News18 Odia Digital
Delhi Metro Viral Video : ଦିଲ୍ଲୀ ମେଟ୍ରୋରେ ଜଣେ ଯୁବତୀ ଟପ୍ ଓ ମିନି ସ୍କର୍ଟ ପିନ୍ଧି ଯାତ୍ରା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ସର୍ବସାଧାରଣ ସ୍ଥାନରେ ଏଭଳି ଅନୁପଯୁକ୍ତ ପୋଷାକ ପିନ୍ଧିଥିବାରୁ ଅନେକ ଲୋକ ଯୁବତୀ ଜଣଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି । ଏଭଳି ସମୟରେ, କିଛି ଲୋକ ଯୁବତୀଙ୍କ ବିନା ସମ୍ମତି ତାଙ୍କ ଭିଡିଓ ମଧ୍ୟ କରିଥିଲେ ।
ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣକ ମେଟ୍ରୋରେ ଯାତ୍ରୀମାନଙ୍କ ମଧ୍ୟରେ ବ୍ୟାଗ ଧରି ବସିଛନ୍ତି, ଯେତେବେଳେ ସେ ବସିଥିବା ସିଟରୁ ଉଠି ଆଗକୁ ଯାଉଛନ୍ତି, ସେତେବେଳେ ସାମ୍ନାରେ ବସିଥିବା ଜଣେ ଯାତ୍ରୀ ଯୁବତୀଙ୍କର ଭିଡିଓ କରୁଛନ୍ତି । ଯେଉଁଥିରେ ଯୁବତୀ ଜଣକ ଏକ ଅଜବ ପୋଷାକ ପିନ୍ଧିଛନ୍ତି । ଯାହାକୁ ଦେଖି ସର୍ବସାଧାରଣ ସ୍ଥାନରେ ଏଭଳି ପୋଷାକ ପିନ୍ଧିବା ଉପଯୁକ୍ତ କି ବୋଲି ଲୋକମାନେ ପ୍ରଶ୍ନ କରୁଛନ୍ତି ।
ପଢନ୍ତୁ ପୂରା ଖବର :
ପ୍ରେମିକାଙ୍କୁ ୱେଡ଼ି ଗିଫ୍ଟରେ ବୋମା ଦେଲା ପାଗଳ ପ୍ରେମିକ; ବିସ୍ଫୋରଣରେ ବରର ମୃତ୍ୟୁସମସ୍ତଙ୍କର ସ୍ୱାଧୀନତା ଅଧିକାର ଅଛି, ତାଙ୍କ ଇଛା ଅନୁସାରେ ଯେକୌଣସି ବି ପୋଷାକ ପିନ୍ଧିପାରିବେ । ତଥାପି, କିଛି ଲୋକ ତାଙ୍କ ଫ୍ୟାଶନ୍ ଷ୍ଟାଇଲକୁ ନେଇ ଥଟ୍ଟା କରୁଥିବା ବେଳେ କିଛି ଲୋକ ଭିଡିଓ ତିଆରି କରିଥିବା ବ୍ୟକ୍ତିଙ୍କ ନୈତିକତା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି… । ତେବେ ବିକିନି ଡ୍ରେସ ପିନ୍ଧି ସର୍ବସାଧାରଣରେ ବୁଲୁଥିବା ମହିଳା ଜଣକୁ ନେଇ କିଛି ଲୋକ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ ଏହା ସମାଜ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ଯେ ସମାଜ କେଉଁ ଦିଗକୁ ଗତି କରୁଛି ।
ପଢନ୍ତୁ ପୂରା ଖବର :
ପର୍ଣ୍ଣ ଷ୍ଟାରଙ୍କୁ ଲାଞ୍ଚ ମାମଲା; ଗିରଫ ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ; ଦେବେ ଜୋରିମାନାକିଛି ଟ୍ୱିଟ୍ର ୟୁଜର୍ସ ଭାଇରାଲ ହେଉଥିବ ଯୁବତୀଙ୍କ ଭିଡିଓରେ ମଧ୍ୟ କମେଣ୍ଟ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଏହା କଣ କିଛି ସୁଟିଙ୍ଗ ଚାଲିଛି କି ? । ସର୍ବସାଧାରଣ ସ୍ଥାନରେ କେହି କିପରି ଏପରି ପୋଷାକ ପିନ୍ଧି ପାରିବେ ? । ’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ,‘ ଯଦି ଏହା ମହିଳା ସଶକ୍ତିକରଣର ଏକ ଉଦାହରଣ, ତେବେ ଆମର ଯୁବ ପିଢି଼ ଏପରି ନକାରାତ୍ମକ ସଶକ୍ତିକରଣର ଶିକାର ହେଉଛନ୍ତ । ଆଉ କିଛି ଲୋକ କହିଛନ୍ତି ଯେ ଝିଅଟି କାହାକୁ ହଇରାଣ କରୁନାହିଁ କିମ୍ବା କିଛି ତମାସା କରୁନାହଁନ୍ତି, ତେଣୁ ତାଙ୍କୁ ତାଙ୍କ ଫ୍ୟାଶନକୁ ନେଇ ଜଜ୍ କରାଯିବା ଉଚିତ୍ ନୁହେଁ .. ଅନ୍ୟ ଜଣେ ୟୁଜର୍ସ ମହିଳାଙ୍କ ଅନୁମତି ବିନା ଭିଡିଓ ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି ଯେ, 'ଆପଣ ତାଙ୍କ ବିନା ଅନୁମତିରେ ତାଙ୍କୁ କିପରି ଭିଡିଓ କଲେ ?'
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।