ଅବକାରୀ ଦୁର୍ନୀତି ମାମଲା; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ CBIର ସମନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇର ସମନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇର ସମନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସିବିଆଇ ସମନ । ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସମନ । ପଚରାଉଚରା ପାଇଁ ୧୬ରେ ହାଜର ହେବାକୁ ସମନ ହୋଇଛି ବୋଲି ଏକ ସୂତ୍ରରୁ ସୂଚନା ମିଳୁଛି ।

ଗତ ଫେବୃଆରୀ ୨୬ ତାରିଖରେ ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଥିଲେ। ଦୀର୍ଘ ସମୟର ଜେରା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସିସୋଦିଆଙ୍କୁ ୭ରୁ ୮ ଘଣ୍ଟା ଧରି ସିବିଆଇ ଜେରା କରିଥିଲା । ତାଙ୍କୁ ହାଜର ହେବାକୁ ସିବିଆଇ ସମନ କରିଥିବା ବେଳେ ହଜାର ହଜାର କର୍ମକର୍ତ୍ତାଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲା ଆମ୍ ଆଦମୀ ପାର୍ଟି। ହାତରେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ଆପ୍ କର୍ମକର୍ତ୍ତା। ଗତ ବର୍ଷ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସେକ୍ସେନା। ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ।

ସିବିଆଇ ଅଫିସ୍‌ରେ ହାଜର ପରେ ସିସୋଦିଆଙ୍କୁ ଜେରା କରିଥିଲା ସିବିଆଇ । ସିବିଆଇ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ସିସୋଦିଆ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧି ପୀଠ ରାଜଘାଟକୁ ଯାଇଥିଲେ। ତେବେ ସିସୋଦିଆ କହିଛନ୍ତି ଯେ ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍‌ ଯିବା ତୁଚ୍ଛ କଥା | ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ଜୀବନରେ ସଚ୍ଚୋଟ ଭାବରେ କାର୍ଯ୍ୟ କରିଛନ୍ତି। ଯେତେବେଳେ ମୁଁ ଟିଭି ଚ୍ୟାନେଲରେ କାମ କରୁଥିଲି ସେତେବେଳେ ଭଲ ଜୀବନ ଚାଲିଥିଲା । ପରେ ମୁଁ ତାହା ଛାଡି ରାଜନୀତିରେ ଯୋଗ ଦେଲି। ବର୍ତ୍ତମାନ ଯଦି ସେମାନେ ମୋତେ ଜେଲକୁ ପଠାନ୍ତି ତେବେ ମୋ ପତ୍ନୀ ଏକୁଟିଆ ରହିବେ କିନ୍ତୁ ମୁଁ ଭୟ କରେ ନାହିଁ।
Published by:Sujit Swain
First published: