News18 Odia Digital
Delhi Excise Policy case: ଦିଲ୍ଲୀ ଏକ୍ସାଇଜ୍ ପଲିସିରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଗୃହ ମନ୍ତ୍ରଣାଳୟ (ଏମଏଚଏ) ସୋମବାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନିୟମିତତା ଅଭିଯୋଗରେ ମନ୍ତ୍ରଣାଳୟ ତତ୍କାଳୀନ ଏକ୍ସାଇଜ୍ କମିଶନର ଅରବା ଗୋପୀ କୃଷ୍ଣ ଓ ଡେପୁଟି କମିଶନର ଆନନ୍ଦ ତିୱାରୀଙ୍କୁ ନିଲମ୍ବିତ କରିଛି।
ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ସୁପାରିଶ ପରେ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ଏକ୍ସାଇଜ୍ କମିଶନର ଗୋପୀ କୃଷ୍ଣ ଓ ଡେପୁଟି ଏକ୍ସାଇଜ୍ କମିଶନର ଆନନ୍ଦ କୁମାର ତିୱାରୀଙ୍କୁ ନିଲମ୍ବିତ କରିଛି।
ଯାଞ୍ଚ ରିପୋର୍ଟରେ ନାମିତ ୧୧ ଜଣ ଅଧିକାରୀସୂଚନାଯୋଗ୍ୟ ଯେ ନୂଆ ଏକ୍ସାଇଜ୍ ପଲିସି ସହ ଜଡିତ ଅନୁସନ୍ଧାନ ରିପୋର୍ଟରେ ପୂର୍ବରୁ ୧୧ ଜଣ ଅଧିକାରୀଙ୍କ ନାମ ପ୍ରକାଶ ପାଇଥିଲା। ସେଥିମଧ୍ୟରୁ ୯ ଜଣ ଅଧିକାରୀଙ୍କୁ ଉପରାଜ୍ୟପାଳ ନିଲମ୍ବିତ କରିସାରିଛନ୍ତି। ଏଥିସହ ଏହି ୨ ଅଧିକାରୀଙ୍କ ନିଲମ୍ବନ ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରାଯାଇଥିଲା କାରଣ ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିବାର ଅଧିକାର ଗୃହ ମନ୍ତ୍ରଣାଳୟ ପାଖରେ ଅଛି।
ସୂଚନାନୁସାରେ, ଏହି ଅଧିକାରୀଙ୍କ ନିଲମ୍ବନ ସମ୍ପର୍କରେ ସୂଚନା ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ତଥା ଦିଲ୍ଲୀ ସରକାରଙ୍କ ସମ୍ପୃକ୍ତ ବିଭାଗକୁ ଦିଆଯାଇଛି। ନିକଟରେ ସିବିଆଇ ଉଭୟ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା।
ଦୁର୍ନୀତିରେ ସିବିଆଇ ଏଫ୍ଆଇଆର୍ଗତ ବର୍ଷ ନଭେମ୍ବରରେ ଲାଗୁ ହୋଇଥିବା ଏକ୍ସାଇଜ୍ ପଲିସିରେ ଅନିୟମିତତା ଅଭିଯୋଗରେ ପଞ୍ଜୀକୃତ ହୋଇଥିବା ସିବିଆଇ ଏଫ୍ଆଇଆରରେ ଉଲ୍ଲେଖ କରାଯାଇଥିବା ୧୫ଟି ନାମ ମଧ୍ୟରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅନ୍ୟତମ। ଏଫଆଇଆର ଅଭିଯୋଗ କରିଛି ଯେ ସିସୋଦିଆ, କୃଷ୍ଣ, ତିୱାରୀ ଓ ଅନ୍ୟମାନେ ୨୦୨୨-୨୨ ବର୍ଷ ପାଇଁ ଏକ୍ସାଇଜ୍ ପଲିସି ସମ୍ବନ୍ଧରେ ସୁପାରିଶ ଓ ନିଷ୍ପତ୍ତି ନେଇଛନ୍ତି।
ସିସୋଦିଆଙ୍କ ବାସଭବନ ଉପରେ ଚଢ଼ାଉଅନୁସନ୍ଧାନକାରୀ ସଂସ୍ଥା ଶୁକ୍ରବାର ଦିନ ସିସୋଦିଆଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରି AAP ନେତୃତ୍ୱାଧୀନ ଦିଲ୍ଲୀ ସରକାର ଓ କେନ୍ଦ୍ର ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ କରିଥିଲା। ଅନେକ ଘଣ୍ଟା ଧରି ଏହି ଚଢ଼ାଉ ଜାରି ରହିଥିଲା। ଯାହା ପରେ AAP କହିଥିଲା ଯେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କ ଶାସନ ସମୟରେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଥିବାରୁ କେନ୍ଦ୍ରୀୟ ଏଜେନ୍ସିଙ୍କୁ ବ୍ୟବହାର କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।