ଦିଲ୍ଲୀରେ ଆଜି ପୁଣି ଭୂମିକମ୍ପ ଅନୁଭୂତ ହେଲା; ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୨.୭

ଦିଲ୍ଲୀରେ ଏହି ଭୂମିକମ୍ପ ହୋଇଥିବା ଅଞ୍ଚଳ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ, କାରଣ ଏହା ଯମୁନା ନଦୀର ବନ୍ୟା ପ୍ଳାବନ କ୍ଷେତ୍ରରେ ଅବସ୍ଥିତ ।

ଦିଲ୍ଲୀରେ ଆଜି ପୁଣି ଭୂମିକମ୍ପ ଅନୁଭୂତ ହେଲା; ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୨.୭
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: April 13, 2020, 3:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ଆଉ ଥରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୭ ଥିଲେ । ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହେବାର ଏହା କ୍ରମାଗତ ଦ୍ୱିତୀୟ ଦିନ । ଏହା ପୂର୍ବରୁ ଏପ୍ରିଲ ୧୨ରେ (ରବିବାର) ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ଏହାର ତୀବ୍ରତା ୩.୮ ଥିଲା ।

ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏନ୍‌.ସି.ଆର୍‌.ର ଅନେକ ଅଞ୍ଚଳରେ ରବିବାର ସନ୍ଧ୍ୟା ପ୍ରାୟ ୫:୫୦ ସମୟରେ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୩.ଜ୍ଞ ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ପୂର୍ବ ଦିଲ୍ଲୀ ଓ ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳ ।

ଭୂମିକମ୍ପ ଦୃଷ୍ଟିରୁ ଦିଲ୍ଲୀ ଭୂକମ୍ପ ଜୋନ୍ (ସେସମିକ୍‌ ଜୋନ୍‌) ୪ରେ ପଡ଼େ । ଏହା ପୂର୍ବରୁ ୨୦୦୪ ଓ ୨୦୦୧ରେ ଦିଲ୍ଲୀରେ ଭୂମିକମ୍ପ ହୋଇଥିଲା । ୨୦୦୪ରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୮ ଥିବା ବେଳେ ୨୦୦୧ରେ ଏହା ୩.୪ ରେକର୍ଡ କରାଯାଇଥିଲା ।

ଆଜି ଭୂମିକମ୍ପ ଅନୁଭୂତ ହେବା ବେଳେ ଲୋକେ ଗତ କାଲି ପରି ନିଜ ଘରୁ ବାହାରକୁ ବାହାରି ଆସିଥିଲେ । ରବିବାର ଦିନ ହୋଇଥିବା ଭୂମିକମ୍ପ ସମୟରେ ଦିଲ୍ଲୀ, ଗାଜିଆବାଦ, ନୋଏଡା ଓ ଗ୍ରେଟର ନୋଏଡାରେ ବହୁ ସଂଖ୍ୟକ ଲୋକ ଡରରେ ନିଜ ନିଜ ଘରୁ ବାହାରି ଆସିଥିଲେ ।

ଉଲ୍ଲେଖନୀୟ କଥା ହେଉଛି ଯେ ଦିଲ୍ଲୀରେ ଏହି ଭୂମିକମ୍ପ ହୋଇଥିବା ଅଞ୍ଚଳ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ, କାରଣ ଏହା ଯମୁନା ନଦୀର ବନ୍ୟା ପ୍ଳାବନ କ୍ଷେତ୍ର ।

ଜାତୀୟ ଭୂକମ୍ପ କେନ୍ଦ୍ରର ନିର୍ଦ୍ଦେଶକ (ଅପରେସନ୍) ଜେ.ଏଲ୍ ଗୌତମଙ୍କ କହିବା ଅନୁଯାୟୀ ଉତ୍ତର-ପୂର୍ବ ଦିଲ୍ଲୀର ୱଜିରାବାଦ ଅଞ୍ଚଳ ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା । ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩:୫ ମାପ ହୋଇଥିବା ବେଳେ ଏହାର ଗଭୀରତା ଆଠ କିଲୋମିଟର ତଳେ ଥିଲା ବୋଲି ଜଣାଯାଇଛି ।
First published: April 13, 2020, 3:31 PM IST
corona virus btn
corona virus btn
Loading