- News18 Odia
- Last Updated :
- Other, India
News18 Odia Digital
ନୂଆ ଦିଲ୍ଲୀ: ସାମ୍ନାକୁ ଆସିଲା ଦିଲ୍ଲୀ ଦୁର୍ଘଟଣାର ସିସିଟିଭି ଭିଡିଓ । ଭିଡ଼ିଓରେ ପୀଡ଼ିତା ଜଣଙ୍କ କାରରେ ଫସି ରହିଥିବାର ନଜର ଆସିଛି । କାରରେ ଘୋଷାରି ହୋଇ ଯାଉଥିବା ବେଳର ଦୃଶ୍ଯ ସିସିଟିଭିରେ କଏଦ ହୋଇଛି । ଏହି ସିସିଟିଭି ଭିଡ଼ିଓ ରବିବାର ସକାଳ ୩ଟା ୨୮ମିନିଟର ସମୟର । ଏହି ଭିଡିଓରେ କାର ତଳେ କିଛି ଫସି ରହିଥିବାର ଦେଖାଯାଉଛି । ପୀଡ଼ିତା ଜଣଙ୍କ ଏହି କାର ତଳେ ଫସି ରହିଛନ୍ତି ବୋଲି କୁହାଯାଉଛି ।
ଏହି ଭିଡ଼ିଓରେ କାର ଧୀର ଗତିରେ ଚାଲୁଥିବାର ଜଣାପଡୁଛି । ଏକ ଜାତୀୟ ଗଣମାଧ୍ଯମକୁ ସୂଚନା ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କାର ଜୋରରେ ଚାଲୁନଥିଲା । ଏଥିରେ ଯୁବତୀଙ୍କ ମୃତ୍ଯୁ ହୋଇଥିଲା ଓ ପୋଲିସ ୫ ଜଣ ଯୁବକଙ୍କୁ ଗିରଫ କରିଛି ।
ସୂଚନାନୁସାରେ, ନିଶାସକ୍ତ ଅବସ୍ଥାରେ ବାଲେନୋ ଚଳାଉଥିବା ପାଞ୍ଚ ଜଣ ଯୁବକ ପ୍ରଥମେ ଜଣେ ଝିଅକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋର ଥିଲା ଯେ ଝିଅଟି ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। ପୀଡିତା ଝିଅ ଜଣଙ୍କ ଏକ କାର୍ଯ୍ୟକ୍ରମରେ ଡ୍ୟୁଟି କରିବା ପରେ ସ୍କୁଟିରୁ ଅମନ ବିହାରରେ ଥିବା ନିଜ ଘରକୁ ଫେରୁଥିଲେ। ଏହି ଦୁର୍ଘଟଣାରେ ପୀଡିତାଙ୍କ ଅନେକ ହାଡ ଭାଙ୍ଗି ଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ପୀଡିତାଙ୍କ ଅବସ୍ଥା ଏପରି ହୋଇଯାଇଥିଲା ଯେ ତାଙ୍କ ଦେହରେ ଗୋଟିଏ ବି କପଡା ନଥିଲା। ଝିଅଟିର ମୃତ ଶରୀର ଦେଖି ଆପଣଙ୍କ ରୁମ ମଧ୍ୟ ଟାଙ୍କୁରି ଯିବ। ପୀଡିତାଙ୍କର ଗୋଡ, ମୁଣ୍ଡ ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଛିନଭିନ ହୋଇଯାଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।