News18 Odia Digital
Cow Dung Claim In Spices: ପ୍ରତିଦିନ ରୋଷେଇ ଘରେ ବ୍ୟବହାର ହେଉଥିବା ଭାରତୀୟ ମସଲାରେ ମିଶୁଛି ଗାଈ ଗୋବର! ଏହି ଖବର ପ୍ରସାରଣ କରିଥିବା ୟୁଟ୍ୟୁବ ଚ୍ୟାନେଲକୁ ତୁରନ୍ତ ଭିଡ଼ିଓ ହଟାଇବା ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହା ପରେ ଗୁଗୁଲ ମଧ୍ଯ ଭିଡ଼ିଓକୁ ହଟାଇବାକୁ ତତ୍ପର ଦେଖାଇଛି
ଭାରତୀୟ ମସଲାରେ ଗାଈ ଗୋବର ଓ ଗୋମୂତ୍ର ମିଶ୍ରଣ ହେଉଛି ବୋଲି ଏକ ୟୁଟ୍ୟୁବ ଚ୍ୟାନେଲ ଖବର ପ୍ରସାରଣ କରିଥିଲା। ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଦେଖି କ୍ୟାଚ୍ ବ୍ରାଣ୍ଡ ମସଲା ବିକ୍ରି କରୁଥିବା କମ୍ପାନୀ ଧର୍ମପାଲ ସତ୍ୟପାଲ ସନ୍ସ ପିଭି ଲିମିଟେଡ ଏକ ଆବେଦନ କରିଥିଲେ। କମ୍ପାନୀ ୟୁଟ୍ୟୁବ ଚ୍ୟାନେଲରେ ଆପତ୍ତିଜନକ ଭିଡିଓ ପାଇବା ପରେ ଏହି ମକଦ୍ଦମା ଦାୟର କରିଥିଲେ। ଶୁଣାଣି ପରେ ଜଷ୍ଟିସ ସଞ୍ଜୀବ ନରୁଲା ଦୁଇଟି ୟୁଟ୍ୟୁବ ଚ୍ୟାନେଲକୁ କମ୍ପାନୀକୁ ବଦନାମ କରିବା ଓ କପିରାଇଟ୍ ଉଲ୍ଲଂଘନ କରିବା ନେଇ ରୋକ ଲଗାଇଛନ୍ତି।
କୋର୍ଟ କହିଛନ୍ତି, ଆପତ୍ତିଜନକ ଭିଡିଓରେ ବିନା ଭିତ୍ତିରେ ଅଭିଯୋଗକାରୀଙ୍କ ଉତ୍ପାଦ ବିଷୟରେ ବଦନାମ ମନ୍ତବ୍ୟ ରହିଛି। ଭିଡିଓରେ ଉଲ୍ଲେଖ କରାଯାଇଥିବା ଉତ୍ପାଦ/ମସଲାରେ ମିଶିଥିବା ଉପାଦାନଗୁଡ଼ିକର ଏକ ତାଲିକା ରେକର୍ଡ ହୋଇଛି। କମ୍ପାନୀ ସଂପୃକ୍ତ ନିୟାମକଙ୍କଠାରୁ ପ୍ରମାଣପତ୍ର ପାଇଛି। ଏହା ସହିତ ଏକ ସାର୍ଟିଫାଏଡ୍ ଲ୍ୟାବର ଏକ ଖାଦ୍ୟ ବିଶ୍ଳେଷଣ ରିପୋର୍ଟ ମଧ୍ୟ ଦାଖଲ କରାଯାଇଛି ଯେଉଁଥିରେ ଗାଈ ଗୋବର, ଗୋମୂତ୍ର କିମ୍ବା ଅନ୍ୟ କୌଣସି ପ୍ରଦୂଷକ ପଦାର୍ଥର ଉପସ୍ଥିତି ଉଲ୍ଲେଖ କରାଯାଇ ନାହିଁ।
ପ୍ରତିଦିନ ଖାଆନ୍ତୁ ୨ଟି ଇନସୁଲିନ ପତ୍ର; ନେବାକୁ ପଡ଼ିବନି ଇନସୁଲିନ ଇଞ୍ଜେକସନଏହାପୂର୍ବରୁ ଶୁଣାଣିର ପ୍ରଥମ ଦିନରେ ଭିଡିଓ ହଟାଇବା ଓ ଗ୍ରାହକଙ୍କୁ ସୂଚନା ପ୍ରଦାନ କରିବାକୁ କୋର୍ଟ ଗୁଗୁଲକୁ ନିର୍ଦ୍ଦେଶ ଦେଇଥିଲେ। ଗୁଗୁଲରୁ ସୂଚନା ପାଇବା ପରେ ୟୁଟ୍ୟୁବ ଚ୍ୟାନେଲ 'ଟିଭିଆର' ଓ 'ଭ୍ୟୁ ଏନ ନ୍ୟୁଜ'କୁ ସମନ ଜାରି କରାଯାଇଥିଲା। ଉଭୟ କୋର୍ଟରେ ହାଜର ହୋଇନଥିଲେ, ଯାହା ପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।