କପିଳ ମିଶ୍ର, ଅନୁରାଗ ଠାକୁର ଓ ଅନ୍ୟ ଜଣେ ବିଜେପି ନେତାଙ୍କ ବିରୁଦ୍ଧରେ FIR କର: ଦିଲ୍ଲୀ ହାଇ କୋର୍ଟ

ହାଇ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ କପିଳ ମିଶ୍ର କହିଛନ୍ତି ରାସ୍ତାକୁ ଖୋଲିବା ପାଇଁ କହି ସେ କୌଣସି ଆଇନ ଉଲଙ୍ଘନ କରିନାହାଁନ୍ତି । ‘‘ସତ୍ୟ ଓ ଧର୍ମର ବିଜୟ ହେବ,’’ ସେ କହିଛନ୍ତି ।

କପିଳ ମିଶ୍ର, ଅନୁରାଗ ଠାକୁର ଓ ଅନ୍ୟ ଜଣେ ବିଜେପି ନେତାଙ୍କ ବିରୁଦ୍ଧରେ FIR କର: ଦିଲ୍ଲୀ ହାଇ କୋର୍ଟ
କପିଳ ମିଶ୍ର (ଫାଇଲ୍‌ ଫଟୋ)
  • News18 Odia
  • Last Updated: February 27, 2020, 12:08 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ପୋଲିସକୁ ନାଗରିକତା  ସଂଶୋଧନ ଆଇନ (ସିଏଏ)କୁ ନେଇ ଚ଼ାଲିଥିବା ହିଂସାକାଣ୍ଡ ଯୋଗୁଁ ତିନି ଜଣ ବିଜେପି ନେତାଙ୍କ ଦ୍ବାରା କଥିତ ଘୃଣାପୂର୍ଣ୍ଣ ଭାଷଣ ବିରୋଧରେ ଏଫ୍‌.ଆଇ.ଆର୍‌. ରୁଜୁ କରିବା ପାଇଁ ‘‘ସଚେତନ ନିର୍ଣ୍ଣୟ’’ ନେବାକୁ ଦିଲ୍ଲୀ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ୍‌ ସୋଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ଏହି ସୂଚ଼ନା ଦିଲ୍ଲୀର ପୋଲିସ କମିଶନରଙ୍କୁ ଦେବାକୁ କହିଛନ୍ତି । ଗୁରୁବାର ଅପରାହ୍ଣ ୩ଟା ସୁଦ୍ଧା ପୋଲିସ କମିଶନରଙ୍କୁ କୋର୍ଟରେ ଏ ସମ୍ବନ୍ଧରେ ନିଜ ଜବାବ ଦାଖଲ କରିବାକୁ କୁହାଯାଇଛି । କୋର୍ଟ ଏ ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର କରିବ ।

ବିଜେପିର ଏହି ତିନି ଜଣ ନେତା ହେଉଛନ୍ତ କପିଲ ମିଶ୍ର, ଅନୁରାଗ ଠାକୁର ଓ ପରବେଶ ବର୍ମା ।

ମିଶ୍ରାଙ୍କୁ ଉତ୍ତରପୂର୍ବ ଦିଲ୍ଲୀରେ ରବିବାର ଠାରୁ ଆରମ୍ଭ ହୋଇଥିବା ହିଂସା ପାଇଁ ଅନେକ ଲୋକ ଦୋଷ ଦେଉଛନ୍ତି । ସେ ଖୋଲାଖୋଲି ଭାବେ ଉତ୍ତେଜନା ସୃଷ୍ଟିକାରୀ ବିବୃତି ଦେଇ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଜବରଦସ୍ତି ଆନ୍ଦୋଳନ ସ୍ଥଳରୁ ହଟାଇବାକୁ ଆହ୍ୱାନ ଦେଇଥିଲେ । ଦିଲ୍ଲୀ ବିଧାନ ସଭା ନିର୍ବାଚ଼ନ ଲଢ଼ି ହାରିଯାଇଥିବା ମିଶ୍ରଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ସି.ପି.ଏମ୍‌. ଓ କଂଗ୍ରେସ ବିଜେପିକୁ ଅନୁରୋଧ କରିଥିଲେ ।

କୋର୍ଟ୍ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନାମ ବି ନେଇଥିଲେ । ଏହି ମାସର ଆରମ୍ଭରେ ଏକ ନିର୍ବାଚନ ରାଲିରେ କନିଷ୍ଠ ଅର୍ଥ ମନ୍ତ୍ରୀ ଠାକୁର ସ୍ଲୋଗାନ ଦେଇଥିଲେ, ‘‘ଦେଶ କେ ଗଦ୍ଦାରୋଁ କୋ…’’ ଆଉ ଭିଡ଼ରୁ କୋଳାହଳପୂର୍ଣ୍ଣ ଜବାବ ଆସିଥିଲା ‘‘ଗୋଲୀ ମାରୋ ସାଲୋଁ କୋ’’ । ବିଜେପି ସାଂସଦ ପରବେଶ ବର୍ମା ଅନେକ ଥର ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ‘‘ଆତଙ୍କବାଦୀ’’ ବୋଲି କହିଥିଲେ ।

ନିର୍ବାଚନ ଆୟୋଗ ଅଲଗା ଅଲଗା ସମୟରେ ଏହି ତିନି ବିଜେପି ନେତାଙ୍କ ନିର୍ବାଚ଼ନ ପ୍ରଚାର କରିବା ଉପରେ ପ୍ରତିବନ୍ଧ ଲଗେଇଥିଲେ ।

ବୁଧବାର ଜଷ୍ଟିସ ଏସ. ମୁରଲୀଧର ଓ ଅନୁପ ଜେ.ଭମ୍ଭାନୀଙ୍କ ଏକ ଖଣ୍ଡପୀଠ ସାମନାରେ ଆୟୁକ୍ତ ପ୍ରବୀର ରଞ୍ଜନ ଆଶ୍ବାସନା ଦେଇଥିଲେ ଯେ ସେ ଆଜି ହିଁ ପୋଲିସ କମିଶନରଙ୍କ ସହିତ ବସିବେ ଓ ସବୁ ଭିଡ଼ିଓ କ୍ଲିପକୁ ଦେଖିବେ ଆଉ ଏଫ୍‌.ଆଇ.ଆର୍‌. ରୁଜୁ କରିବା ବିଷୟରେ ସଚେତନ ନିର୍ଣ୍ଣୟ ନେବେ । ହାଇ କୋର୍ଟ କେନ୍ଦ୍ର ଦ୍ବାରା ଦାୟର କରାଯାଇଥିବା ପିଟିସନରେ କେତେକ ସମ୍ବନ୍ଧିତ ପକ୍ଷଙ୍କୁ ଏହି ମାମଲାର ଅନ୍ତର୍ଭୁକ୍ତ କରିବା ପାଇଁ ବି ନୋଟିସ୍ ଜାରି କରିଛନ୍ତି ।

ହାଇ କୋର୍ଟଙ୍କ ନିର୍ଦ୍ଦେଶ ଆସିବାର ଗୋଟିଏ ମିନିଟ ପରେ ତା’ ଉପରେ ପ୍ରତିକ୍ରିୟା ଦେଉଥିବା ପରି ଲାଗି ମିଶ୍ର ହିନ୍ଦିରେ ଏକ ଟ୍ବିଟ୍‌ କରି କହିଥିଲେ, ‘‘ରାସ୍ତାକୁ ଖୋଲା କରେଇବା ଆମର ଅଧିକାର । ମୁଁ କୌଣସି ଆଇନ ଉଲଙ୍ଘନ କରିନାହିଁ । ମୁଁ ମୋର କର୍ତ୍ତବ୍ୟ କରିଥିଲି । ସତ୍ୟ ଓ ଧର୍ମର ବିଜୟ ହେବ’’ ।
First published: February 27, 2020, 12:08 AM IST