ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ FIR ରୁଜୁ କଲା ସିବିଆଇ

ସିବିଆଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ ଅବକାରୀ ସ୍କାମ ମାମଲାରେ FIR ରୁଜୁ କରିଛି। ସିବିଆଇ ଶୁକ୍ରବାର ଦିନ ସିସୋଦିଆଙ୍କ ବାସଭବନ ସମେତ ୨୧ଟି ସ୍ଥାନରେ ରେଡ୍ କରିଥିଲା।

ମନୀଷ ସିସୋଦିଆଙ୍କ ଘରେ CBI ଚଢ଼ାଉ

ମନୀଷ ସିସୋଦିଆଙ୍କ ଘରେ CBI ଚଢ଼ାଉ

  • Share this:
News 18 Odia Digital

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମରେ ଅବକାରୀ ସ୍କାମ ମାମଲାରେ FIR ରୁଜୁ କରିଛି। ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଘଟଣାର ଯାଞ୍ଚ ସଂପର୍କରେ ସିବିଆଇ ଶୁକ୍ରବାର ଦିନ ସିସୋଦିଆଙ୍କ ବାସଭବନ ସମେତ ୨୧ଟି ସ୍ଥାନରେ ରେଡ୍ କରିଥିଲା। ଆଇଏଏସ୍ ଗୋପିକୃଷ୍ଣ, ଦିଲ୍ଲୀ ଏକ୍ସାଇଜ୍ ଡେପୁଟି କମିଶନର ଆଇଏସ୍ ଆନନ୍ଦ ତିୱାରୀ ଓ ଆସିଷ୍ଟାଣ୍ଟ ଏକ୍ସାଇଜ୍ କମିଶନର ପଙ୍କଜ ଭଟ୍ଟନାଗରଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଏହି ମାମଲାରେ ସିବିଆଇ ୭ଟି ରାଜ୍ୟର ୨୧ଟି ସ୍ଥାନରେ ଚଢାଉ କରିଛି।

ସିବିଆଇ ଅନୁଯାୟୀ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ FIR 120-B, 477-A ଏବଂ ବିଭାଗ ୭ ଅଧୀନରେ ପଞ୍ଜିକୃତ ହୋଇଛି। ଗତ ବର୍ଷ ନଭେମ୍ବରରେ ଦିଲ୍ଲୀ ଅବକାରୀ ନୀତି ସୂତ୍ର ତଥା କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗରେ ସିବିଆଇ ଏକ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭି.କେ ସାକ୍ସେନା ଏହି ନୀତିରେ ହୋଇଥିବା ଉଲ୍ଲଂଘନ ଏବଂ ତ୍ରୁଟି ସମ୍ପର୍କରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ।

ସୂଚନା ଅନୁଯାୟୀ ଆଜି ସିବିଆଇ ଦିଲ୍ଲୀର ୧୦ ଟି ସ୍ଥାନରେ ଚଢ଼ାଉ କରିଛି, ଯେଉଁଥିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘର ମଧ୍ୟ ସାମିଲ ରହିଛି । ଦିଲ୍ଲୀ ସିଏମ ଅରବିନ୍ଦ ତାଙ୍କ ଟ୍ୱିଟରେ ଏହି ଘଟଣା ଉପରେ ଅନେକ ପୋଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତି ସିବିଆଇଙ୍କୁ ସ୍ୱାଗତ କିନ୍ତୁ ଏହି ଚଢ଼ାଉରେ କିଛି ତାଙ୍କର ହାତରେ ଲାଗିବ ନାହିଁ । ସମର୍ଥକମାନେ କିଛି ଏଭଳି ଲେଖିଛନ୍ତି, କେନ୍ଦ୍ର ସିବିଆଇ ଆଉ ଅନ୍ୟ ଏଜେନ୍ସିଙ୍କୁ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରୁଛି । ତେଣୁ ଏହି ଭଳି ସିବିଆଇ ର ଅପବ୍ୟବହାର କାର୍ଯ୍ୟକୁ ବନ୍ଦ କରନ୍ତୁ ଏବ୍ଂ ଯେଉଁମାନେ ଦେଶର ପ୍ରଗତିରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ହଇରାଣ ନକରିବା ସମର୍ଥକ ମାନେ କହିଛନ୍ତି ।
Published by:Soumyashree Mishra
First published: