OYO ହୋଟେଲରେ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କଲା ପ୍ରେମିକ; ପରେ ଆତ୍ମହତ୍ୟା କରିବା ଚେଷ୍ଟା

Delhi Crime: ଅଭିଯୁକ୍ତ ପ୍ରବୀଣ ତାଙ୍କ ଗର୍ଲଫ୍ରେଣ୍ଡ ସହିତ OYO ହୋଟେଲରେ ପହଞ୍ଚିଥିଲେ। ଏହି ସମୟରେ ରୁମରେ କିଛି ବିଷୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହାପରେ ପ୍ରେମିକାଙ୍କୁ ଗୁଳି କରିଥିଲା ପ୍ରେମିକ।

OYO ହୋଟେଲରେ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କଲା ପ୍ରେମିକ

OYO ହୋଟେଲରେ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କଲା ପ୍ରେମିକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: କିଛି ଦିନ ହେବ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ସବୁ ମହଲରେ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏହି ଭୟାନକ ଘଟଣାକୁ ନେଇ ସମସ୍ତ ଦୁଃଖ ପ୍ରକାଶ କରୁଥିବା ବେଳେ ଇତିମଧ୍ୟରେ ଆଉ ଏକ ଘଟଣା ସମ୍ନାକୁ ଆସିଛି।

ଦିଲ୍ଲୀର OYO ହୋଟେଲରେ ଜଣେ ପାଗଳ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ପରେ ଅଭିଯୁକ୍ତ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଆହତ ହୋଇଥିଲେ। ବର୍ତ୍ତମାନ ଅଭିଯୁକ୍ତ ପ୍ରେମିକ ସଞ୍ଜୟ ଗାନ୍ଧି ଡାକ୍ତରଖାନାରେ ଚିକିତ୍ସିତ ହେଉଛି।

ଏହି ମାମଲାଟି ନରେଲା ଅଞ୍ଚଳର। ସୂଚନାନୁସାରେ, ୩୮ ବର୍ଷୀୟ ଅଭିଯୁକ୍ତ ପ୍ରବୀଣ ବୋଲି ଜଣାପଡ଼ିଛି। ପ୍ରବୀଣ ବିବାହିତ ବୋଲି କୁହାଯାଉଛି। ପ୍ରବୀଣ ତାଙ୍କ ପ୍ରେମିକାଙ୍କ ସହ OYO ହୋଟେଲରେ ପହଞ୍ଚିଥିଲେ। ଏହି ସମୟରେ ରୁମରେ କିଛି ବିଷୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହାପରେ ସେ କ୍ରୋଧିତ ହୋଇ ପ୍ରେମିକାଙ୍କୁ ଗୁଳି କରିବା ପରେ ନିଜେ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ।

ଫାଇରିଂ ପରେ ହୋଟେଲରେ ଆତଙ୍କ ଖେଳିଯାଇଥିଲା

ଯୁକ୍ତିତର୍କ ପରେ ଉଭୟଙ୍କ ମଧ୍ୟରେ ଝଗଡା ବଢ଼ିଯାଇଥିଲା। ଏହି ସମୟରେ ପ୍ରବୀଣ ତାଙ୍କ ଗର୍ଲଫ୍ରେଣ୍ଡକୁ ଗୁଳି କରିଥିଲେ। ବୁଲେଟର ଶବ୍ଦ ଶୁଣିବା ପରେ ହୋଟେଲରେ ଆତଙ୍କ ଖେଳିଯାଇଥିଲା। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଡାକ୍ତରଖାନା ପଠାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ପୂର୍ବରୁ ପଞ୍ଜିକୃତ ହୋଇଛି

ସେପ୍ଟେମ୍ବର ୨୧ରେ ଅଭିଯୁକ୍ତଙ୍କୁ ଆଉ ଏକ ହତ୍ୟା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା, କିନ୍ତୁ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ସେ ଗୌରବ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୌରବଙ୍କ ପିତାଙ୍କ ନିକଟରେ ଅଭିଯୋଗ ଆସିବା ପରେ ଅଭିଯୁକ୍ତ ପ୍ରବୀଣଙ୍କୁ ଜେଲ ପଠାଯାଇଥିଲା। ଏବେ ସେ ନିଜ ପ୍ରେମିକାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
Published by:Lipina Das
First published: