ମିରଟରୁ ବୁଲନ୍ଦସହର ପର୍ଯ୍ଯନ୍ତ ନିର୍ମାଣ ହେବ ଗଙ୍ଗା ଏକ୍ସପ୍ରେସ ୱେ; ଅନ୍ତିମ ପର୍ଯ୍ଯାୟରେ ପ୍ରସ୍ତୁତି
ଗଙ୍ଗା ଏକ୍ସପ୍ରେସୱେ ପାଇଁ ଜମି ଅଧିଗ୍ରହଣ ସରିଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: August 23, 2021, 4:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ : ଗଙ୍ଗା ଏକ୍ସପ୍ରେସୱେ ନିର୍ମାଣ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ନିର୍ମାଣ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଏହା ମିରଟରୁ ବୁଲନ୍ଦସହର ପର୍ଯ୍ୟନ୍ତ ପ୍ରାୟ ୫୯ କିଲୋମିଟର ପର୍ଯ୍ୟନ୍ତ ହେବ । ଏନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆର୍ଥିକ ସହଯୋଗ କରିଥିବା ବେଳେ ଟ୍ରେନଟି ଦିଲ୍ଲୀ ଏନ୍‌ସିଆର୍‌ ପାଇଁ ଅତି ସ୍ୱତନ୍ତ୍ର ହେବ ବୋଲି ଜଣାଯାଇଛି । ମଲ୍ଟି ମଡେଲ୍‌ ଟ୍ରାନ୍ସପୋର୍ଟ ହବ୍‌ ପାଇଁ ଏହା ସତେ ଯେପରି ସଞ୍ଜିବନୀ ସଦୃଶ୍ୟ କାମ ଦେବ । ଏଠାରେ ଡେଡିକେଟେଡ୍ ଫ୍ରେଟ୍ କରିଡର୍‌କୁ ସଂଯୋଗ କରୁଥିବା ରେଳ ଇଣ୍ଟର୍‌ଚେଞ୍ଜ୍‌ ମଧ୍ୟ ନିର୍ମାଣ ହେବ ।

ସେହିପରି ଗ୍ରେଟର ନଏଡ଼ା ଏଓ ଯମୁନା ଏକ୍ସପ୍ରେସରୁ ଯମୁନା ଅଥୋରିଟି ଅଞ୍ଚଳର ଅନେକ ପ୍ରୋଜେକ୍ଟ ଆରମ୍ଭ କରାଯିବ । ଯେଉଁଥିରେ ମେଡିକାଲ ଡିଭାଇସ ପାର୍କ, ରେଡ଼ିମେଡ଼ ଗାର୍ମେଣ୍ଟ ପାର୍କ, ଫୁଡ଼ ପାର୍କ ଭଳି ଅନେକ ବଡ ପ୍ରୋଜେକ୍ଟମାନ ରହିଛି । ଏଥି ସହିତ ଜେୱର ଏୟାରପୋର୍ଟ, ଫିଲ୍ମ ସିଟି, ଟପ୍ପଲ ଅର୍ବାନ ସେଣ୍ଟରଗୁଡ଼ିକୁ ମଧ୍ୟ ଏନେଇ ବଡ଼ ଫାଇଦା ମିଳିବ।

ଏହାସହ ଟପ୍ପଲର ନିକଟରେ ନିର୍ମାଣ ହେବାକୁ ଥିବା ଡିଫେନ୍ସ କରିଡ଼ରକୁ ମଧ୍ୟ ଗଙ୍ଗା ଏକ୍ସପ୍ରେସୱେ ସହିତ ସଂଯୋଗ କରାଯିବ । ଦାଦରିରୁ ମୁମ୍ବାଇ ପର୍ଯ୍ୟନ୍ତ ଏହି ଡିଫେନ୍ସ କରିଡର ନିର୍ମାଣ କରାଯାଉଛି । ଡିଫେନ୍ସ କରିଡ଼ର ଅମୃତସର, ମିରଟ, ଖୁର୍ଜା ଦେଇ କୋଲକାତା ଯିବ । ଏହି ପ୍ରକଳ୍ପ ମିରଟର ବିଜୋଲି ଗାଁରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଏକ୍ସପ୍ରେସୱେ ମିରଟରୁ ହାପୁଡ଼, ବୁଲନ୍ଦସହରରୁ ଗୁଜୁରାଟ ହୋଇ ଗୌତମବୁଦ୍ଧ ନଗର ପର୍ଯ୍ୟନ୍ତ ଦିଲ୍ଲୀ ଏନ୍‌ସିଆର୍ ସହ ସଂଯୋଗ ହେବ ।

ଦୀର୍ଘ ୫୯ କିଲୋମିଟରରର ଏହି ପ୍ରକଳ୍ପ ମେରୁତରେ ୧୫ କିଲୋମିଟର, ହାବୁଡରେ ୩୩ କିଲୋମିଟର ଓ ବୁଲନ୍ଦସହରରେ ୧୧ କିଲୋମିଟରର ରହିବ । ସେହିପରି ଅମରୋହରେ ୨୬ କିଲୋମିଟର, ସମ୍ଭଲରେ ୩୯ କିଲୋମିଟର, ବନ୍ଦାୟୁରେ ୯୨ କିଲୋମିଟର, ଶାହଜହାଁପୁରରେ ୪୦ କିଲୋମିଟର, ହର୍ଦ୍ଦୋଇରେ ୯୯ କିଲୋମିଟର, ଉନ୍ନାବରେ ୧୦୫ କିଲୋମିଟର , ରାୟବରେଲରେ ୭୭ କିଲୋମିଟର, ପ୍ରତାପଗଡ଼ରେ ୪୧ ଓ ଇହ୍ଲାବାଦରେ ୧୬ କିଲୋମିଟର ଦୂରତାର ନିର୍ମାଣ ହୋଇ ଶେଷ ହେବ ।
Published by: Soumya Das
First published: August 23, 2021, 4:08 PM IST