News18 Odia Digital
ନୂଆଦିଲ୍ଲୀ: ମଙ୍ଗଳବାର ସକାଳେ ଦିଲ୍ଲୀର ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ସ୍ତରରେ ପହଞ୍ଚିଛି। ଜାତୀୟ ରାଜଧାନୀ ଦିଲ୍ଲୀ NCR- ନୋଏଡା ଗୁରୁଗ୍ରାମର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ଦୀପବଳି ରାତିରେ ବାଣ ଫାଟିଯିବା କାରଣରୁ ୩୪୨ ରେକର୍ଡ କରାଯାଇଥିଲା।
ପାଣିପାଗ ପୂର୍ବାନୁମାନ ଓ ଅନୁସନ୍ଧାନ (SAFAR) ପୂର୍ବରୁ ପୂର୍ବାନୁମାନ କରିଥିଲା ଯେ କେବଳ ଦୀପାବଳିରେ ବାୟୁ ଗୁଣବତ୍ତା 'ଗୁରୁତର' ସ୍ତରରେ ପହଞ୍ଚିପାରେ।
ମଙ୍ଗଳବାର ସକାଳ ୬.୩୦ ପର୍ଯ୍ୟନ୍ତ ନୋଏଡା ଠାରେ ୩୪୨ରେ AQI ସ୍ତର ରେକର୍ଡ ହୋଇଥିବାବେଳେ ଏହା ଦିଲ୍ଲୀରେ ୩୨୩ ଥିଲା। ୩୦୧-୪୦୦ ପରିସରର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ବୋଲି କୁହାଯାଏ। ଯାହା ଶ୍ୱାସକ୍ରିୟାରେ ରୋଗ ସୃଷ୍ଟି କରିପାରେ।
ଏବେ ପରବର୍ତ୍ତୀ କଣ…ନୋଏଡା ଓ ଦିଲ୍ଲୀର ବାୟୁ ଗୁଣବତ୍ତା 'ଭୟଙ୍କର' (୪୦୧-୫୦୦) ହେବାର ମାତ୍ର ଗୋଟିଏ ପାଦ ଦୂରରେ ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ସରକାରୀ ୱେବସାଇଟରେ ତାଲିକାଭୁକ୍ତ ୪୦ଟି ମନିଟରିଂ ଷ୍ଟେସନରୁ ମିଳିଥିବା ତଥ୍ୟ ଅନୁଯାୟୀ ବାୟୁ ଗୁଣବତ୍ତା ସୂଚକାଙ୍କ ଦର୍ଶାଉଛି ଯେ ଆଜି ସକାଳ ୬.୩୦ ସମୟରେ ଲୋଦି ରୋଡରେ ୨୭୩, ଗୁରୁଗ୍ରାମରେ ୨୪୫ ଓ ମଦୁରାରେ ୩୨୨ ରେକର୍ଡ କରାଯାଇଛି।
ସୋମବାର ସନ୍ଧ୍ୟାରୁ ବାଣ ଫୁଟାଯିବା କାରଣରୁ ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ସ୍ତର ଉଚ୍ଚରେ ପହଞ୍ଚିଥିଲା। ଅବଶ୍ୟ, ଅନୁକୂଳ ଜଳବାୟୁ ଓ ପାଣିପାଗ ବିଭାଗ ହେତୁ ରାତି ୧ଟା ପରେ ବାୟୁ ଗୁଣବତ୍ତା ମଧ୍ୟ ଉନ୍ନତି ପରିସ୍ଥିତିକୁ ଆସିଥିଲା।
ତଥ୍ୟ ଅନୁଯାୟୀ, ରାଜଧାନୀର ପ୍ରାୟ ସମସ୍ତ ମନିଟରିଂ ଷ୍ଟେସନରେ ବାଣ ଫାଟିଯିବା କାରଣରୁ ସକାଳ ୮ଟାରୁ ପ୍ରଦୂଷଣର ତୀବ୍ର ବୃଦ୍ଧି ଘଟିଛି।
ଦକ୍ଷିଣ ଦିଲ୍ଲୀର ବାୟୁ ସର୍ବାଧିକ ପ୍ରଦୂଷିତଦକ୍ଷିଣ ଦିଲ୍ଲୀ ବାଣ ଯୋଗୁଁ ଅଧିକ ପ୍ରଦୂଷିତ ହୋଇଛି। ସର୍ବାଧିକ ପ୍ରଦୂଷିତ ଅଞ୍ଚଳରେ ପରିଣତ ହୋଇଛି ଆରକେ ପୁରମ, ଓଖଲା, କରନୀ ସିଂ ସୁଟିଂ ରେଞ୍ଜ, ଜବାହରଲାଲ ନେହେରୁ ଷ୍ଟାଡିୟମ। ଏହା ବ୍ୟତୀତ ଗାଜିଆବାଦ (୩୦୧), ନୋଏଡା (୩୦୩), ଗ୍ରେଟର ନୋଏଡା (୨୭୦), ଗୁରୁଗ୍ରାମ (୩୨୫) ଓ ଫରିଦାବାଦ (୨୫୬)ରେ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଥିଲା।
AQI କେତେ ଗମ୍ଭୀର ତାହା ଜାଣନ୍ତୁଶୂନରୁ ୫୦ ମଧ୍ୟରେ AQI ଭଲ, ୫୧ ଓ ୧୦୦ ସନ୍ତୋଷଜନକ, ୧୦୧ ଓ ୨୦୦ ମଧ୍ୟମ, ୨୦୧ ଓ ୩୦୦ କମ୍, ୩୦୧ ଓ ୪୦ ଅତ୍ୟନ୍ତ କମ୍ ଓ ୪୦୧ ଓ ୫୦୦ ଗୁରୁତର ବୋଲି କୁହାଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।