ଗାର୍ଲଫ୍ରେଣ୍ଡଙ୍କୁ ଖୁସି କରିବାକୁ ବାୟୁସେନା ୟୁନିଫର୍ମ ପିନ୍ଧି ଅଫିସ ପହଞ୍ଚିଲା ଯୁବକ; ତାପରେ ଯାହା ହେଲା..

ଯୁବକ ଜଣଙ୍କ ନିଜକୁ ଏୟାର ଫୋର୍ସ ଅଫିସର ବୋଲି ପରିଚୟ ଦେଇଥିଲେ । ମାତ୍ର ବାନ୍ଧବୀ ଜଣଙ୍କ ତାଙ୍କୁ ୟୁନିଫର୍ମ ପିନ୍ଧି ଫଟୋ ଦେବାକୁ କହିଥିଲେ ।

ଯୁବକ ଜଣଙ୍କ ନିଜକୁ ଏୟାର ଫୋର୍ସ ଅଫିସର ବୋଲି ପରିଚୟ ଦେଇଥିଲେ । ମାତ୍ର ବାନ୍ଧବୀ ଜଣଙ୍କ ତାଙ୍କୁ ୟୁନିଫର୍ମ ପିନ୍ଧି ଫଟୋ ଦେବାକୁ କହିଥିଲେ ।

ଯୁବକ ଜଣଙ୍କ ନିଜକୁ ଏୟାର ଫୋର୍ସ ଅଫିସର ବୋଲି ପରିଚୟ ଦେଇଥିଲେ । ମାତ୍ର ବାନ୍ଧବୀ ଜଣଙ୍କ ତାଙ୍କୁ ୟୁନିଫର୍ମ ପିନ୍ଧି ଫଟୋ ଦେବାକୁ କହିଥିଲେ ।

  • Share this:
News18 Odia Digital

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ବାୟୁସେନା ଷ୍ଟେସନ ଅଜବ ଘଟଣା ଦେଖିବାକୁ ମିଳିଛି। ବାୟୁସେନା ୟୁନିଫର୍ମ ପିନ୍ଧିଥିବା ଜଣେ ବ୍ୟକ୍ତି କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଫାଟକରେ ପୋଷ୍ଟ କରାଯାଇଥିବା ସୁରକ୍ଷା କର୍ମୀମାନେ ତାଙ୍କ ପରିଚୟ ପତ୍ର ମାଗିଥିଲେ। ଫଳରେ ସେ ଫାଟକ ନିକଟରେ ଧରା ପଡ଼ି ଯାଇଥିଲେ।

ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବାରୁ ସେ ଜଣା ପଡ଼ି ଥିଲା ଯେ ସେ ତାଙ୍କ ପ୍ରେମିକାଙ୍କୁ ଖୁସି କରିବା ପାଇଁ ୟୁନିଫର୍ମରେ ସେଲଫି ନେବାକୁ ଆସିଥିଲେ, କିନ୍ତୁ ଏହା ପୂର୍ବରୁ ତାଙ୍କୁ ସୁରକ୍ଷା କର୍ମୀମାନେ ଧରିଦେଇଥିଲେ। ବର୍ତ୍ତମାନ ତୁଗଲୋକ ରୋଡ ପୋଲିସ ଷ୍ଟେସନ ଅଭିଯୁକ୍ତକୁ ଗିରଫ କରି ତଦନ୍ତ କରୁଛି।

ପୋଲିସର ସୂଚନାନୁସାରେ, ଜୁଲାଇ ୨୨ରେ ବାୟୁସେନା ଷ୍ଟେସନରେ ପ୍ରବେଶ କରି ସେଲଫି ନେବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ନାମ ଗୌରବ କୁମାର ବୋଲି ଜଣାପଡିଛି। ସେ ୟୁପିରେ ଆଲିଗଡର ବାସିନ୍ଦା। ଆଇପିସିର ଧାରା 140,170,171,449 ଓ 447 ଅନୁଯାୟୀ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ପଚରାଉଚରା ବେଳେ ସେ ପ୍ରେମିକାକୁ କହିଥିଲେ ଯେ ସେ ଜଣେ ଏୟାରଫୋର୍ସ ଅଫିସର। କିନ୍ତୁ ଗର୍ଲଫ୍ରେଣ୍ଡ ଜଣଙ୍କ ତାଙ୍କ କଥାକୁ ଆସିନଥିଲେ ଓ ଏୟାରଫୋର୍ସ ଷ୍ଟେସନରେ ୟୁନିଫର୍ମ ପିନ୍ଧି ସେଲଫି ଉଠାଇ ପଠାଇବାକୁ କହିଥିଲେ। ତାଙ୍କ କଥା ଅନୁସାରେ ଯୁବକ ଜଣଙ୍କ ଏୟାରଫୋର୍ସ ୟୁନିଫର୍ମ ପିନ୍ଧି ସେଲଫି ନେବା ପାଇଁ ଷ୍ଟେସନରେ ପହଞ୍ଚିଥିଲା ​।
Published by:Soumya Das
First published: