News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୀନ ଦୟାଲ ଉପାଧ୍ୟାୟ କଲେଜରେ ଫଣ୍ଡ ଅଭାବର ଖବର ସାମ୍ନାକୁ ଆସିଛି। କଲେଜର କର୍ମଚାରୀଙ୍କ ପାଇଁ ଅର୍ଥ ଦେବାକୁ କଲେଜରେ ଟଙ୍କା ନାହିଁ। କଲେଜ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହେବା ପରେ ଆପ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଟ୍ୱିଟ୍ କରି କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ତାଙ୍କ 'ଶିକ୍ଷା ମଡେଲ'କୁ ପ୍ରଶଂସା କରିବା ପାଇଁ ବିଜ୍ଞାପନ ଓ PR ପାଇଁ ଶହ ଶହ କୋଟି ଟଙ୍କା ଦେଇଛନ୍ତି, କିନ୍ତୁ ଦିଲ୍ଲୀର ପ୍ରଫେସରମାନଙ୍କୁ ଦରମା ଦେବାକୁ ତାଙ୍କ ପାଖରେ ଟଙ୍କା ନାହିଁ।

ନୋଟିସ ଅନୁଯାୟୀ ସହକାରୀ ପ୍ରଫେସରଙ୍କ ବେତନରୁ ୩୦ ହଜାର ଟଙ୍କା ଓ ଆସୋସିଏଟ୍ ପ୍ରଫେସର ଓ ପ୍ରଫେସରଙ୍କ ବେତନରୁ ୫୦ ହଜାର ଟଙ୍କା ସ୍ଥଗିତ ହୋଇଛି। ଜୁଲାଇ ମାସର ବେତନରୁ ଏହି କାଟ କରାଯାଇଛି। ପାଣ୍ଠି ଉପଲବ୍ଧ ହେବା ମାତ୍ରେ ଦରମା ଦିଆଯିବ ବୋଲି ବିଜ୍ଞପ୍ତିରେ କଲେଜର କାର୍ଯ୍ୟନିର୍ବାହୀ ପ୍ରିନ୍ସିପାଲ୍ କହିଛନ୍ତି।
ଏହି ପ୍ରସଙ୍ଗରେ AAP ର ନେତା ସୌରଭ ଭରଦ୍ୱାଜ ଏକ ବିବୃତ୍ତି ଦେଇଛନ୍ତି ଯେ ଯଦି ଦିଲ୍ଲୀ ସରକାର ଏକ କଲେଜକୁ ଅର୍ଥ ପ୍ରଦାନ କରିଛନ୍ତି ଓ ସରକାର ତାଙ୍କୁ ପଚାରିଛନ୍ତି ଯେ ଆମେ ଦେଇଥିବା ଅର୍ଥର ସବିଶେଷ ତଥ୍ୟ ଦେବା ଉଚିତ, ଆପଣ କେଉଁଠାରେ ଖର୍ଚ୍ଚ କରିଛନ୍ତି? ଯେଉଁ ଅନୁଷ୍ଠାନ ଟଙ୍କା ଦେବ, ସେ ସବିଶେଷ ତଥ୍ୟ ମାଗିବ ଯେ କଲେଜ କେଉଁଠାରେ ଖର୍ଚ୍ଚ କରିଛି ତାହାର ହିସାବ ଦେବା ଉଚିତ୍। ମୋ ଜାଣିବା ଅନୁସାରେ ଏହି କଲେଜରେ ୩୦ କୋଟି ଟଙ୍କାର FD ଅଛି। ସେହି ଟଙ୍କା ରଖି କଲେଜ କର୍ମଚାରୀମାନଙ୍କୁ ଦରମା ଦେବାକୁ ଚାହୁଁନଥିବାର କାରଣ କ’ଣ?
ଆହୁରି ମଧ୍ୟ ଆପ କହିଛି ଯେ ବାସ୍ତବରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ୨୮ଟି କଲେଜ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ। ଏହି ୨୮ଟି ମଧ୍ୟରୁ ୧୨ ଟି କଲେଜ ୧୦୦% ଅନୁଦାନ ପ୍ରାପ୍ତ ଓ ୧୬ ଟି କଲେଜ ଆଂଶିକ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ। ଦିଲ୍ଲୀ ଉପାଧ୍ୟାୟ କଲେଜ ଦିଲ୍ଲୀ ସରକାରଙ୍କ ଦ୍ୱାରା ୧୦୦% ଆର୍ଥିକ ଅନୁଦାନ ପ୍ରାପ୍ତ, କିନ୍ତୁ ଗତ କିଛି ବର୍ଷ ଧରି ଦିଲ୍ଲୀ ସରକାର ଓ ଏହି କଲେଜଗୁଡ଼ିକ ମଧ୍ୟରେ ଲଗାତାର ବିବାଦ ଲାଗି ରହିଥିଲା, କାରଣ ଏହି ଟଙ୍କା ଦିଲ୍ଲୀ ସରକାର ଦେଉଥିବା ବେଳେ ଏହି କଲେଜଗୁଡ଼ିକ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଆସୁଛି।
ଏହି କଲେଜ ୧୯୯୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଓ ଦିଲ୍ଲୀ ସରକାରଙ୍କ ତରଫରୁ କଲେଜକୁ ଠାରୁ ୧୦୦% ଫଣ୍ଡିଙ୍ଗ ହୋଇଥାଏ। ଏହାପୂର୍ବରୁ ଆମ୍ ଆଦମୀ ପାର୍ଟି ଶାସିତ ପଞ୍ଜାବରେ ସରକାରୀ କର୍ମଚାରୀଙ୍କୁ ଦରମା ପ୍ରଦାନରେ ଏକ ସପ୍ତାହ ବିଳମ୍ବ ହୋଇଥିଲା, ଯଦିଓ ବୈଷୟିକ କାରଣରୁ ଏପରି ଘଟିଥିଲା ଓ ରାଜକୋଷ ଖାଲି ଥିବା କଥା ଗୁଜବ ଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।