News18 Odia Digital
Delhi Girl Accident: ଦିଲ୍ଲୀର କଞ୍ଜୱାଲା ଘଟଣାରେରେ ବୁଧବାରରେ ଆଉ ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଏହି ସିସିଟିଭି ଦୁର୍ଘଟଣାସ୍ଥଳଠାରୁ ୧୫୦ ମିଟର ଦୂରର।
ସିସିଟିଭିରେ ପୀଡିତାଙ୍କ ବନ୍ଧୁ ନିଧି ଦୁର୍ଘଟଣା ପରେ ସେଠାରୁ ଦୌଡ଼ି ପଳାଉଥିବାର ନଜର ଆସିଛନ୍ତି। ଯେଉଁଥିରେ ସମୟ ରାତି ୨.୦୦ ବୋଲି କୁହାଯାଉଛି। କଞ୍ଜୱାଲା ଘଟଣାରେ ପ୍ରାଣ ହରାଇଥିବା ୨୦ ବର୍ଷୀୟା ଅଞ୍ଜଳୀ ସିଂଙ୍କ ସହ ଦୁର୍ଘଟଣା ଘଟିଥିବା ବେଳେ ସ୍କୁଟିରେ ବସିଥିବା ଅନ୍ୟ ଝିଅ ନିଧି ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ରେକର୍ଡ କରିଛି।
ପୋଲିସ କହିଛି ଯେ ଏହି ନିଧି ଅଞ୍ଜଳୀଙ୍କ ବନ୍ଧୁ ଏବଂ ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଇଥିବାବେଳେ ପ୍ରାୟ ୧୨ କିଲୋମିଟର ପର୍ଯ୍ୟନ୍ତ କାର ତଳେ ଟାଣି ହୋଇ ଯିବା ପରେ ଅଞ୍ଜଳିଙ୍କର ମୃତ୍ୟୁ ଘଟିଛି। ସ୍ବତନ୍ତ୍ର ପୋଲିସ୍ ସାଗର ପ୍ରୀତ ହୁଡ୍ଡା ମଙ୍ଗଳବାର ଦିନ କହିଛନ୍ତି ଯେ ମୃତକଙ୍କ ବନ୍ଧୁ ଭୟଭୀତ ହୋଇ ଦୁର୍ଘଟଣା ପରେ ପଳାଇ ଯାଇଥିଲେ।
ସିସିଟିଭି ଫୁଟେଜରୁ ନିଧିଙ୍କ ବିଷୟରେ ଜଣାପଡ଼ିଥିଲାପୋଲିସ କହିଛି ଯେ ମୃତକଙ୍କ ବନ୍ଧୁ ଦୁର୍ଘଟଣା ବିଷୟରେ କାହାକୁ କିଛି କହି ନାହାଁନ୍ତି ଏବଂ ସିସିଟିଭି ଫୁଟେଜ ସାହାଯ୍ୟରେ ତାଙ୍କୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ଦିନ ଅଞ୍ଜଳୀଙ୍କ ବନ୍ଧୁ ନିଧି ପୋଲିସକୁ ବୟାନ ଦେବା ପରେ ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ନିଧି କହିଥିଲେ ଯେ କାର ଆମକୁ ଆଗରୁ ଧକ୍କା ଦେଇଥିଲା। ଏହା ପରେ ସେ ଗୋଟିଏ ପାର୍ଶ୍ୱରେ ଖସିପଡ଼ିଥିବା ବେଳେ ଅଞ୍ଜଳୀ କାର ତଳେ ଫସି ରହିଥିଲେ।
ଦୁର୍ଘଟଣା ପରେ ନିଧି ପଳାଇ ଯାଇଥିଲେନିଧି କହିଛନ୍ତି ଯେ ଅଭିଯୁକ୍ତମାନେ ଜାଣିଥିଲା ଯେ ଝିଅଟି କାର ତଳେ ଫସି ରହିଥିଲା, ତଥାପି ସେମାନେ କାରକୁ ଅଟାଇ ନଥିଲେ। ଆଉ ଅଞ୍ଜଳିଙ୍କୁ ଟାଣି ଟାଣି କାରରେ ଦୂରକୁ ନେଇଯାଇଥିଲେ। ନିଧି ମଧ୍ୟ ଦାବି କରିଛନ୍ତି ଯେ ଦୁର୍ଘଟଣା ସମୟରେ ଅଞ୍ଜଳୀ ମଦ ପିଇଥିଲେ ଏବଂ ଗାଡି ଚଲାଇବା ପାଇଁ ଜୋର ଦେଉଥିଲେ। ଏହି ପ୍ରସଙ୍ଗରେ ହୋଟେଲ ବାହାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନିଧି କହିଛନ୍ତି ଯେ ଦୁର୍ଘଟଣା ପରେ ସେ ଭୟଭୀତ ହୋଇ ସେଠାରୁ ପଳାଇ ଯାଇଥିଲି। ଏହି ମାମଲାରେ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଯେଉଁମାନେ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ମଙ୍ଗଳବାର ଦିନ ଅଞ୍ଜଳୀ ସିଂଙ୍କୁ ଅନ୍ତିମ ସଂସ୍କାର କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।