ନୂଆ ମଦ ପଲିସି ଫେରାଇ ନେବା ପଛର କାରଣ ଜଣାଇଲେ ଦିଲ୍ଲୀ ସରକାର: BJPକୁ କଲେ ଟାର୍ଗେଟ

Delhi Liquor Policy: ଦିଲ୍ଲୀ ସରକାର କହିଛନ୍ତି, ଅଧିକାରୀ ଓ ଦୋକାନୀମାନଙ୍କୁ ଇଡି ଓ ସିବିଆଇରୁ ଧମକ ମିଳୁଛି। ଏହି କାରଣରୁ ଅନେକ ଦୋକାନୀ ଦୋକାନ ଛାଡ଼ି ପଳାଇଛନ୍ତି।

ନୂଆ ମଦ ପଲିସି ଫେରାଇ ନେବା ପଛର କାରଣ ଜଣାଇଲେ ଦିଲ୍ଲୀ ସରକାର

ନୂଆ ମଦ ପଲିସି ଫେରାଇ ନେବା ପଛର କାରଣ ଜଣାଇଲେ ଦିଲ୍ଲୀ ସରକାର

  • Share this:
News18 Odia Digital

ନୂଆ ଦିଲ୍ଲୀ: ଦିଲ୍ଲୀରେ ନୂଆ ଏକ୍ସାଇଜ୍ ପଲିସି ପ୍ରତ୍ୟାହାର କରିବା ପଛରେ ଦିଲ୍ଲୀ ସରକାର ଯୁକ୍ତି ଦର୍ଶାଇଛନ୍ତି। ନୂଆ ନୀତି କାହିଁକି ପ୍ରତ୍ୟାହାର ହେଲା ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ସରକାର କହିଛନ୍ତି ଯେ ଅଧିକାରୀ ଓ ଦୋକାନୀମାନଙ୍କୁ ଇଡି ଓ ସିବିଆଇରୁ ଧମକ ମିଳୁଛି।

ଏହି କାରଣରୁ ଅନେକ ଦୋକାନୀ ଦୋକାନ ଛାଡ଼ି ପଳାଇଛନ୍ତି। ଇଡି ଓ ସିବିଆଇ ଧମକ ଦେଇ ସମସ୍ତ ଅଧିକାରୀଙ୍କୁ ମଧ୍ୟ ଭୟଭୀତ କରୁଛନ୍ତି। ଖାଲି ଥିବା ଦୋକାନଗୁଡ଼ିକୁ ପୁନଃ ନିଲାମ କରିବାକୁ କୌଣସି ଅଧିକାରୀ ପ୍ରସ୍ତୁତ ହେଉନାହାଁନ୍ତି।

ଦିଲ୍ଲୀ ସରକାର ଅଭିଯୋଗ କରିଛନ୍ତି ଯେ ଗୁଜୁରାଟ ଭଳି ବିଜେପି ମଧ୍ୟ ଦିଲ୍ଲୀରେ ନକଲି ମଦ ବିକ୍ରି କରିବାକୁ ଚାହୁଁଛି। ତେଣୁ ବର୍ତ୍ତମାନ ଦିଲ୍ଲୀର ସରକାରୀ ଦୋକାନରୁ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀ ସରକାରଙ୍କ ୟୁ-ଟର୍ନ

ନୂଆ ମଦ ପଲିସି ଉପରେ ଦିଲ୍ଲୀ ସରକାର ୟୁ-ଟର୍ନ ନେଇଛନ୍ତି। ବର୍ତ୍ତମାନ ପୁରୁଣା ବ୍ୟବସ୍ଥା ଅଗଷ୍ଟ ୧ ତାରିଖରୁ ପୁଣିଥରେ ଦିଲ୍ଲୀରେ ଲାଗୁ ହେବ। ଗତ ବର୍ଷ ଅରବିନ୍ଦ କେଜ୍ରିୱାଲ ସରକାର ଏହି ନୂଆ ଏକ୍ସାଇଜ୍ ପଲିସି କାର୍ଯ୍ୟକାରୀ କରିଥିଲେ। ଦିଲ୍ଲୀର ଉପ-ରାଜ୍ୟପାଳ ନୂଆ ଏକ୍ସାଇଜ୍ ପଲିସି ସମ୍ପର୍କରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ସିବିଆଇ ତଦନ୍ତ ପରେ ପୁରୁଣା ଏକ୍ସାଇଜ୍ ପଲିସି ପୁନଃ ସ୍ଥାପିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପଲିସିକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।

ନୂଆ ପଲିସି କ’ଣ ଥିଲା?

ଦିଲ୍ଲୀର ନୂଆ ଏକ୍ସାଇଜ୍ ପଲିସି ଅନୁଯାୟୀ, ଖୋଲା ଟେଣ୍ଡର ମାଧ୍ୟମରେ ମଦ ବିକ୍ରୟ ପାଇଁ ଘରୋଇ ଅପରେଟରମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ନୂଆ ପଲିସିରେ ଆଇନଗତ ପାନୀୟ ବୟସ ସୀମା ୨୫ ବର୍ଷରୁ ୨୧ ବର୍ଷକୁ ହ୍ରାସ କରାଯାଇଥିଲା। ଦୋକାନଗୁଡ଼ିକ ବଜାର ମୂଲ୍ୟ ଅନୁଯାୟୀ ମଦ ଦର ସ୍ଥିର କରୁଥିଲେ।

ନୂଆ ପଲିସି ସହିତ ସରକାରଙ୍କ ରୋଜଗାର ବୃଦ୍ଧି ପାଇବ ବୋଲି ଦିଲ୍ଲୀ ସରକାର କହିଥିଲେ। ନୂଆ ପଲିସି ସମ୍ପର୍କରେ ବିଜେପି ଲଗାତାର କେଜ୍ରିୱାଲ ସରକାର ଉପରେ ଆକ୍ରମଣ କରୁଥିଲା। ଏ ସମ୍ପର୍କରେ ବିଜେପି ଅନେକ ଅଭିଯୋଗ ଆଣିଥିଲା।
Published by:Lipina Das
First published: