ନିର୍ଭୟା ମାମଲା: ‘‘ଆଇନ୍ ୪ ଦୋଷୀଙ୍କୁ ବଞ୍ଚିବାର ଅନୁମତି ଦେଉଥିବା ବେଳେ ତାଙ୍କୁ ଫାଶୀ ଦେବା ପାପାଚ଼ାର ହେବ’’

‘‘ଆଇନ୍ ଦୋଷୀମାନଙ୍କୁ ବଞ୍ଚି ରହିବାର ଅନୁମତି ଦେଉଥିବା ବେଳେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇବା ଗୋଟେ ଆପରାଧିକଭାବେ ପାପନିଷ୍ଠ (criminally sinful) କଥା,’’ କହିଛନ୍ତି ଜଜ୍ ଧର୍ମେନ୍ଦ୍ର ରାଣା ।

ନିର୍ଭୟା ମାମଲା: ‘‘ଆଇନ୍ ୪ ଦୋଷୀଙ୍କୁ ବଞ୍ଚିବାର ଅନୁମତି ଦେଉଥିବା ବେଳେ ତାଙ୍କୁ ଫାଶୀ ଦେବା ପାପାଚ଼ାର ହେବ’’
ନିର୍ଭୟା ମାମଲାର ଚ଼ାରି ଦୋଷୀ: ମୁକେଶ, ପବନ, ବିନୟ ଓ ଅକ୍ଷୟ
  • News18 Odia
  • Last Updated: February 7, 2020, 7:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚ଼ାରି ଜଣଙ୍କୁ ଫାଶୀ ଦେବା ପାଇଁ ଆଉ ଏକ ତାରିଖ ସ୍ଥିର କରିବା ପାଇଁ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁରୋଧକୁ ଆଜି ଖାରଜ କରିଦେଇଛି ଦିଲ୍ଲୀର ଏକ କୋର୍ଟ ।

ଦିଲ୍ଲୀର ଏଡିସନାଲ୍‌ ସେସନ୍‌ସ୍‌ ଜଜ୍‌ ଧର୍ମେନ୍ଦ୍ର ରାଣା ଚ଼ାରି ଦୋଷୀଙ୍କୁ ସେମାନଙ୍କ ଆଇନଗତ ଅଧିକାର ଉପଯୋଗ କରିବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦେଇଥିବା ସପ୍ତାହକର ସମୟକୁ ସମ୍ମାନ ଦେଇ ଏହି ପଦକ୍ଷେପ ନେଇଛନ୍ତି ।

‘‘ଆଇନ୍‌ ଦୋଷୀମାନଙ୍କୁ ବଞ୍ଚି ରହିବାର ଅନୁମତି ଦେଉଥିବା ବେଳେ ସେମାନଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇବା ଗୋଟେ ଆପରାଧିକଭାବେ ପାପନିଷ୍ଠ (criminally sinful) କଥା । ନ୍ୟାୟର ସ୍ୱାର୍ଥରେ ଉଚ୍ଚ ନ୍ୟାୟାଳୟ ଫେବୃଆରୀ ୫ ତାରିଖ ଦିନ ଦୋଷୀମାନଙ୍କୁ ସେହି ଦିନ ଠାରୁ ପାଞ୍ଚ ଦିନ ମଧ୍ୟରେ ନିଜ ଆଇନଗତ ଅଧିକାର ଉପଯୋଗ କରିବା ପାଇଁ ଅନୁମତି ଦେଇଛନ୍ତି,’’ ତିହାର ଜେଲର ଅନୁରୋଧକୁ ଖାରଜ କରି କୋର୍ଟ ଆଜି କହିଛନ୍ତି ।

‘‘ଦୋଷୀମାନଙ୍କ ଓକିଲଙ୍କ ସେହି କଥାରେ ମୁଁ ସହମତ ଯେ କେବଳ କଳ୍ପନା ଓ ଅନୁମାନକୁ ଆଧାର କରି ମୃତ୍ୟୁ ପରୱାନାକୁ ଲାଗୁ କରାଯାଇ ପାରିବ ନାହିଁ । (ତିହାର ଜେଲର) ଯାଚ଼ିକାରେ ଔଚ଼ିତ୍ୟ ନାହିଁ । ତାହା ଖାରଜ କରାଗଲା । ଯେତେବେଳେ ଆବଶ୍ୟକ ହେବ ସେତେବେଳେ ଉପଯୁକ୍ତ ଯାଚ଼ିକା ଉପସ୍ଥାପିତ କରିବାର ଅଧିକାର ସରକାରଙ୍କର ଅଛି,’’ କହିଛନ୍ତି ଜଜ୍‌ ଧର୍ମେନ୍ଦ୍ର ରାଣା ।

ଏହି କୋର୍ଟ ଚ଼ାରି ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଏକ ନୂଆ ତାରିଖ ସ୍ଥିର କରିବା ପାଇଁ କରିଥିବା ଅନୁରୋଧ ଉପରେ ଶୁଣାଣି କରି ଏହି ସବୁ କଥା କହିଛନ୍ତି ।

ଜାନୁଆରୀ ୩୧ରେ ଟ୍ରାଏଲ୍‌ କୋର୍ଟ ଚ଼ାରି ଜଣ ଦୋଷୀଙ୍କ ଫାଶୀ ଦଣ୍ଡକୁ ‘‘ଆଗାମୀ ଆଦେଶ ପର୍ଯ୍ୟନ୍ତ’’ ନିରସ୍ତ କରିଥିଲେ (ଷ୍ଟେ ଅର୍ଡର୍‌ ଦେଇଥିଲେ) । ଏହି ଚ଼ାରି ଦୋଷୀ – ମୁକେଶ କୁମାର ସିଂ (୩୨), ପବନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ ଠାକୁର (୩୧) – ଏବେ ତିହାର ଜେଲରେ ଅଛନ୍ତି ।
First published: February 7, 2020, 7:19 PM IST